ଧନ ବର୍ଷା କରୁଥିବା ଚମତ୍କାରୀ ଫୁଲ ! ଏହି ଫୁଲ ସହ କେବଳ କରି ଦିଅନ୍ତୁ ବାସ୍ ଏହି ଗୋଟିଏ ଉପାୟ, ଆପଣଙ୍କୁ ଧନୀ ହେବାରୁ କେହି ବି ରୋକିପାରିବେ ନାହିଁ- Vastu Tips

ଆଜି ଆମେ ଜାଣିବା ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ । ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ । ଦେବୀଙ୍କର ପୂଜାରେ ନାଲି ରଙ୍ଗ ଫୁଲର ଯେପରି ମହତ୍ଵ ରହିଛି, ସେପରି ଦେବତାଙ୍କ ପୂଜାରେ ହଳଦିଆ ରଙ୍ଗ ଫୁଲକୁ ଶୁଭ ବୋଲି ମାନାଯାଏ । ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲର କିଛି ବିଶେଷତା କହିବୁ । ଏହାସହ ମନ୍ଦାର ଫୁଲ ଦ୍ଵାରା କିପରି ଦରିଦ୍ରତା ଦୂର କରିହେବ ତାହା ମଧ୍ୟ ଆପଣଙ୍କୁ ଜଣାଇବୁ ।

ମା ଦୂର୍ଗା ଏବଂ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅତିପ୍ରିୟ ହୋଇଥାଏ । ଏହାସହ ଭଗବାନ ହନୁମାନ ଙ୍କର ମଧ୍ୟ ମନ୍ଦାର ଫୁଲ ଅତିପ୍ରିୟ । କାହିଁକି ନା ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି । ମଙ୍ଗଳବାର ଦିନ ନବଦୁର୍ଗାଙ୍କୁ କିମ୍ବା ହନୁମାନଙ୍କୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦର ଫୁଲ ତଥା ମନ୍ଦାର ଫୁଲର ମାଳ ଅର୍ପଣ କଲେ, ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଏଥିରୁ ଗ୍ରହ ପୀଡା ମଧ୍ୟ ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ନବଦୁର୍ଗା ଏବଂ ସୂର୍ଯ୍ୟ ନାରାୟଣଙ୍କ ପୂଜା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ । ମାନ୍ୟତା ରହିଛି କି ଯଦି ମା ନବଦୁର୍ଗାଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ମନ୍ଦର ଫୁଲ ଅର୍ପଣ କରିବା ଦ୍ଵାରା ଦେବୀମା ଆପଣଙ୍କ ସମସ୍ତ ଶତ୍ରୁଙ୍କୁ ଦମନ କରିଥାନ୍ତି । ଦେବୀ ନବଦୁର୍ଗାଙ୍କୁ ୯ଟି, ୧୧ଟି କିମ୍ବା ୨୧ଟି ମନ୍ଦର ଫୁଲର ମାଳ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ପ୍ରକାରର ମନୋସ୍କାମନା ପୂରଣ ହେବ ।

ଦେବୀମାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାଇବା ଠାରୁ ବଳି ମନ୍ଦାର ଫୁଲର ମାଳକୁ ସେ ଅଧିକ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି । ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟ ନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ । ଘରେ ଥିବା ଫୁଲତୋଡାରେ ଅବା କଳସ ଜଳରେ ସର୍ବଦା ମନ୍ଦର ଫୁଲକୁ ରଖିଲେ ଘରେ ସ୍ନେହଶ୍ରଦ୍ଧା ଓ ସହାନୁଭୁତି ପ୍ରାପ୍ତି ହୋଇଥାଏ ଏବଂ ପରିବାରରେ ଏକତା ଦେଖା ଦେଇଥାଏ ।

ଏହାଦ୍ବାରା ଘରର ସଦସ୍ୟ ମାନେ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଯଦି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥାଏ ଓ ସର୍ବଦା ଦୁଃଖ ଏବଂ ନୈରାଶ୍ୟରେ ସମୟ ଅତିବାହିତ ହେଉଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ଦେଖିବେ ଆପଣଙ୍କ ଜୀବନରୁ ସମସ୍ତ ସମସ୍ଯା ଦୂର ହୋଇଯିବ ଓ ସ୍ଵାମୀ ସ୍ତ୍ରୀ ଉଭୟ ପୁଣି ଥରେ ଖୁସିରେ ସମୟ ଅତିବାହିତ କରିବେ । ପ୍ରତ୍ଯେକ ଫୁଲ ଏବଂ ଗଛ ମାନଙ୍କରେ ସମସ୍ତ ପ୍ରକାରର ଦେବୀ ଓ ଦେବତାଙ୍କ ଶକ୍ତି ସମାହିତ ରହିଥାଏ । ଆପଣଙ୍କୁ କେବଳ ତାହା ଜାଣିବାର ଆବଶ୍ୟକତା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।