ଯଦି ଆପଣ ପରୀକ୍ଷାରେ ଭଲ ରେଜଲ୍ଟ କରିବାକୁ ଚାହାଁନ୍ତି ତ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, 100 % ମାର୍କ ରଖି ପାରିବେ- Study Tips

ଯଦି ଆପଣ ପାଠ ପଢା ପିଲା ଅଟନ୍ତି ତେବେ ଆପଣ ସବୁ ବେଳେ ଚାହୁଁଥିବେ କି ଆପଣଙ୍କର ପାଠରେ ଭଲ ନମ୍ବର ରହୁ । ତେବେ ଆପଣ ମନ ଲଗାଇ ପାଠ ପଢିବାକୁ ପଡିବ । ଏହା କେବଳ ସେହି ସମୟରେ ହୋଇପାରିବ ଯେଉଁ ସମୟରେ ଆପଣ ମନ ଧ୍ୟାନ ଦେଇ ପଡିବାକୁ ପଡିବ ।

ଆମ ଘରେ ଏତେ ପାଟି ତୁଣ୍ଡ ହୋଇଥାଏ ବା କିଛି ଏପରି ହୋଇଥାଏ ଯାହାକୁ ଆମ ପାଠ ପଢିବା ସମୟରେ ଆମେ ପାଠ ପଢିପାରୁ ନଥାଉ ଓ ଆଉ କିଛି ସମୟରେ ଆମକୁ ନିଦ ଆସିଥାଏ ଯାହା ଫଳରେ ଆମେ ଭଲ ନମ୍ବର ରଖିପାରି ନଥାଉ ।ଯଦି ଆପଣ ସବୁ ବେଳେ ଫୋକସ ଓ ମନ ଲଗାଇ ପାଠ ପଢିବାକୁ ଇଛା ମଧ୍ୟ ରହିବା ଦରକାର ।

ଯଦି ଆପଣ ଭଲ ପାଠ ପଢିବା ପାଇଁ ଚାହୁଁଛନ୍ତି ଓ ନମ୍ବର ରଖିବା ପାଇଁ ଇଛା କରୁଛନ୍ତି ତେବେ ଯୋଗ କରନ୍ତୁ । ଯୋଗ କରିବା ଦ୍ଵାରା ଆପଣ ବହୁତ ଲାଭ ମଧ୍ୟ ପାଇବେ । ଆପଣ କେବଳ ଗୋଟିଏ ମିନିଟ ଯୋଗ କରି ନିଜର ସ୍ମରଣ ଶକ୍ତି ବଢାଇ ପାରିବେ । ସର୍ବ ପ୍ରଥମେ ଆପଣ ପୁରା ଚୁପ ଚାପ ଜାଗାକୁ ଯାଅନ୍ତୁ ସେଠାରେ ଯାଇ ଆପଣ ନିଶ୍ଵାସ ଭିତରକୁ ନେବେ ଓ ପ୍ରଶ୍ଵାସ ଭାରକୁ ଛାଡିବେ ।

ପ୍ରଥମେ ଆପଣ ଆଖି ବନ୍ଦ କରନ୍ତୁ ଓ ଏହାପରେ ଆପଣ ଯେଉଁ ସମୟରେ ପ୍ରଶ୍ଵାସ ବାହାରକୁ ଛାଡିବେ ସେହି ସମୟରେ ସବୁ ଚିନ୍ତା ଛାଡି ଦିଅନ୍ତୁ ଓ ନିଜ ଭିତରେ ଥିବା ଖରାପ ପ୍ରଭାବକୁ ଦୂରେଇ ବାକୁ ଚେଷ୍ଟା କରିବେ ଅର୍ଥାତ ଆପଣ ସବୁ ଖରାପ ଚିନ୍ତା ଛାଡନ୍ତୁ । ଯେଉଁ ସମୟରେ ଆପଣ ନିଶ୍ଵାସ ନେବେ ସେହି ସମୟରେ ଆପଣ ଭଲ ଚିନ୍ତା କରିବା ଦରକାର ।

ଆପଣଙ୍କର ମନ ପୁରା ସେହି ଯୋଗ ଉପରେ ରହିବା ଦରକାର । ଆପଣ ଏହିପରି ୫ ରୁ ୬ ଥର କରନ୍ତୁ । ଏହା କରିବା ଫଳରେ ଆପଣ ବହୁତ ନିଜକୁ ଆରମ ଲାଗିବ । ଏହାପରେ ଆପଣଙ୍କର ସ୍ମରଣ ଶକ୍ତି ଆଗ ଅପେକ୍ଷା ଅଧିକ ବଢିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣ ଯେଉଁ ସମୟରେ ପାଠ ପଢୁଛନ୍ତି ସେହି ସମୟରେ ମୋବାଇଲ ବନ୍ଦ କରି ରଖନ୍ତୁ ।

ଏହା ସତ କି ଆପଣ ମୋବାଇଲ ଦେଖିବା ଦ୍ଵାରା ନିଯେ ବହୁତ ମଜା କରିଥାନ୍ତି କିନ୍ତୁ ପାଠ ସମୟରେ କେବେ ହେଲେ ଏହିପରି କରନ୍ତୁ ନାହିଁ । ଯେଉଁ ସମୟରେ ଆପଣ ପାଠ ପଢିବାକୁ ଯାଉଛନ୍ତି ସେହି ସମୟରେ ନିଜ ସାଙ୍ଗର ମ୍ଯାସେଜ ଆସିବ ସେହି ସମୟରେ ଆପଣ ମଧ୍ୟ ତାଙ୍କ ସହିତ କଥା ହେବେ ଯାହା ଫଳରେ ଆପଣଙ୍କର ପାଠରେ ଆଉ ଧ୍ୟାନ ରହିବା ନାହିଁ ଓ ବହୁତ ସମୟ ମଧ୍ୟ ହୋଇଥାଏ ।

ବହୁତ ବୈଜ୍ଞାନିକଙ୍କ ମତ ଅନୁସାରେ ପିଲା ମାନେ ବାହାରେ କିଛି ସମୟ ଯାଇ ବୁଲିବା ଦରକାର । ପିଲାମାନେ ସବୁ ସମୟରେ ପାଠ ପଢିବା ମଧ୍ୟ ଉଚିତ ନୁହେଁ କାରଣ ଏହିପରି କରିବା ଫଳରେ ନିଜର ମନ ମଧ୍ୟ ଲାଗି ନଥାଏ ଓ ନିଜ ମୁଣ୍ଡ ଉପରେ ବହୁତ ଚାପ ପଡିଥାଏ । ଏହା ଫଳରେ ଆପଣ ପାଠ ପଢିଥାନ୍ତି ସତ କିନ୍ତୁ ପାଠ ଭଲ ଭାବରେ ମନେ ରହେ ନାହିଁ ।

ଯେଉଁ ପାଠ ଲେଖୁଛନ୍ତି ବା ପଢୁଛନ୍ତି ସେହି ଜିନିଷ କିଛି ବି ଭଲ ଭାବରେ ଆସିବା ନାହିଁ ଯଦି କୌଣସି ଗଣିତ ମଧ୍ୟ କରୁଛନ୍ତି ତେବେ ସେଥିରେ ମଧ୍ୟ ଠିକ ଭାବରେ ସମାଧାନ କରିପାରିବେ ନାହିଁ ।  ଆପଣ କିଛି କିଛି ସମୟରେ ପାଠ ଛାଡି ବାହାରେ ବୁଲି ଯିବା ନିହାତି ଦରକାର ।