ମହାଭାରତର କର୍ଣ୍ଣଙ୍କ ପୁଅ ବଲିଉଡରେ କରୁଛନ୍ତି ରାଜ, ଯାହାଙ୍କୁ ଦେଖିବା ପରେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ

ମହାଭାରତ ଆମ ହିନ୍ଧୁ ଧର୍ମର ଏକ ମହାନ ଗ୍ରନ୍ଥ ଅଟେ । ଏହାକୁ ନେଇ କରାଯାଇଥିବା ଧାରାବାହିତ ଟିଭିରେ ବହୁତ ଲୋକପ୍ରିୟ ଅଟେ । ଏହି ଧାରାବାହିକ ବିଷୟରେ ଯାହାକୁ ପଚାରିଲେ ବି ସେ ଏହା ବିଷୟରେ ବହୁତ ଭଲ ଭାବରେ କହିବେ । ବହୁତ ପୂର୍ବରୁ ମହାଭାରତ ଧାରାବାହିକ ଦେଉଥିଲା ଏବଂ ବର୍ତ୍ତମାନ ଲକଡାଉନ ଚାଲିଛି ବୋଲି ଲୋକଙ୍କର ମନୋରଞ୍ଜନ କରାଇବା ପାଇଁ ଦୂରଦର୍ଶନରେ ଏହି ଧାରାବାହିକକୁ ପ୍ରସାରିତ କରାଯାଉଛି । ଏହି ଧାରାବାହିକରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ଲୋକମାନେ ବହୁତ ଭଲ ଭାବରେ ମନେ ରଖିଛନ୍ତି ।

ମହାଭାରତ ଧାରାବାହିକରେ କର୍ଣ ଭୂମିକାରେ ଅଭିନେତା ପଙ୍କଜ ଧୀର ଅଭିନୟ କରୁଥିଲେ । ପଙ୍କଜ ଧିର ଏହି ଧାରାବାହିକ ବ୍ୟତିତ ଅନେକ ଗୁଡିଏ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ଫିଲ୍ମରେ ନିଜର ଅଭିନୟ ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ବର୍ତ୍ତମାନ ତାଙ୍କ ବୟସ ହୋଇଯାଇ ଥିବାରୁ ସେ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି କିନ୍ତୁ ତାଙ୍କର ପୁଅ ବର୍ତ୍ତମାନ ଏହି ଦୁନିଆରେ ପାଦ ଦେଇ ସାରିଛନ୍ତି ।

ପଙ୍କଜ ଧୀରଙ୍କ ପୁଅଙ୍କୁ ଆପଣ ପ୍ରାୟ ଜାଣି ନଥିବେ ଯେତେବେଳେ ଆପଣ ତାଙ୍କ ନାମ ଜାଣିବେ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଙ୍କଜ ଧୀରଙ୍କ ପୁଅଙ୍କ ନାମ ହେଉଛି ନିକେତନ ଧୀର । ନିକେତନ ଧୀର ସାଉଥ ଫିଲ୍ମ ଜଗତରୁ ନେଇ ବଲିଉଡ ପର୍ଯ୍ୟନ୍ତ ବହୁତ ପରିଚିତ ଅଟନ୍ତି ।

ନିକେତନ ୧୯୮୭ ମସିହା ମାର୍ଚ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ନିକେତନ ଚେନାଇ ଏକ୍ସପ୍ରେସ ଏବଂ ବାହୁବଳି ଭଳି ସାନଦାର ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମକୁ ଛାଡି ମଧ୍ୟ ନିକେତନଙ୍କର ଟିଭି ଶୋରେ ବି ତାଙ୍କର ଅଭିନୟକୁ ନେଇ ବହୁତ ଚର୍ଚା ହୋଇଥାଏ । ନିକେତନ ୨୦୧୪ ମସିହା ଡିସେମ୍ବର ୩ ତାରିଖରେ ଲୋକପ୍ରିୟ ଟିଭି ଅଭିନେତ୍ରୀ କୃତିକା ସେଙ୍ଗର ଙ୍କୁ ବିବାହ କରି ନିଜର ଜୀବନସାଥୀ କରିଥିଲେ ।

ନିକେତନ ୨୦୦୮ମସିହାରେ ଆଶୁତୋଷ ଗୋବରିକରଙ୍କ ଫିଲ୍ମ ଯୋଦ୍ଧା ଆକବର ରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ଏହାପରେ ସେ ଆଗକୁ ବଢି ଚାଲିଲେ ଏବଂ ନିକେତନ ସାଉଥ ସହିତ ବଲିଉଡରେ ମଧ୍ୟ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ହେଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।