କର୍କଟ ରାଶି (Cancer Sign) ମଇ 2022 ମାସିକ ରାଶିଫଳ, କଣ ରହିବ ଶୁଭଫଳ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଆଜି ଆମେ ଆପଣଙ୍କ ପାଇଁ କର୍କଟ ରାଶି ପାଇଁ ୨୦୨୨ ମଇ ମାସଟି କିପରି ବିତିବ ତାହା ଜଣାଇବାକୁ ଯାଉଛୁ । ଏହି ମାସିକ ରାଶିଫଳ ଗ୍ରହ ମାନଙ୍କର ଚଳନ ଓ ସ୍ଥିତିକୁ ନେଇ ଆଧାରିତ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ପ୍ରତ୍ଯେକ ମନୁଷ୍ୟଙ୍କ ଯାବନରେ ପ୍ରଭାବ ପକାଇଥାନ୍ତି । ସେଥିରୁ ଜଣେ ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ପୂର୍ବରୁ ଆକଳନ କରି ହୁଏ । ତେବେ ଚାଲନ୍ତୁ ଜାଣିବା ମାସଟି ଆପଣଙ୍କ ପାଇଁ କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ଧଳା ବା କ୍ରିମ କଲର୍ । ଏହି ରଙ୍ଗର ବସ୍ତୁର ପ୍ରୟୋଗ କରିବା ଦ୍ଵାରା ବା ବସ୍ତ୍ର ପରିଧାନ କରିବା ଦ୍ଵାରା ବିଶେଷ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଶୁଭବାର ତଥା ବ୍ରତ ଉପବାସ ରଖିବାର ବିଶେଷ ବାର ହେଉଛି ସୋମବାର ଓ ଶୁଭଦେବତା ହେଉଛି ଭୁବନେଶ୍ଵରୀ । ଶୁଭଅଙ୍କ ହେଉଛି ୨, ଯାହା ଚନ୍ଦ୍ରମାଙ୍କ ସଂଖ୍ୟା ଅଟେ । ପ୍ରତ୍ଯେକ ଇଂରାଜୀ ମାସର ୨, ୧୧, ୨୦ ଓ ୨୯ ତାରିଖ ହେଉଛି ଶୁଭ ତାରିଖ । ଏହିଦିନ କୌଣସି କାର୍ଯ୍ୟ ଅନୁକୂଳ କରିବା ପାଇଁ ଶୁଭ ହୋଇଥାଏ ।

କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମଇ ମାସଟି ମଧ୍ୟମ ଧରଣର ରହିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ମାସଟି ସାମାନ୍ଯ ସଂଘର୍ଷ ପୂର୍ଣ୍ଣ ରହିବ । ଶିକ୍ଷାକ୍ଷେତ୍ରରେ ଥିବା ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । କ୍ଯାରିୟର ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ରହିବ। କାରଣ କିଛି ଅବରୋଧ ଦେଖାଦେବାର ନଜର ଆସୁଛି । କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସହ ତିକ୍ତତାଭାବ ରହିପାରେ ।

ବ୍ୟବସାୟୀ ବ୍ୟକ୍ତିବିଶେଷକଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ରହିବ । ଦୀର୍ଘକାଳୀନ ବ୍ୟବସାୟରେ କୌଣସି ନିବେଶ ଲାଭଦାୟକ ସାବ୍ୟସ୍ତ ହେବ । କାରବାରରେ କୌଣସି ମହିଳା ମିତ୍ରଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ରହିବ । ମାସର ପୂର୍ବାଧ୍ୟାୟରେ ଖର୍ଚ୍ଚରେ ବୃଦ୍ଧି ଘଟିବ ।

ଅଯଥା ଖର୍ଚ୍ଚ ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । କିନ୍ତୁ ମାସର ଉତ୍ତାରାର୍ଦ୍ଧରେ ଅପେକ୍ଷାକୃତ ଅଧିକ ଲାଭର ସମ୍ଭାବନା ରହିଛି । ଜୀବନସାଥିଙ୍କ ଆଡୁ ମଧ୍ୟ କିଛି ଧନଲାଭର ସମ୍ଭାବନା ରହିଛି । ଆପଣଙ୍କୁ ଭାଗ୍ଯର ପୂର୍ଣ୍ଣ ସହଯୋଗ ମିଳିବ ଓ କୌଣସି ବିଦେଶ ସ୍ରୋତରୁ ଧନଲାଭ ହେବ ।

ବୁଝିବିଚାରୀ କରାଯାଇଥିବା ନିବେଶ ଭବିଷ୍ୟତରେ ନିଶ୍ଚିତ ଭାବେ ଲାଭଦାୟକ ସିଦ୍ଧ ହେବ । ପ୍ରେମଜୀବନ ଦୃଷ୍ଟିରୁ ମାସର ପୂର୍ବାଧ୍ୟାୟରେ ସାମାନ୍ଯ ସମସ୍ଯା ସୃଷ୍ଟି ହେବ ଯଥା ବାଦବିବାଦ ଦେଖାଦେବ । କିନ୍ତୁ ମାସର ଉତ୍ତାରାର୍ଦ୍ଧରେ ସ୍ଥିତି ପୁନଃ ସାମାନ୍ଯ ହେବାକୁ ଲାଗିବ । ବିବାହିତ ବ୍ୟକ୍ତିଙ୍କ ପାଇଁ ମାସଟି ଉତ୍ତମ ଅନୁକୂଳ ରହିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଋ ମଧ୍ୟମ ଧରଣର ରହିବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ପ୍ରତ୍ଯେକ ଦିନ ବାହାରକୁ ଯିବାବେଳେ ମସ୍ତକରେ ଚନ୍ଦନ ଧାରଣ କରନ୍ତୁ । ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।