କିଛି ବି ହେଇଯାଉ ନା କାହିଁକି, ମଙ୍ଗଳବାର ଦିନ ଭୁଲରେ ବି ଖାଇବେ ନାହିଁ ଏହି 1 ଜିନିଷ, ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ରେ ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ବାର ର ମହତ୍ତ୍ୱ ରହିଛି । ସପ୍ତାହ ର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କାରଣ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନ ଙ୍କ ସହିତ ଜଡ଼ିତ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ପାଇଁ କିଛି ନା କିଛି ନିୟମ ରହିଥାଏ । ଏହି ନିୟମ ଗୁଡ଼ିକୁ ପାଳନ କରିବା ଦ୍ବାରା ଆମ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସପ୍ତାହ ର ଦ୍ଵିତୀୟ ଦିନ ଅର୍ଥାତ ମଙ୍ଗଳବାର ଦିନ ର ବିଶେଷ ମହତ୍ତ୍ୱ ସମ୍ବନ୍ଧରେ କହିବୁ ।

ଏହି ଦିନ କେଉଁ କାର୍ଯ୍ୟ କରିବା ଦ୍ବାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ଆଜି ଆମେ ସେହି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ପ୍ରତ୍ୟେକ ମଙ୍ଗଳବାର ଦିନ ଆପଣ ପ୍ରଭୁ ହନୁମାନ ଙ୍କ ମନ୍ଦିର ଯାଆନ୍ତୁ ଏବଂ ପ୍ରଭୁ ହନୁମାନ ଙ୍କୁ ଲାଲ ରଙ୍ଗ ର ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ବଜରଙ୍ଗବଲୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ମାନବାଞ୍ଛା ଫଳ ପ୍ରଦାନ କରିବେ । ଏହା ସହିତ ମଙ୍ଗଳବାର ଦିନ ହନୁମାନ ଚାଳିସା ଅବଶ୍ୟ ପାଠ କରନ୍ତୁ ଏବଂ ହନୁମାନ ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ ।

ଏହା ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବି-ନା-ଶ ଘଟିବ ଏବଂ ଆପଣଙ୍କ ଜୀବନରେ ଏକ ସକରାତ୍ମକ ଉର୍ଜା ର ସୃଷ୍ଟି ହେବ । ଯେଉଁ ବ୍ୟକ୍ତି କାମ ଦୋଷ ରୁ ବାହାରି ପାରୁନାହିଁ ସେହି ବ୍ୟକ୍ତି ପ୍ରତ୍ୟେକ ମଙ୍ଗଳବାର ନିୟମିତ ଭାବରେ ହନୁମାନ ଙ୍କ ପୂଜା କରନ୍ତୁ । ଏହି ଦୋଷରୁ ଅବଶ୍ୟ ମୁକ୍ତି ମିଳିବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ମଙ୍ଗଳବାର ଦିନ ଲାଲ ରଙ୍ଗ ର ପୋଷାକ ଅବଶ୍ୟ ପରିଧାନ କରନ୍ତୁ । ଏହାଦ୍ବାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଏହା ସହିତ କୌଣସି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ନିଜ ପାଖରେ ଲାଲ ରଙ୍ଗର କୌଣସି ବସ୍ତୁ ଅବଶ୍ୟ ରଖନ୍ତୁ । ଏହାଦ୍ବାରା ଆପଣ କାର୍ଯ୍ୟ ରେ ସଫଳତା ହାସଲ କରିବେ ।

୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କୁ ଗୁଡ଼ ଓ ଚଣା ର ପ୍ରସାଦ ଅଵଶ୍ୟ ଅର୍ପଣ କରନ୍ତୁ ଏବଂ ଯଦି ଆପଣଙ୍କ ମଙ୍ଗଳ ଦୋଷ ରହିଛି ତେବେ ଆପଣ ନିୟମିତ ଭାବରେ ପ୍ରଭୁ ହନୁମାନ ଙ୍କ ପୂଜା ଓ ଉପାସନା କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଗ୍ରହ ଦୋଷ ର ପ୍ରଭାବ କମିଯିବ ।

୪. ବନ୍ଧୁଗଣ ଚତୁର୍ଥତଃ, ମଙ୍ଗଳବାର ଦିନ ବ୍ରତ ରଖି କି ଗୋଟିଏ ସମୟରେ ଖାଦ୍ୟ ଖାଇବା ଉଚିତ । ଏବଂ ସ୍ୱାତ୍ଵିକ ଆହାର ଗ୍ରହଣ କରିବା ଆବଶ୍ୟକ । ଏବଂ ଲାଲ ରଙ୍ଗ ର ମସୁର ଡାଲି ଏବଂ ଗୁଡ଼ ର ଦାନ ଅବଶ୍ୟ କରିବା ଉଚିତ । ଏହା କରିବା ଦ୍ୱାରା ଘରୁ ଦୁଃଖ ଦାରିଦ୍ର୍ୟ ଏବଂ ସମସ୍ତ ସମସ୍ୟା ଦୂର ହୋଇ ଯିବ । କିନ୍ତୁ ମଙ୍ଗଳବାର ଦିନ ଭୁଲରେ ବି ଆମିଷ ଭୋଜନ କରିବେ ନାହିଁ । ଏହା ଦୁଃଖ ଦରିଦ୍ରତା ର କାରଣ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।