ମାଙ୍କଡର ବିଲେଇ ଛୁଆ ପ୍ରତି ଏମିତି ମଣିଷ ପଣିଆ, ଯାହା ଆଜି ମଣିଷଙ୍କ ପାଖରେ ବି ନାହିଁ, ଦେଖନ୍ତୁ ଏହି Video

ବନ୍ଧୁଗଣ ବିଲେଇ ଛୁଆ ଟା ପଙ୍କ ସାଲୁବାଲୁ କୂଅ ରେ ଖସି ପଡିଛି । ବିଲେଇ ପଙ୍କ ରୁ ବାହାରିବା ପାଇଁ ନା ଅଛି ବଳ ନା ଅଛି ମଗଜ । କେବଳ ମ୍ୟାଉଁ ମ୍ୟାଉଁ ହେବା ଛଡା ଆଉ ତା ପାଖରେ କିଛି ଚାରା ନାହି । ଠିକ ଏତିକି ବେଳେ ସହୟତାର ହାତ ବଢାଇଛି ମାଙ୍କଡ । ମାଙ୍କଡ ବାରମ୍ବାର ଖାଲୁ ଡେଇଁ ଶେଷରେ ସଫଳ ହୋଇଛି । ବୁଝିପାରୁ ନାହି କେମିତି ବଞ୍ଚାଇବ ବିଲେଇକୁ । ନିଜ କୋଳକୁ ନେଉଛି ତାକୁ ଉପରକୁ ନେବା ପାଇଁ କିନ୍ତୁ କିଛି ହେଉ ନାହି । ଉପରକୁ ଡେଉଁଛି ଆଉ ତା ପରେ ପୁଣି ତଳକୁ ।

ଏମିତି ଡେଇଁ ଡେଇଁ ମାଙ୍କଡ ବିଲେଇ ଛୁଆ କୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା କରୁଛି । କିଏ କହିଲା ମଣିଷ ଓ ପଶୁ ମଧ୍ୟରେ ଆକାଶ ପାତାଳ ର ପାର୍ଥକ୍ୟ ରହିଛି । ଏହି ଦୃଶ୍ୟ ଦେଖିଲେ ସତେ ଲାଗୁଛି ପଶୁ ଭିତରେ ମଣିଷ ପଣିଆ ଜାଗି ଉଠିଛି । ଆମ ସମାଜରେ ମଣିଷ ଗୁଡାକ ଏହି ମାଙ୍କଡର କାର୍ଯ୍ୟ କଳାପ ଦେଖିବା ଉଚିତ ।

କେଉଁଠି ଦୁର୍ଘଟଣା ହେଲେ ଆମେ ସବୁ ସେଲଫି ନେବାକୁ ଲାଗି ପଡିଥାଉ । ଅସୁବିଧାରେ ପଡିଥିବା ମଣିଷ କୁ ଉଧାର କରିବାକୁ ଉଦ୍ୟମ ମଧ୍ୟ ଆମେ କରୁ ନାହି । ମଣିଷ ଭିତରେ ଠିକ ସମୟରେ ମରି ଯାଉଛି ତାର ମଣିଷ ପଣିଆ । କିନ୍ତୁ ଏହି ଦୃଶ୍ୟ ଠିକ ତାର ଓଲଟା ଦେଖାଉଛି ।

ମଣିଷ ଭିତରୁ ମଣିଷ ପଣିଆ ମରି ଯାଉଥିବା ବେଳେ ପଶୁ ଭିତରେ ସୃଷ୍ଟି ହୋଇଛି ଏହି କରୁଣା । କିନ୍ତୁ ଏହି ଦୃଶ୍ୟ କେଉଁଠିକାର ଏହା ସ୍ପଷ୍ଟ ହୋଇ ନାହି । କିନ୍ତୁ ଏହା ଏକ ମଣିଷ ଙ୍କ ପାଇଁ ବିରାଟ ନୀତିଶିକ୍ଷା ବୋଲି ଧରି ନେବାକୁ ପଡିବ । ବିଲେଇ ଛୁଆ କୁ ଉଧାର ହେଉଥିବା ମାଙ୍କଡ ଶେଷରେ ନିଜର ମାଲିକିଆଣୀ ର ସହାୟତା ନେଇଛି । ମାଲିକିଆଣୀ କହିଲେ ଛୋଟିଆ ଝିଅ ।

ଝିଅଟି ଖାଲୁ ଡେଇଁ ପଡି ବିଲେଇ ଛୁଆକୁ ଉଧାର କରିଛି । ଆଉ ମାଙ୍କଡ ବିଲେଇ ଛୁଆକୁ କୋଳରେ ଧରି ଗେଲ କରୁଛି । ଏଠାରେ ସମ୍ପର୍କ ରେ କେହି କାହା କିଛି ନୁହେଁ । ଇନ୍ତୁ ଏହି ଦୃଶ୍ୟ ରେ ଥିବା ମଣିଷ ପଣିଆ ବୁ ସମ୍ପର୍କର ବ୍ୟାଖ୍ୟା କୁ ତୁଚ୍ଛା କରୁଛି କହିଲେ କିଛି ଭୁଲ ହେବ ନାହି । ତେବେ ଆଜିର ସମାଜ ପାଇଁ ମାଙ୍କଡ ହେଉଛି ଏକ ଜ୍ଵଳନ୍ତ ଉଦାହରଣ ।

ଯିଏ କି ସମ୍ପର୍କ ର ମହତ୍ଵ କଣ ତାହା ବୁଝାଇ ପାରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ମାଙ୍କଡ ର ବିଲେଇ ଛୁଆ ପ୍ରତି ମଣିଷ ପଣିଆ ଭିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।