ଶିକାରୀ ନିଜେ ଏଠି ହୋଇଗଲା ଶିକାର, ସିସିଟିଭି କ୍ୟାମେରାରେ କଏଦ ଏହି ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ସିସିଟିଭି କ୍ୟାମେରା ସବୁ ଦେଖିପାରେ । ଆଜି ଆମେ ଆପଣଙ୍କ ପାଇଁ କ୍ୟାମେରାରେ କଏଦ ହୋଇଥିବା କିଛି ମଜାଳିଆ ଏବଂ ରୋଚକ ଭିଡିଓ ନେଇ ଆସିଛୁ । ୨୦୧୯ ଅଗଷ୍ଟରେ ବ୍ରାଜିଲର ରିଓଡିଜେନେରୋରେ ଅବସ୍ଥିତ ବାଙ୍ଗୁ ଜେଲରେ ୭୩ ବର୍ଷର କାରାଦଣ୍ଡ ଭୋଗୁଥିବା ପ୍ରସିଦ୍ଧ ନିଶା ବେପାରୀ କ୍ଲଉଭାଇନୋ ଡା ସିଲଭା ଜେଲରୁ ଫେରାର ହେବା ପାଇଁ ଖୁବ ଅଜବ ତରିକା ଆପଣେଇ ଥିଲେ । ସେ ତାଙ୍କ ୧୯ ବର୍ଷୀୟ ଝିଅକୁ କିଛି ଜିନିଷ ଧରି ଜେଲରେ ତାଙ୍କୁ ଭେଟିବାକୁ ଡ଼ାକିଥିଲେ ।

କିନ୍ତୁ ଝିଅ ଫେରି ଯାଉଥିବା ବେଳେ ପ୍ରବେଶ ଦ୍ଵାରର ଠିକ ପୂର୍ବରୁ ପ୍ରିଜନ ଗାର୍ଡଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା । ତାଙ୍କୁ ଅଟକାଇବା ପରେ ଜଣା ପଡିଥିଲା କି, କ୍ଲଉଭାଇନେ ସେଲରେ ନିଜ ଝିଅକୁ ଛାଡି ତା’ ଦ୍ଵାରା ମଗେଇଥିବା ତା’ ମୁହଁ ଭଳି ସିଲିକନ ମାସ୍କ, ବାଳ ଓ ଡ୍ରେସ ପିନ୍ଧି ନିଜେ ବାହାରକୁ ଯିବା ଯୁଗାଡ କରିଥିଲେ ।

କିନ୍ତୁ ବିଚରା ଧରା ପଡି ଯାଇଥିଲେ । ଏହାର ଠିକ ତିନିଦିନ ପରେ ଜେଲ ଭିତରେ ହିଁ ନିଜ ବେଡସିଟ୍ ରେ ଫନ୍ଦା ବନେଇ ସେ ଆତ୍ମହତ୍ୟା କରି ନେଇଥିଲେ । ଯାହାବି ହେଉ ତାଙ୍କ ଫେରାର ହେବା ତରିକା ଖୁବ ଅନନ୍ୟ ଥିଲା ।

ନିକଟରେ କୌଣସି ଏକ ଚିଡିଆଖାନାରୁ ଏମିତି ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ମଇଁଷିର ହରକତ ଦେଖି ସମସ୍ତେ ଖୁବ ଖୁସି ହୋଇ ଯାଇଥିଲେ । ଏହି ଭିଡିଓରେ ମଇଁଷିଟି ତା’ ପାଖରେ ଓଲଟା ପଡିଥିବା ଗୋଟିଏ କଇଁଛକୁ ନିଜ ଶିଙ୍ଘରେ ସିଧା କରୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସେଠାରେ ଠିଆ ହୋଇ ଦେଖୁଥିବା ଲୋକେ ଖୁସିରେ ଝୁମି ଉଠିଥିଲେ । ଗୋଟିଏ ପଶୁର ଏପରି ହରକତ ଯେକୌଣସି ବ୍ୟକ୍ତିର ହୃଦୟ ତରଳାଇ ଦେବ ।

କଥାରେ ଅଛି, ରଖେ ହରି ତ ମାରେ କିଏ । ଏହି ଭାଗ୍ୟଶାଳୀ କୁକୁଡାକୁ ହିଁ ଦେଖି ନିଅନ୍ତୁ । ଯାହାକୁ ଚିଡିଆଖାନାକୁ ଆସିଥିବା କିଛି ପର୍ଯ୍ୟଟକ କୁମ୍ଭୀରଙ୍କ ମେଳରେ ଛାଡି ଦେଉଛନ୍ତି । କିନ୍ତୁ କୁକୁଡାଟି ତାକୁ ଖାଇବାକୁ ଆସୁଥିବା ଡର୍ଜନେ କୁମ୍ଭୀରଙ୍କୁ ଗୋଟି ଗୋଟି କରି ଚକମା ଦେଇ ବଞ୍ଚି ପଳାଉଛି ।

୨୦୨୧ ଡିସେମ୍ବରରେ ଗୁଜୁରାଟର ଜୁନାଗଡ ନିକଟରେ ଅବସ୍ଥିତ ଏକ ଗାଁରେ ଗୀର ନ୍ୟାସନାଲ ପାର୍କରୁ ଦୁଇଟି ସିଂହୀ ଶିକାର କରିବାକୁ ଯାଇ ପହଞ୍ଚିଗଲେ । ସେଠାରେ ସେମାନେ ଗୋଟିଏ ବଳଦକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବଳଦଟି ଭୟରେ ଦଉଡି ପଳାଇବା ପରିବର୍ତ୍ତେ ସିଂହୀଙ୍କୁ ସାମ୍ନା କରିଥିଲା ।

ଶେଷରେ ସେମାନେ ଅନେଇ ରହି ଯାଇଥିଲେ, ଆଉ ବଳଦଟି ଭାଗି ଜୀବନ ବଞ୍ଚେଇ ନେଇଥିଲା । ପୁଣି ଥରେ ସାହାସ ଓ ବଳ ଭିତରେ ସାହାସ ହିଁ ଜିତିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।