ଧନୁ ରାଶି (Sagitarius) ମଇ 2022 ମାସିକ ରାଶିଫଳ, ଆପଣଙ୍କ ପାଇଁ କେମିତି ରହିବ ଏହି ମାସଟି ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରକାରର ପ୍ରଭାବ ପକାଇଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ରାଶିରେ ଗ୍ରହର ଚଳନକୁ ଆଧାର କରି ତାଙ୍କ ଭାଗ୍ୟ ନିର୍ଦ୍ଧାରିତ କରାଯାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମଇ ମାସ ପାଇଁ ଧନୁ ରାଶିର ମାସିକ ରାଶିଫଳ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପାଇଁ ମଇ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ଧନୁ ରାଶିର ଶୁଭରଙ୍ଗ ହେଉଛି ହଳଦିଆ ରଙ୍ଗ । କୌଣସି ଶୁଭ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁ ପ୍ରୟୋଗ କଲେ ବା ବସ୍ତ୍ର ପରିଧାନ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ଶୁଭବାର ଏବଂ ବ୍ରତ ଉପବାସ ବାର ହେଉଛି ଗୁରୁବାର ଅଛି । ଏହିଦିନ ବ୍ରତ ଉପବାସ ରଖିଲେ ମାନସିକ ପୂର୍ଣ୍ଣ ହୋଇଥାଏ । ଶୁଭଦେବତା ହେଉଛନ୍ତି ଭଗବାନ ନାରାୟଣ ବିଷ୍ଣୁ ଓ ଶୁଭଦେବୀ ହେଉଛନ୍ତି ଉଗ୍ରତାରା ତାରାତାରିଣୀ । ଶୁଭ ସଂଖ୍ୟା ହେଉଛି ୩ ଏବଂ ପ୍ରତ୍ଯେକ ମାସର ୩, ୧୨ ଏବଂ ୩୦ ତାରିଖ ଯେକୌଣସି ଶୁଭ କ୍ରଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ଅଟେ ।

ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମଇ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ବିଦ୍ୟାର୍ଥୀ ମାନଙ୍କୁ ଏହି ମାସଟି ଶୁଭଫଳ ପ୍ରଦାନ କରିବ । କ୍ଯାରିୟର ଦୃଷ୍ଟିରୁ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ସାମାନ୍ଯ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯାର ସାମ୍ନା କରିବାକୁ ପଡିପାରେ ଓ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିବ । କିନ୍ତୁ ପରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବ ।

ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହଯୋଗୀ ମାନଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟରେ ଥିବା ବ୍ୟକ୍ତିବିଶେଷଙ୍କୁ ଲାଭ ପ୍ରାପ୍ତି ହେବ ଓ ନୂଆ ବ୍ୟବସାୟ ଆରମ୍ଭ କରିବାରେ ମଧ୍ୟ ଆପଣ ସଫଳ ହେବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ ଓ ଏଥିପାଇଁ ପରିବାରର ସହଯୋଗ ମଧ୍ୟ ପ୍ରାପ୍ତି ହେବ । ପୂର୍ବରୁ ଦେଖା ଦେଇଥିବା ସବୁ ସମସ୍ଯା ଏବେ ଦୂର ହୋଇଯିବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବା ସହ ଖର୍ଚ୍ଚରେ ମଧ୍ୟ ନିୟନ୍ତ୍ରଣ ହେବ, ଯାହାଫଳରେ ଆପଣଙ୍କ ସଞ୍ଚୟରେ ମଧ୍ୟ ବୃଦ୍ଧି ହେବ ।

ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ଉଚ୍ଚ ନୀଚ ସ୍ଥିତି ଦେଇ ଗତି କରିବ । କିନ୍ତୁ ମାସର ଉତ୍ତାରାର୍ଦ୍ଧରେ ପ୍ରେମ ସମ୍ବନ୍ଧରେ ସୁଧାର ଆସିବ ଓ କେଉଁ ସ୍ଥାନକୁ ଏକାଠି ବୁଲିବାକୁ ମଧ୍ୟ ଯାଇପାରନ୍ତି। ବୈବାହିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ରହିବ ।

କିନ୍ତୁ ମାସର ଉତ୍ତରାର୍ଦ୍ଧରେ ଆପଣଙ୍କ ମଧ୍ୟରେ ଥିବା ବାଦବିବାଦ ଦୂର ହେବ ଓ ପ୍ରେମଭାବ ବୃଦ୍ଧି ପାଇବ । ପାରିବାରିକ ଜୀବନ ମଧ୍ୟ ବେଶ ଭଲ ରହିବ ଓ ଗୁରୁଜନଙ୍କ ଦହଯୋଗ ମିଳିବ । କିନ୍ତୁ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଓ ନିଜ କ୍ରୋଧ ତଥା ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତିଦିନ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ଓ ତାଙ୍କ ସହସ୍ରନାମ ଜପନ୍ତୁ ନଚେତ ଶୁଣନ୍ତୁ ।

ଏହାସହ ଛୋଟ ପିଲାଙ୍କୁ କିଛି ମିଠାଜାତୀୟ ଜିନିଷ ଖାଇବାକୁ ଦିଅନ୍ତୁ, ଦେଖିବେ ଆପଣଙ୍କ ପରିସ୍ଥିତିରେ ସୁଧାର ଆସିବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।