ମଙ୍ଗଳବାର ଦିନ କରୁଛନ୍ତି କି ଏହି ଛୋଟ ଭୁଲ ? ସାବଧାନ ! ପାଣି ଭଳି ହାତରୁ ବୋହିଯିବ ଟଙ୍କା କାଙ୍ଗାଳା ହୋଇଯିବେ

ବନ୍ଧୁଗଣ ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ କୁ ପବନ ପୁତ୍ର ହନୁମାନ ଙ୍କ ଦିନ ଭାବେ ମାନା ଯାଇଥାଏ । ଏହା ଛଡା ସବୁ ଗ୍ରହ ତୁଳନାରେ ମଙ୍ଗଲ ଗ୍ରହ ଙ୍କୁ କ୍ରୂର ଗ୍ରହ । ପ୍ରଭୁ ହନୁମାନ ଙ୍କ ପୂଜା କରିଲେ ମଙ୍ଗଳ ଗ୍ରହ ନଷ୍ଟ ହୋଇଯାଏ । ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ରହୁଛି ତେବେ କିଛି ଉପାୟ କରିବା ଉଚିତ । ଯାହା ଦ୍ଵାରା ମଙ୍ଗଳ ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହି ଓ ଦାଂପତ୍ଯ ଜୀବନ ସୁଖମୟ ରହିବ । ଆଜି ଆମେ ଆପଣଙ୍କୁ ମଙ୍ଗଳବାର ଦିନ କେଉଁ କାମ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମଙ୍ଗଳବାର ଦିନ ହରଡ ଡାଲି ସେବନ କରିବା ଦ୍ଵାରା ଶନି ଓ ମଙ୍ଗଳ ଗ୍ରହ ସଂଯୋଗ ବନିଥାଏ । ଯଦି ମଙ୍ଗଳ ଗ୍ରହ କାହାରି ଜାତକରେ ଖରାପ ଅଛି ତେବେ ବଡ ଭାଇଙ୍କ କଥା ଶୁଣିବା ସହ ତାଙ୍କର ସମ୍ମାନ କରନ୍ତୁ । କିନ୍ତୁ ଭୁଲରେ ବି ଝଗଡା କରିବେ ତେବେ ମଙ୍ଗଳ ଗ୍ରହ ଅଧିକ ଖରାପ ହେବ । ତେଣୁ ବଡ ଭାଇ ମାନଙ୍କର ଆଶୀର୍ବାଦ ନିଅନ୍ତୁ ଓ ତାଙ୍କ ସହ ସମ୍ପର୍କ ଭଲ ରଖନ୍ତୁ । ଏହା ସହ ବୈବାହିକ ଜୀବନ ସୁଖମୟ ହେବ ।

୨- ମଙ୍ଗଳବାର ଦିନ କିଛି ଲୋକ ମାନେ ଦାଢି, ନଖ, ବାଳ କାଟିଥାନ୍ତି ଯାହା କରିବା ଉଚିତ ନୁହେଁ । ଏହା ଦ୍ଵାରା ମଙ୍ଗଳ ଗ୍ରହ ଖରାପ ହୋଇଥାଏ । ଏହା ଦ୍ଵାରା କୁଣ୍ଡଳୀରେ ମାଙ୍ଗଳିକ ସ୍ଥିତି ଖରାପ ହୋଇଥାଏ ।

୩- ମଙ୍ଗଳବାର ଦିନ ଆମିଷ ବା ମାଛ କିଣିବା ଉଚିତ ନୁହେଁ କି ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଧନ ର ଅଭାବ ହେବ । ଆପଣ ଯେତେ ଟଙ୍କା ରୋଜଗାର କରିଲେ ବି ପାଣି ଭଳି ବୋହିଯିବ ।

୪- ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ବା କିଣନ୍ତୁ ନାହି । ଏହା ଦ୍ଵାରା ଶନିଙ୍କ ଖରାପ ପ୍ରଭାବ ପଡିଥାଏ । ତେଣୁ ଏହି ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

୫- ମଙ୍ଗଳବାର ଦିନ ହନୁମାନ ଚାଳିଶା, ପ୍ରଭୁ ହନୁମାନ ଙ୍କ ପୂଜା କରିବା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ଏହା ଦ୍ଵାରା ସମାଜରେ ସୁନାମ ଅର୍ଜନ ହେବା ସହ ଚାକିରିରେ ଉନ୍ନତି ହୋଇଥାଏ ।

୬- ମଙ୍ଗଳ ଦୋଧ ଦୂର ହେଲେ ଶତ୍ରୁ କେବେ ଜୀବନରେ ଆସିବେ ନାହି । ତେଣୁ ଏଥିପାଇଁ ପ୍ରଭୁ ହନୁମାନ ଙ୍କ ପୂଜା ପାଠ କରନ୍ତୁ । ଆଉ ଏହି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ । ଦେଖିବେ ଆପଣଙ୍କର ମଙ୍ଗଳ ଦୋଷ ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।