ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ ଆପଣଙ୍କ ଜନ୍ମ ସମୟ, ଜନ୍ମ ସମୟ ଅନୁସାରେ ଜାଣନ୍ତୁ ନିଜର ଭବିଷ୍ୟତ- Jyotish Shastra

ଆମର ଜନ୍ମ ସମୟ ଆମ ବିଷୟରେ ସବୁ କିଛି କହିଥାଏ । ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ସମୟର ବହୁତ ମହତ୍ୱ ରହିଛି । ଜନ୍ମ ସମୟ ଅନୁସାରେ ଜନ୍ମ କୁଣ୍ଡଳୀ ତିଆରି ହୋଇଥାଏ । ଯାହା ଆମ ଜୀବନରେ ବହୁତ ମହତ୍ୱ ରହିଛି । ଏବଂ ଏହା ଆମ ଭବିଷ୍ୟତ ବିଷୟରେ ମଧ୍ୟ କହିଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ସମୟ ଆପଣଙ୍କ ବିଷୟରେ ଏବଂ ଆପଣଙ୍କ ଭବିଷ୍ୟତ ବିଷୟରେ କଣ କହିଥାଏ ।

ସକାଳ ୪ ଟାରୁ ୬ଟା:- ଏହି ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଆପଣଙ୍କ ସୂର୍ଯ୍ୟ ପ୍ରଥମ ଘରେ ରହିଥାଏ । ଏହା ଆପଣଙ୍କୁ ଭଲ ସ୍ବାସ୍ଥ୍ୟ ଏବଂ ଆତ୍ମବିଶ୍ବାସ ଦେଇଥାଏ । ଆପଣଙ୍କ ଭବିଷ୍ୟତ ବହୁତ ଉଜ୍ବଳ ।

ସକାଳୁ ୬ ଟାରୁ ୮ଟା:- ଆପଣଙ୍କ ସୂର୍ଯ୍ୟ ୧୨ଘରେ ରହିଛି ଯାହା ଆପଣଙ୍କ ଜୀବନରେ ଏମିତି ମୋଡ଼ ଆଣିବ ଯାହା ଆପଣଙ୍କ ଜୀବନ ବଦଳି ଦେବ । ଆପଣ ନିଜ ବୁଦ୍ଧି ଦ୍ଵାରା କାମ କରନ୍ତୁ ଏବଂ ନିଜ ମୁଣ୍ଡକୁ ଶାନ୍ତ ରଖନ୍ତୁ ।

ସକାଳ ୮ ଟାରୁ ୧୦ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ୧୧ତମ ଘରେ ଅଛନ୍ତି ଯାହା ଦ୍ଵାରା ଆପଣ ସବୁବେଳେ ସମସ୍ତଙ୍କ ମନରେ ରାଜ କରିବେ । ଆପଣଙ୍କ ବହୁତ ସାଙ୍ଗ ହେବେ । ତଥା ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ସବୁବେଳେ ଉପରେ ରହିବ ।

ସକାଳ ୧୦ ଟାରୁ ୧୨ ଟା:- ଏହି ବ୍ୟକ୍ତି ଙ୍କ ସୂର୍ଯ୍ୟ ୧୦ମ ଘରେ ରହିଥାନ୍ତି ଏହା ଦ୍ଵାରା ଆପଣ ନିଜ ବୁଦ୍ଧି ଦ୍ଵାରା ସବୁ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ପୁରଣ କରିବେ । ଆପଣ ନିଜ ଜୀବନରେ ବହୁତ ଆଗକୁ ବଢିବେ । ଏବଂ ସଫଳତାର ପାହାଚ ଚଢ଼ିବେ ।

ଖରାବେଳ ୧୨ ଟାରୁ ୨ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ୯ତମ ଘରେ ଅଛନ୍ତି ଏହା ଅର୍ଥ ଆପଣ ବହୁତ ଯାତ୍ରା କରିବେ । ଆପଣ ବହୁତ ପରୋପକାରୀ ହେବେ । ଆପଣ କେବେ ମଧ୍ୟ କୌଣସି ଭୁଲ ନିଷ୍ପତି ନେବେ ନାହିଁ । ଆପଣ ନିଜ ଜୀବନରେ ସଫଳ ହେବେ ।

ଖାରବେଳ ୨ ଟାରୁ ୪ଟା:- ଏହି ବ୍ୟକ୍ତି ଙ୍କର ସୂଜ୍ୟ ୮ମ ଘରେ ରହିଥାନ୍ତି ଏହି ବ୍ୟକ୍ତିଙ୍କୁ ବ୍ୟାଙ୍କ, ଋଣ, ଫଣ୍ଡ ଆଦି ରେ ଅସୁବିଧା ହୋଇପାରେ । କିନ୍ତୁ ଆପଣ ନିଜର ପରିଶ୍ରମ ବଳରେ ଏହି ସମସ୍ୟାର ଅନ୍ତ କରିବେ ।

ସନ୍ଧ୍ୟା ୪ ଟାରୁ ୬ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ୭ମ ଘରେ ରହିଥାନ୍ତି । ଏହା ଆପଣଙ୍କ ପାରିବାରିକ ଜୀବନକୁ ବହୁତ ପ୍ରଭାବିତ କରିବ ତେଣୁ ଆପଣ ସଦା ସର୍ବଦା ନିଜର ପାରିବାରିକ ଜୀବନକୁ ଧ୍ୟାନ ଦିଅନ୍ତୁ । ଆପଣ ନିଜ କାର୍ଯ୍ୟରେ ସଫଳ ହେବେ ।

ସନ୍ଧ୍ୟା ୬ ଟାରୁ ୮ଟା :- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ଷଷ୍ଠ ଘରେ ରହିଥାନ୍ତି ଯାହା ଆପଣଙ୍କୁ ସମାଜ ସେବା ଉପରେ ବେଶି ଆଗ୍ରହ କରିବ । ଆପଣ ନିଜ ବଳରେ ସଫଳତାର ପାହାଚ ଚଢିବେ ଏବଂ ନିଜ ଜୀବନରେ ବହୁତ ଆଗକୁ ଯିବେ ।

ରାତ୍ରି ୮ ଟାରୁ ୧୦ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ୫ମ ଘରେ ରହିଥାନ୍ତି ଯାହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ଖୁସି ଲାଭ କରିବେ । ଆପଣ ନିଜ ପରିଶ୍ରମ ଦ୍ଵାରା ସଫଳତା ହାସଲ କରିବେ । ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ରାତ୍ରି ୧୦ ଟାରୁ ୧୨ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ଚତୁର୍ଥ ଘରେ ରହିଥାନ୍ତି ଯାହା ଫଳରେ ଆପଣ ନିଜ କଥା ଦ୍ଵାରା ସମସ୍ତଙ୍କ ହୃଦୟକୁ କିଣିବେ । ଆପଣ କେବେ କାହାକୁ ଦୁଃଖ ଦେବେ ନାହିଁ । ଆପଣ ସବୁବେଳେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିବେ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ମଧ୍ୟ ସବୁ ଭଲ ହେବ ।

ରାତ୍ରି ୧୨ ଟାରୁ ୨ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ତୃତୀୟ ଘରେ ରହିଥାନ୍ତି ଯାହା ଆପଣଙ୍କ କ୍ଷମତା ଏବଂ ଆପଣଙ୍କ ଆତ୍ମବିଶ୍ବାସ କୁ ଦର୍ଶାଇଥାଏ । ଆପଣ ନିଜ ଜୀବନରେ ବହୁତ ସଫଳତା ହାସଲ କରିବେ । ଆପଣ କେବେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଆପଣ ନିଜ ଜୀବନରେ ବହୁତ ଖୁସି ପ୍ରାପ୍ତି କରିବେ ।

ରାତ୍ରି ୨ ଟାରୁ ୪ଟା:- ଏହି ବ୍ୟକ୍ତି ମାନଙ୍କ ସୂର୍ଯ୍ୟ ଦୂତୀୟ ଘରେ ରହିଥାନ୍ତି ଯାହା ଆପଣଙ୍କ ଜୀବନରେ ବହୁତ ଖୁସି ଆଣିବ । ଆପଣ ବହୁତ ପଇସା କମେଇବେ । ଆପଣଙ୍କୁ କେବେ ମଧ୍ୟ କୌଣସି ଜିନିଷର ଅଭାବ ହେବ ନାହିଁ । ଆପଣ ନିଜ କର୍ମ ଦ୍ଵାରା ସମସ୍ତଙ୍କ ମନ କିଣିବେ । ଏବଂ ବହୁତ ଆଗକୁ ବଢିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।