ମଣ୍ଡପରେ ବରର ପିତା ମାଗିଲା ଯୌତୁକରେ ୫ ଲକ୍ଷ, ଏହା ପରେ କନ୍ୟା ଯାହା କଲା ସେମାନେ କେବେ ବି ଭୁଲି ପାରିବେ ନାହିଁ

ଭାରତରେ ବର୍ତ୍ତମାନ ଲୋକମାନେ ବହୁତ ଆଗକୁ ବଢିଲେଣି ଓ ସମାଜକୁ ନେଇ ଲୋକମାନଙ୍କର ଚିନ୍ତାଧାରକୁ ନେଇ ମଧ୍ୟ ବହୁତ ଉନ୍ନତି ଦେଖିବାକୁ ମିଳୁଛି । କିନ୍ତୁ ଯୌତୁକ ଭଳି ଜିନିଷ ଆଜି ବି ଲୋକମାନଙ୍କର ମୁଣ୍ଡରେ ଘର କରି ବସିଛି । ଏହିଭଳି ଏକ ମାମଲା ଧୌଲପୁର ଘଟିଛି । ଯେଉଁଠି ଜଣେ ଡାକ୍ତରୀ କରି ସାରିଥିବା ଯୁବତୀର ବିବାହ ଅନ୍ଲାଇନ ଜରିଆରେ ଏକ ଯୁବକ ସହ ଠିକ ହୋଇଥିଲା ।

ରିପୋର୍ଟ ଅନୁସାରେ ଯୁବକ ଜଣକ ଗୁରୁଗ୍ରାମରେ ଜବ କରୁଥିଲା । ବିବାହ ସମୟରେ ତ ଯୌତୁକ ଓ ଜିନିଷ ପତ୍ର ଦିଆଯାଏ ତାହା ବି ଦିଆ ଗଲା କିନ୍ତୁ ଲୋଭର କୌଣସି ସୀମା ନ ଥାଏ । ଯେତେବେଳେ ବରଯାତ୍ରୀ ଆସିଲା କନ୍ୟା ଘରକୁ ତେବେ ସେଠି ବରର ପିତା ଯୌତୁକରେ ୫ ଲକ୍ଷ ଟଙ୍କା ନଗଦ ରାସୀର ଡିମାଣ୍ଡ କରିଦେଲେ ।

ଏହା ପରେ କନ୍ୟାର ପିତା ହାତ ଯୋଡିଦେଲେ ଓ କହିଲେ କି ଏତେ ଟଙ୍କା ଅଚାନକ ତ ଆଣି ହେବ ନାହିଁ । ବରର ମାତା ସମୟର ଲାଭ ଉଠାଇ ଆହୁରି କହିଦେଲେ କି ତାଙ୍କୁ ୫ ଲକ୍ଷ ନୁହେଁ ୮ ଲକ୍ଷ ଟଙ୍କା ଦରକାର ।

ରିପୋର୍ଟ ଅନୁସାରେ ସେମାନେ କନ୍ୟାର ପରିଜନମାନଙ୍କ ସହିତ ମାରପିଟ ବି ଆରମ୍ଭ କରିଦେଲେ । ଏଥିରେ କନ୍ୟା ବହୁତ ଆଘାତ ହୋଇଗଲା ଓ ଏହା ପରେ ସେ ବିବାହ କରିବା ପାଇଁ ମନା କରିଦେଲା ଓ ବରଯାତ୍ରୀ ବି ବିନା ବିବାହ କରି ଫେରିଗଲା ।

ସକାଳେ ଯାଇ କନ୍ୟା ଘରର ଲୋକମାନେ ପୁଲିସ ଷ୍ଟେସନରେ ମାମଲା ଦର୍ଜ କରାଇଲେ ଓ ପୁଲିସ ବି କାର୍ଯ୍ୟକାରୀ କରିବା ପାଇଁ ବିଶ୍ଵାସ ଦେଇଛନ୍ତି । କନ୍ୟାର କହିବା ଅଟେ କି ଯେଉଁ ଘର ଏହିଭଳି ଲୋଭୀ ବ୍ୟକ୍ତିମାନଙ୍କ ଦ୍ଵାରା ଭରି ଅଛି ଓ ତାଙ୍କର ଘର ଲୋକମାନଙ୍କ ପ୍ରତି ଯେଉଁମାନଙ୍କର ସମ୍ମାନ ହିଁ ନାହିଁ ସେହି ଘରେ ବିବାହର କରି ତାର ଭଲ କେବେ ବି ହୋଇ ପାରିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।