ଆଜିର ରାଶିଫଳ, 12 ଫେବୃଆରୀ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କୌଣସି କାର୍ଯ୍ୟ ପାଇଁ ଯଦି ବାହାରକୁ ଯିବେ ଆଜି ସେଥିରେ କିଛି ଅସୁବିଧା ଦେଖା ଦେବ । କୌଣସି ଏକ ଭୁଲ କର୍ମରୁ ଆପଣ ଶାରିରୀକ ଓ ମାନସିକ ଚାପରେ ଆଜି ରହିପାରନ୍ତି । ଘରର କୌଣସି ଏକ ଅସୁବିଧାରେ ସମାଧାନ କରିବାକୁ ଆଜି ସକ୍ଷମ ହେବେ । ଆଜି କିଛି ବଡ ନିସ୍ପତି ନେଇପାରନ୍ତି ।  ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

ବୃଷ

ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ଯଦି ଆପଣ କୌଣସି ଏକ ବଡ ହୋଟେଲ କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । କାର୍ଯ୍ୟର ଭାର ଅଧିକା ହେବାରୁ ଆଜି ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ । ଟଙ୍କା ଦେବା ନେବାରେ ସାବଧାନ ରୁହନ୍ତୁ ।

ମିଥୁନ

ମାତା ଓ ପିତାଙ୍କ ସାଙ୍ଗରେ ବାହାରକୁ ବୁଲିବାକୁ ଯାଇପାରନ୍ତି ଓ ତାଙ୍କ ସହ ଭଲରେ ଦିନ କଟିବ । ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବ୍ୟବସାୟରେ କିଛି ଛୋଟ ଛୋଟ ଭୁଲ ହୋଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ କିନ୍ତୁ ଭଲ ଲାଭ ହେବ । ବଡ ଲୋକଙ୍କର କଥା ଅନୁଯାଇ କାମ କରିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି ।

କର୍କଟ

ଆଜି କୌଣସି କାମରେ ଆରମ୍ଭ କରୁଥିବା ସମୟରେ ନିଜ ନିଜ ଭିତରେ କିଛି ମତଭେଦ ଦେଖା ଦେଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ ।

ସିଂହ

ଘରେ କୌଣସି ପ୍ରକାରର କଥାକୁ ନେଇ ବହୁତ ପାଟିତୁଣ୍ଡ ହୋଇପାରେ । ଧନ ପାଇବା ସଙ୍ଗେ ସଙ୍ଗେ ଆଜି ଆପଣଙ୍କୁ ଊର୍ଣ୍ଣତି କରିବା ପାଇନ ବହୁତ ସୁଯୋଗ ମିଳିପାରେ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଶତ୍ରୁ ଯଦି ଚେଷ୍ଟା କରେ ଆପଣଙ୍କୁ ଖାଲରେ ପକାଇବା ପାଇଁ ତେବେ ସେହି ଖାଲରେ ସେ ନିଜେ ପଡିବ । ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । କୌଣସି ଗୋଟିଏ କାର୍ଯ୍ୟରେ କେବେ ହେଲେ ସମୟ ନଷ୍ଟ କରନ୍ତୁ ନାହିଁ ସେଥିରେ ଆଜି କିଛି ଆପଣଙ୍କୁ ଲାଭ ମିଳିବ ନାହିଁ ଓ ସେଥିରେ ନିଜର ଅଧିକ ଟଙ୍କା ଖର୍ଚ ହେବ ।

ବିଚ୍ଛା

ନିଜ ଜୀବନରେ କିଛି ନୀତି ଓ ନିୟମ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆଜି କାହାଠୁ ବି କଟୁ କଥା ଶୁଣିପାରନ୍ତି । କୌଣସି ଏକ କାର୍ଯ୍ୟରେ ନହେବା ଫଳରେ ମନ କଷ୍ଟ ହୋଇପାରେ । କୌଣସି କାମରେ ଯଦି ଆଜି ଆରମ୍ଭ କରନ୍ତି ତେବେ ଆଜି ସେହି କାମ ସମୟ ପୂର୍ବରୁ ହିଁ ସରିଯିବ ଯାହାକି ଅଫିସ ହେଉ ବା ଘରେ ହେଉ ବହୁତ ପ୍ରଶଂସା ପାଇବେ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ ।

ତୁଳା

ଆଜି ସାଙ୍ଗମାନଙ୍କ ସହ ବୁଲିବା ବା ମିଳାମିଶା ବଢିବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି ଆପଣଙ୍କର କାମରେ ମନ ଲାଗିବ ନାହିଁ । ଅଫିସରେ ସମସ୍ତଙ୍କ ଆଗେରେ ମୁଣ୍ଡ ତଳକୁ କରି କାମ କରିବାକୁ ପଡିବ । ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ ।

କନ୍ୟା

ସମୟ ଓ ନିଜର ପରିସ୍ଥିତି ଦେଖି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଯାହା ଫଳରେ ସେଥିରେ ଆଜି ଆପଣଙ୍କୁ ଲାଭ ଦାୟକ ହେବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଆଜିର ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ । ନୂଆ ଘର କରିଛନ୍ତି ଓ ସେଟାକୁ ଯିବାପାଇଁ ଚହୁଁଛନ୍ତି ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ ।

ଧନୁ

ଘର ପରିବାରରେ ଆଜି ଅଶାନ୍ତି ଲାଗି ରହିବା ସହିତ କାହା ସହିତ ବହୁତ ଜୋରାରେ ଝଗଡା ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । କାମ ପୁରା କରିବା ପାଇଁ ହୁଅତ ଆଜି ବେସୀ ସମୟ ନ ମିଳିପାରେ ।

ମକର

ପରିବାରରେ ସମସ୍ଥଙ୍କ ସହ ଭଲ ସମ୍ପର୍କ ରହିବ । ଭାଗ୍ୟ ପୁରା ଆଜି ଆପଣଙ୍କ ସାଥ ଦେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । କାରବାରରେ ଭଲ ଲାଭ ହେବ । ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାଙ୍କ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ ।

କୁମ୍ଭ

ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବା କିନ୍ତୁ କିଛି ବଡ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପିଲା ମାନଙ୍କ ସହିତ ପାଟିତୁଣ୍ଡ ହୋଇପାରେ ଯାହାକି ଆଜି ଆପଣଙ୍କୁ ବହୁତ ଚିନ୍ତା ଲାଗିବ । ଆଜି କୌଣସି ବିପଦପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି କିଛି ମାନସିକ ଚାପରେ ଆସିପାରନ୍ତି । ଘରେ ଅସାନ୍ତି ଦେଖାଦେବ ।

 ମୀନ

ଆଜି କେହି ଆପଣଙ୍କୁ ଆଜି କୌଣସି କାର୍ଯ୍ୟରେ ହରାଇ ପାରିବେ ନାହିଁ । କୌଣସି ଏକ କାମ ସଂପୂର୍ଣ୍ଣ ହୋଇଯିବା ଫଳରେ ଆଜି ବହୁତ ଖୁସି ରହିବେ । କାମରେ ମନ ଲଗାଇ କଲେ କାମରେ ସୁଫଳ ମିଳିବ କିନ୍ତୁ ପରିଶ୍ରମ ଅନୁଯାଇ ଫଳ କମ ମିଳିବ ସେଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ନାହିଁ କାରଣ ସମୟ ଚକ୍ର ସବୁବେଳେ ବଦଳୁଥାଏ ତେଣୁ କରି କର୍ମ କରିଚାଳନ୍ତୁ । ବିଭାହୀତ ଜୀବନ ବହତ ଭଲରେ କଟିବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ବହୁତ ଭଲ ସମୟ ଅଛି ଏବେ ଆପଣ ନିର୍ଭୟରେ ଆରମ୍ଭ କରି ପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।