ଆଶ୍ଚର୍ଯ୍ୟ ! ଗଛ ହାଣିଲେ ବାହାରୁଛି ପିଇବା ପାଣି, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ । ଗଛରୁ ବାହାରୁଛି ପାଣି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଛ ହାଣିଲେ ବାହାରୁଛି ପାଣି । ଗଛରେ ମୁହଁ ଲଗାଇ ଢକ ଢକ କରି ଲୋକେ ପାଣି ପିଉଛନ୍ତି । ଉଏ ତ ଏହି କଥା ଶୁଣିଲେ ଆପଣ ମାନେ ବିଶ୍ଵାସ କରିବେ ନାହି । କିନ୍ତୁ ଘଟଣା ଟି ସଂପୂର୍ଣ୍ଣ ଭାବେ ସତ୍ୟ ଅଟେ । ସୋସିଆଲ ମିଡିଆରେ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରି ବୁଲୁଛି ।

ଗଛ କାଟିଳେ ବାହରାଉଛି ପାଣି ଆଉ ଯଦି ଗୋଟିଏ ଗଛରୁ ଜଳ ସ୍ରୋତ ବାହାରୁଥିବ ଆପଣ ଦେଖନ୍ତି ତେବେ ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବ । ଯଦି ଏମିତି କେବେ ହୁଏ ତେବେ ଆପଣ ଜାଣିବେ ଏହା ଟର୍ମିନାଲ ଟେମନଟ୍ୟାକ୍ଶ ଗଛ । ଯଦି ଶୋଷରେ ଆପଣଙ୍କ ତଣ୍ଟି ସୁଖୀ ଯାଉଥାଏ ଓ ଆପଣଙ୍କ ପାଖରେ ଏହି ଗଛ ଛି ତେବେ ଆପଣ ନିଶ୍ଚୟ ଭାଗ୍ୟବାନ ବୋଲି ମାନେ ରଖିବେ ।

ତେବେ ଅଧିକାଂଶ ଲୋକେ ଏହି ଗଛ ବିଷୟରେ ଜାଣି ନାହାନ୍ତି ତେଣୁ ସେମାନେ ଏହି ଗଛର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ରେ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି କି ଗଛରେ କିପରି ଜଳ ବାହାରୁଛି । ଆଶ୍ଚର୍ଯ୍ୟ କରି ଦେଉଥିବା ଏହି ଭିଡିଓ ରେ ଜଣେ ବ୍ୟକ୍ତି କୁରାଢି ରେ ଗଛକୁ ଆଘାତ କରୁଛନ୍ତି ଓ ସେଥିରୁ ଚାଲ ଉଠିବା ମାତ୍ରେ ଗଚରୁ ଖୁବ ଜୋରରେ ପାଣିର ସ୍ରୋତ ବାହାରୁଛି ।

ପାଣିର ସ୍ରୋତ ବାହାରିବା ମାତ୍ରେ ବ୍ୟକ୍ତି ଜଣକ ଏହାକୁ ପିଉଥିବାର ହିଡିଓ ରେ ଦେଖା ଯାଉଛି । ଏହି ଗଛ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହି । ଏହା ଯେଉଁଠି ଅଛି ସେଠିକାର ଲୋକ ଏହାକୁ ଅନେକ ନାମରେ କୁହନ୍ତି । ଏଥିରୁ ବାହାରୁଥିବା ଜଳ ସଂପୂର୍ଣ୍ଣ ପରିଷ୍କାର ଓ ପାନ୍ୟ ଯୋଗ୍ୟ ମଧ୍ୟ ।

ଏହି ଭିଡିଓ ଟି ଟ୍ବିଟର ରେ ସେୟାର କରାଯିବା ପରେ ଏ ଯାଏଁ ୫୮ହଜାର ରୁ ଅଧିକ ୟୁଜର୍ସ ଦେଖି ସାରିଲେଣି । ଲୋକ ମାନେ ଏହା ଉପରେ ନାନା ପ୍ରକାରର ମତାମତ ମଧ୍ୟ ଦେଉଛନ୍ତି । ଏହି ପୋଷ୍ଟ ସହ ଗଛ ବିଷୟରେ କୁହା ଯାଇଛି ଯେ ଏହା ଟର୍ମିନାଲ ଟେମନଟ୍ୟାକ୍ଶ ଯାହାକୁ ଟ୍ରେଡେ ଲାଇଟ ପାର୍କ ମଧ୍ୟ କୁହାଯାଏ । ୩୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଗଛ ଗୁଡିକ ପ୍ରାୟତ ଶୁଖିଲା ଓ ଆଦ୍ର ଜଙ୍ଗଲ ରେ ଦେଖାଯାଏ ।

ଏହି ଗଛ ଗୁଡିକ ଡାଳ ପାଣିରେ ପରିପୂର୍ଣ୍ଣ ଯାହା ସେମାନଙ୍କୁ ଜଳିବା ଠାରୁ ରକ୍ଷା କରିଥାଏ । ବୌଦ୍ଧ ସଂପ୍ରଦାୟ ର ଲୋକ ମାନେ ଏହାକୁ ବୌଦ୍ଧି ବୃକ୍ଷ ବୋଲି କୁହନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ପାଣି ବାହାରୁଥିବା ଗଛ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।