Akshaya Tritiya 2022 ରେ ମହା ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ଏହି 7 ରାଶି, ଦେଖନ୍ତୁ କଣ ରହିଛି ଶୁଭଫଳ ? (Astrology)

ଅକ୍ଷୟ ତୃତୀୟା ସର୍ବଦା ସିଦ୍ଧିଯୋଗ କାରକ ବୋଲି ମାନା ଯାଇଥାଏ । କୌଣସି କାର୍ଯ୍ୟର ଆରମ୍ଭ କରିବା ପାଇଁ ଏହିଦିନକୁ ଶ୍ରେଷ୍ଠ ବୋଲି ମାନାଯିବା ସହ ଏହିଦିନ ଦାନକର୍ମ କରିବା ଦ୍ଵାରା ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ କରାଯାଏ । ଚଳିତ ବର୍ଷ ମେ’ ୩ ତାରିଖରେ ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ଏଭଳି କିଛି ମହାସଂଯୋଗ ବନୁଛି ଯେ, ରାଶିଚକ୍ରର ୭ଟି ରାଶି ଉପରେ ଏହାର ଅତ୍ୟନ୍ତ ଶୁଭ ପ୍ରଭାବ ବୋଲି ଜ୍ଯୋତିଷ ଗଣନା କରାଯାଇଛି । ତେବେ ଚାଲନ୍ତୁ ଦେଖିବା କେଉଁଗୁଡିକ ସେହି ରାଶି ।

ବୃଷ ରାଶି । ଏହି ରାଶି ଉପରେ ମାତା ଲକ୍ଷ୍ମୀଙ୍କ ଶେଷ କୃପା ରହିବା ସହ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ମିଳିବାକୁ ଯାଉଛି । ଯାହାଫଳରେ ଆପଣ ଲଗାତାର ନିଜ କାର୍ଯ୍ୟରେ ପ୍ରଗତି ଲାଭ କରିବେ ଓ ଜୀବନ ସାଥୀଙ୍କ ସହ ମଧ୍ୟ ଉତ୍ତମ ସମୟ ଅତିବାହିତ କରିବେ । ଏବେ ଠାରୁ ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ ।

ତୁଳା ରାଶି । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି । ପୂର୍ବରୁ ଚାଲିଥିବା ସମସ୍ଯାମାନ ଖୁବ ଶୀଘ୍ର ସମାଧାନ ହୋଇଯିବ । ଏହି ସମୟରେ ଧାର୍ମିକ କାର୍ଯ୍ୟରେ ମନ ଦେବେ ଓ ଆପଣଙ୍କୁ ଅଚାନକ ଧନପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି ।

କନ୍ୟା ରାଶି । ଆପଣଙ୍କ ପାଇଁ ଆଗାମୀ ସମୟ ଖୁବ ଉତ୍ତମ ଅନୁକୂଳ ରହିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ସବୁ ସମସ୍ଯାରୁ ମୁକ୍ତି ମିଳିବ ଓ ମାନସିକ ଏବଂ ଶାରୀରିକ କଷ୍ଟ ମଧ୍ୟ ଦୂର ହୋଇଯିବ । ପୁରୁଣା ବିବାଦର ଅନ୍ତ ଘଟିବ ଓ ବେପାର ବାଣିଜ୍ୟ ମାମଲାରେ କୌଣସି ଯାତ୍ରା କରିପାରନ୍ତି ।

କୁମ୍ଭ ରାଶି । ଅକ୍ଷୟ ତୃତୀୟା ଠାରୁ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ରାଜଯୋଗ ବନୁଅଛି । ଦୀର୍ଘଦିନର ସମସ୍ୟା ଦୂର ହେବା ସହ କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମାନ ପ୍ରାପ୍ତ ହେବ । ରାଜଯୋଗ ହେତୁ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ଓ ସେଥିରୁ ଲାଭ ପ୍ରାପ୍ତି ହେବ ।

ସିଂହ ରାଶି । ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ଅକ୍ଷୟ ତୃତୀୟା ଦିନଠାରୁ ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି । ଏହିଦିନ ଠାରୁ ଆପଣଙ୍କ ପରିବାରରେ ସୁଖଶାନ୍ତି ଲାଗି ରହିବ । ବେପାର ବାଣିଜ୍ୟ କରୁଥିବା ଲୋକଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ଓ ପାଠପଢାରେ ଭଲ ଫଳ ମିଳିବ ।

ମିଥୁନ ରାଶି । ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଥିବାରୁ ଅକ୍ଷୟ ତୃତୀୟା ଠାରୁ ଆପଣଙ୍କ ଜୀବନରେ ସଫଳତାର ଆଗମନ ହେବାକୁ ଯାଉଛି । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହିଦିନ ନିଶ୍ଚୟ କରନ୍ତୁ । ଆପଣଙ୍କ ପାଇଁ ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି ।

ମକର ରାଶି । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । କୌଣସି କେସ୍ ରେ ଫସି ରହିଥିଲେ ସେଥିରେ ବିଜୟ ଲାଭ କରିବେ । ଆପଣଙ୍କ ଧନଜନିତ ସମସ୍ଯା ସବୁଦିନ ପାଇଁ ଦୂର ହେବ ଓ ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।