ଆଜିର ରାଶିଫଳ, 31 ମାର୍ଚ୍ଚ 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଦିନଟି ଭଲରେ କଟିବ । ନିଜ ପରିବାର ଓ ସହକର୍ମୀମାନଙ୍କର ସହଯୋଗ ମିଳିବ । ଏହି ସମୟ ଟି ନିଜର ଲକ୍ଷ ସ୍ଥଳରେ ଧ୍ୟାନ ଦେବା ଉଚିତ । ବ୍ୟବସାୟରେ ଅଧିକ ଲାଭ ମିଳିବ । ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଭଲ ଯୋଗ ରହିଛି । ଅଧିକ ପରିଶ୍ରମ ଯୋଗୁ ଆପଣ କଷ୍ଟ ଅନୁଭବ କରିବେ । ଏହି ସମୟରେ ଆପଣ ଶାନ୍ତିପୂର୍ଣ ଭାବେ ରହିବା ଉଚିତ । ଆପଣଙ୍କର ଆଖି ସହ ଜଡିତ କୌଣସି ରୋଗ ହେବାର ସମ୍ଭାବନା ରହିଛି । ଆଜି ଦିନରେ ପ୍ରଭୁ ଶିବଙ୍କୁ ୧୧ଟି ବେଲପତ୍ର ଚଢାଇଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ ।

ବୃଷ ରାଶି : ଆଜି ଆପଣଙ୍କ ଦିନଟି ଅନ୍ୟମାନଙ୍କ ସହ ନୂଆ ସମ୍ପର୍କ ଗଢିବାରେ ଅତିବାହିତ ହେବ । ଏହି ସମୟ ଟି ନିଜ ଆଦର୍ଶ ଓ ସ୍ଵପ୍ନକୁ ଆଖି ଆଗରେ ରଖି ଭବିଷ୍ୟତରେ ଆଗକୁ ବଢିବା ଉଚିତ । ନୂଆ କାମରେ ଆଗକୁ ବଢିପାରିବେ । ପରିବାରରେ ସମସ୍ତଙ୍କ ସହ ଭଲ ରହିବ । ଅଧିକ ପରିଶ୍ରମ କରି କମ ସଫଳତା ମିଳିବା ଯୋଗୁ ଆପଣ ଦୁଖୀ ରହିବେ । ଏହି ସମୟରେ କରାଯାଇଥିବା ପରିବର୍ତ୍ତନ ଓ ନିଷ୍ପତି ଆପଣଙ୍କୁ ଭବିଷ୍ୟତରେ ସଫଳତାର ଶୀର୍ଷରେ ପହଞ୍ଚାଇବ । ଆଜିକା ଦିନରେ ମନ୍ଦିରରେ ଫଳ ଦାନ କାଲେ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ ।

ମିଥୁନ ରାଶି : ଆଜି ଆପଣଙ୍କ ଦିନଟି ଠିକ ଠାକ ରହିବ । ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିବ । ନିଜ ସାଙ୍ଗ ସାଥିଙ୍କ ସହ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବା ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ନିଜ ସହକର୍ମୀ ଓ ଉଚ ଅଧିକାରୀଙ୍କୁ କାମରେ ସହଯୋଗ କରିବା ଉଚିତ । ଏହି ସମୟରେ କୋଣସି ଜରୁରୀ ନିଷ୍ପତି ନେବା ଉଚିତ ନୁହେଁ । ପରିବାର ଲୋକଙ୍କ ସହ ଭଲ ସମ୍ଭନ୍ଧ ରହିବ । ଗାଇକୁ ରୋଟି ଖାଇବାକୁ ଦେଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଏହି ରାଶିର ଲୋକମାନେ ନିଜ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହଯୋଗ ଯୋଗୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ଆପଣ କେଉଁ ସ୍ଵଭାବର ଲୋକ ଏ କଥା ଟି ଜାଣିବାକୁ ଏହି ସମୟଟି ଉପଯୁକ୍ତ ଅଟେ । ନିଜ ଶରୀର, ଚେହେରା, ସ୍ୱାସ୍ଥ୍ୟ ବିଷୟରେ ଆପଣ ଭାବିପାରନ୍ତି । ଆପଣ କର୍ମ କ୍ଷେତ୍ରରେ ଅଧିକ ଚେଷ୍ଟା କଲେ ଆଗକୁ ସଫଳତା ପାଇପାରିବେ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ । ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ ହେବ ।

ସିଂହ ରାଶି :ଆଜି ଆପଣଙ୍କ ଦିନଟି ଖୁସିରେ କଟିବ । ଆପଣଙ୍କ ଆଖପାଖରେ ଥିବା ଲୋକମାନେ ଆପଣଙ୍କ କାମ ପାଇଁ ପ୍ରଶଂସା କରିବେ ଯାହା ଦ୍ଵାରା ଆପଣ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବେ । ବ୍ୟବସାୟରେ ଲାଭ ନ ମିଳିବାରୁ ଆପଣ ଚିନ୍ତାରେ ରହିବେ । ଯଦି ଆପଣ ନିଜ ବ୍ୟବସାୟ ଓ କମ୍ପାନୀ ବିଷୟରେ ଦୁନିଆକୁ କହିବାକୁ ଚାହୁଁଛନ୍ତି ତେବେ ସୋସିଆଲ ମିଡିଆ ଜରିଆରେ କହିପାରନ୍ତି । ବୁଝି ବିଚାରୀ ନିଷ୍ପତି ନେଲେ ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିପାରିବେ ।

କନ୍ୟା ରାଶି : ଏହି ସମୟ ଟି ଆପଣଙ୍କ ଲକ୍ଷକୁ ପୂରଣ କରିବା ପାଇଁ ଉପଯୁକ୍ତ ସମୟ ଅଟେ । ନିଜ ଭବିଷ୍ୟତକୁ ଆଗକୁ ବଢେଇବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରନ୍ତୁ । ଆପଣଙ୍କୁ କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ । ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କ୍ଷେତ୍ରରେ ଚାକିରି ଓ ବ୍ୟବସାୟର ଲାଭ ମିଳିବ । ଏହି ସମୟରେ ନିଜର ବିରୋଧୀମାନଙ୍କର ସମାନ କରିବାକୁ ପଡିବ । ହୃଦୟ ରୋଗ ଥିବା ଲୋକମାନେ ଆଜି ଦିନରେ ସାବଧାନ ରହିବା ଉଚିତ । ପ୍ରେମ କରୁଥିବା ଲୋକମାନେ ନିଜ ବେଡ ରୁମରେ ଳଵ ବାର୍ଡର ଷ୍ଟାଚୁ ଲଗାଇପାରିବେ ।

ତୁଳା ରାଶି : ଆପଣ ନିଜ ମନକୁ ନିୟନ୍ତ୍ରଣ କରିବା ଉଚିତ । ନିଜ ପରିଚୟ, ପ୍ରତିଷ୍ଠା ଏମିତି କି ସମ୍ପତି କ୍ଷେତ୍ରରେ ବି ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନେବେ । ଦୂର ଜାଗାକୁ ଯାତ୍ରା କରିପାରନ୍ତି । ନିଜ ପାଇଁ ସମୟ ବାହାର କରିବା ଉଚିତ । ଆପଣ ଜୀବନରେ ଚେଷ୍ଟା କଲେ ସଫଳତା ପାଇପାରିବେ ।

ବିଛା ରାଶି : ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଅଧିକ ଲୋକଙ୍କ ସହ ସମ୍ପର୍କ ବଢିବ । ଆପଣଙ୍କ ଉପରେ ଦାୟିତ୍ଵର ଭାର ବଢି ଯିବ । ନୂଆ କାମ ପାଇଁ ଏହି ସମୟଟି ଉପଯୁକ୍ତ ଅଟେ । ସେଥି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଅଯଥା କାମ ଉପରେ ଖରଚ କରିବାକୁ ପଡିବ ସେଥି ପାଇଁ ଆପଣଙ୍କୁ ଆର୍ଥିକ ପରିସ୍ଥିତିର ସାମନା କରିବାକୁ ପଡିବ । ସାଙ୍ଗମାନଙ୍କ ସହଯୋଗ ମିଳିବ । ନିଜ ଉପରେ ବିଶ୍ବାସ ରଖି ଆପଣ ଜୀବନରେ ଆଗକୁ ବଢିଲେ ସଫଳତା ପାଇପାରିବେ । ” ଓମ ନମହ ଶିବାୟ”୨୧ ଥର ଜପ କଲେ ଆପଣ ଆପଣଙ୍କ ସମସ୍ତ ଯୋଜନାରେ ସଫଳ ହେବେ ।

ଧନୁ ରାଶି : ଆଜି ଆପଣଙ୍କ ଦିନଟି ଉତ୍ତମ ରହିବ । ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଅଫିସରେ ଅଧିକାରୀଙ୍କର ସହଯୋଗ ମିଳିବ । ଧନ ଲାଭର ଯୋଗ ରହିଛି । ବେପାରରେ ଭଲ ଲାଭ ହେବ । କୌଣସି ଏମିତି ଲୋକ ସହ ଭେଟ ହେବ ଯିଏ ଆପଣଙ୍କୁ ଉଚିତ ଉପଦେଶ ଦେଇପାରିବ । ଯେଉଁମାନେ ନିଜ ଉପରେ ନିର୍ଭର କରିଥାନ୍ତି ସେମାନେ ଅନ୍ୟର ସାହାଯ୍ୟରେ ଆସିଥାନ୍ତି । ପରିବାର ଲୋକଙ୍କ ସହ ଆଜି ଦିନଟି ଭଲରେ ଅତିବାହିତ ହେବ । ଗାୟତ୍ରୀ ମନ୍ତ୍ର ପାଠ କଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।

ମକର ରାଶି : ଆଜି ଆପଣଙ୍କ ଦିନଟି ଭଲ ରହିବ । ଯେଉଁ କାମଟି ଆପଣଙ୍କୁ ଠିକ ଲାଗୁଛି ସେହି କାମଟି କରନ୍ତୁ । କୌଣସି ଜାଗାରୁ ଖୁସି ଖବର ମିଳିପାରେ । ବ୍ୟବସାୟରେ ଲାଭ ମିଳିବ । ଏହି କାରଣରୁ କୌଣସି ସମସ୍ୟାର ସମାଧାନ ହୋଇପାରିବ । କାର୍ଯ୍ୟରେ ସଫଳତା, ଯଶ ଓ ପ୍ରତିଷ୍ଠା ପାଇବାର ଆଶଙ୍କା ରହିଛି । ନିଜ ମନରେ ବିଶ୍ଵାସ ନ ଥିବାରୁ ଆପଣ ଆପଣଙ୍କ କାମରେ ସଫଳତା ପାଇ ପାରିବେ ନହିଁ । ମନ୍ଦିର ବାହାରେ ବସିଥିବା ଲୋକମାନଙ୍କୁ ଫଳ ଦାନ କାଲେ ଆପଣଙ୍କୁ ଆପଣଙ୍କ ଜୀବନରେ ଅନ୍ୟମାନଙ୍କର ସହଯୋଗ ମିଳିପାରିବ ।

କୁମ୍ଭ ରାଶି : ଆପଣଙ୍କୁ ନିଜ କାମ, କର୍ମ, ପ୍ରତିଷ୍ଠା ଓ ଶକ୍ତି ଯୋଗୁ ନିଜର ପରିଚୟ ମିଳିପାରିବ । ଆର୍ଥିକ ଲାଭର ସମ୍ଭାବନା ଅଛି କିନ୍ତୁ ଅଯଥା ଖରଚର ସମ୍ଭାବନା ରହିଛି । ଛୋଟ ଛୋଟ ପ୍ରଶଂସା ଠାରୁ ଦୂରେଇ ରହି ନିଜ ଜୀବନରେ ଆସୁଥିବା ସଫଳତାକୁ ଆପଣେଇ ନିଅନ୍ତୁ । ପେଟର ସମସ୍ୟା ହୋଇପାରେ ତେଣୁ ଖାଇବା ପିଇବାର ଧ୍ୟାନ ରଖନ୍ତୁ । ଅନାଥ ଆଶ୍ରମରେ କିଛି ବସ୍ତ୍ର ବା ଅନ୍ୟ କିଛି ଦାନ କରନ୍ତୁ । ଏହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।

ମୀନ ରାଶି : ଆଜି ଆପଣଙ୍କ ଦିନଟି ସାମାନ୍ଯ ରହିବ । ନିଜ ପରିଶ୍ରମର ସଫଳତା ପାଇଁ ଆପଣ ଅଧିକ ଚେଷ୍ଟା କରନ୍ତୁ । ଏହି କାରଣରୁ ଆପଣଙ୍କୁ ପ୍ରଶଂସା ମିଳିପାରେ । ନିଜ ପରିବାର ଓ ପ୍ରିୟଜନଙ୍କ ସହ ସମ୍ପର୍କ ବଢାଇବାର ଏଇଟା ଠିକ ସମୟ ଅଟେ । କାର୍ଯ୍ୟରେ ସଫଳତା ପାଇପାରିବେ । ଆପଣଙ୍କୁ ପସନ୍ଦ କରୁ ନ ଥିବା ଲୋକମାନେ ଆପଣଙ୍କ ଉପରେ ଈର୍ଷା କରିବେ । ସେହି ଲୋକମାନଙ୍କର ଧ୍ୟାନ ରଖନ୍ତୁ ଯେଉଁମାନେ ଆପଣଙ୍କ ଉପରେ ସମ୍ପୂର୍ଣ ରୂପେ ନିର୍ଭର କରିଥାନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।