ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବେ ଓ କେଉଁ କାର୍ଯ୍ୟ କରିବେ ନାହିଁ ? ଭଗବାନ ହନୁମାନଙ୍କ କୃପା ଲାଭ କରିବାର ଉପାୟ

ସପ୍ତାହର ପ୍ରତ୍ଯେକ ବାରର କିଛି ନା କିଛି ବିଶେଷତ୍ଵ ରହିଥାଏ, କାରଣ ଏହା କୌଣସି ଗ୍ରହ କିମ୍ବା ଭଗବାନଙ୍କ ସହ ଜଡିତ ହୋଇଥାଏ । ସେଥିପାଇଁ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ସପ୍ତାହର ପ୍ରତ୍ଯେକ ଦିନର କିଛି ନା କିଛି ମହତ୍ଵ ରହିଛି । ଯାହାର ପାଳନ କରିବା ଦ୍ଵାରା ଆମ ଜୀବନରେ ସୁଖଶାନ୍ତି ଓ ସମୃଦ୍ଧି ଆସିଥାଏ । ହିନ୍ଦୁଧର୍ମରେ ମଙ୍ଗଳଙ୍କୁ ଯୁଦ୍ଧର ଦେବତା ବୋଲି ମାନା ଯାଇଥାଏ । ସପ୍ତାହର ଦ୍ଵିତୀୟ ଦିନ ମଙ୍ଗଳବାରର କିଛି ମହତ୍ଵ ବିଷୟରେ ଆଜି ଆମେ ଜାଣିବା ।

ଏହିଦିନ ହନୁମାନ, ମାତା ପାର୍ବତୀ ଓ ଭଗବାନ ଗଣେଶଙ୍କ ପୂଜା ମଧ୍ୟ କରା ଯାଇଥାଏ । ମଙ୍ଗଳବାର ଭଗବାନ ହନୁମାନଙ୍କର ଅତିପ୍ରିୟ ଅଟେ । ତେଣୁ ଏହିଦିନ ସଚ୍ଚା ମନରେ ହନୁମାନଙ୍କର ପୂଜା କରି କିଛି ବିଶେଷ ନିୟମ ପାଳନ କରିବା ଦ୍ଵାରା ଆପଣଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଓ ନାଲି ରଙ୍ଗର ଫୁଲ ଅବଶ୍ୟ ଅର୍ପଣ କରନ୍ତୁ । ଏହାଦ୍ବାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ମନୋବାଞ୍ଛା ନିଶ୍ଚୟ ପୂରଣ କରିଥାନ୍ତି ।

ଏହିଦିନ ହନୁମାନ ଚାଳିଶ ପାଠ କରିବା ସହ ହନୁମାନ ମନ୍ତ୍ର ଜପ କରନ୍ତୁ । ହନୁମାନ ଚାଳିଶା ପାଠ କରିବା ଦ୍ଵାରା ବ୍ୟକ୍ତିଙ୍କ ନକରାତ୍ମକତା ଦୂର ହୋଇଥାଏ ଓ କାମଭାବନା ଉପରେ ନିୟନ୍ତ୍ରଣ ଆସିଥାଏ । ମଙ୍ଗଳବାର ଦିନ ନାଲି ରଙ୍ଗର ବଷଟ ପିନ୍ଧିବା ଶୁଭ ହୋଇଥାଏ । କେବେବି କଳା ରଙ୍ଗର କପଡା ଏହିଦିନ ପିନ୍ଧିବେ ନାହିଁ । କୌଣସି ଶୁଭ କାର୍ଯ୍ୟ କରିବା ବେଳେ ନିଶ୍ଚୟ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ କିମ୍ବା ଏହି ରଙ୍ଗର କପଡା ନିଜ ପାଖରେ ରଖନ୍ତୁ ।

ହନୁମାନଙ୍କୁ ଗୁଡ ଓ ଚଣାର ପ୍ରସାଦ ଚଢାଇବା ସହ ପାନବିଡା ମଧ୍ୟ ଅବଶ୍ୟ ଚଢାନ୍ତୁ । ଏପରି କରିବା ଦ୍ଵାରା ଶାରୀରିକ ବଳ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ । ଆପଣଙ୍କ କୁଣ୍ଡଳୀରେ ମଙ୍ଗଲ ଦୋଷ ଥିଲେ ମଙ୍ଗଳବାର ଦିନ ହନୁମାନଙ୍କୁ ବିଶେଷ ରୂପେ ପୂଜା କରନ୍ତୁ । ମଙ୍ଗଳା ଚଣ୍ଡୀଙ୍କ ପୂଜା କରିବା ଦ୍ଵାରା ମଧ୍ୟ ମଙ୍ଗଳ ଦୋଷର ପ୍ରଭାବ କମ୍ ହୋଇଥାଏ । ଏହି ଉପାସନା କରିବା ଦ୍ଵାରା ପାରିବାରିକ, ସାମାଜିକ ଓ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ।

ମଙ୍ଗଳବାର ବ୍ରତରେ ଗୋଟିଏ ସମୟ ଖାଇକରି କେବଳ ସାତ୍ଵିକ ଆହାର ଭୋଜନ କରିବା ଉଚିତ । ଏହିଦିନ ନାଲି ମସୁରଡାଲି ଓ ଗୁଡ ଅବଶ୍ୟ ଦାନ କରିବା ଉଚିତ । ଏହାଦ୍ବାରା ଘରୁ ଦୁଃଖ ଦାରିଦ୍ର୍ଯ ଓ କ୍ଲେଶ ଦୂର ହୋଇଯାଏ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ମଙ୍ଗଳବାର ଦିନକୁ ଶୁଭ ମାନାଯାଏ ନାହିଁ, ସେଥିପାଇଁ ଏହିଦିନ କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ମଙ୍ଗଳବାର ଦିନ ଦୂରଯାତ୍ରାରୁ ମଧ୍ୟ ବଞ୍ଚିତ ରୁହନ୍ତୁ । ମଙ୍ଗଳବାର ଦିନ କ୍ଷୀର କିଣନ୍ତୁ ନାହିଁ କି ଏଥିରେ ପ୍ରସ୍ତୁତ ଜିନିଷର ଅଧିକ ସେବନ କରନ୍ତୁ ନାହିଁ । କାରଣ କ୍ଷୀରର ସମ୍ବନ୍ଧ ଚନ୍ଦ୍ର ସହ ରହିଥାଏ ଏବଂ ମଙ୍ଗଳ ଓ ଚନ୍ଦ୍ର ବିରୋଧୀ ଗ୍ରହ ଅଟନ୍ତି । ମଙ୍ଗଳବାର ଦିନ ମାଛ ଖାଇବା ଦ୍ଵାରା ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଆସିପାରେ । ତେଣୁ ମାଛ ଖାଆନ୍ତୁ ନାହିଁ । ଏହିଦିନ ଗାଈକୁ ରୋଟି ଖୁଆଇବା ଦ୍ଵାରା ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ମଙ୍ଗଳାବର ଦିନ ଲୁହାର ଜିନିଷ ଏବଂ ମହିଳା ମାନେ କୌଣସି ଶୃଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ଏହାଦ୍ବାରା ବୈବାହିକ ଜୀବନରେ ସମସ୍ଯା ଆସିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।