ଦେଶ ବିଦେଶର ଡାକ୍ତରମାନେ ଲେଖିଲେ ଚିଠି, କରୋନାର ରୋଗୀମାନଙ୍କୁ ଦିଆ ଯାଉଛି ଭୁଲ ଔଷଧ, ଦ୍ଵିତୀୟ ଲହରୀ ଭଳି ଭୁଲ କରନ୍ତୁ ନାହିଁ !

ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଦେଶ ବିଦେଶର ୩୫ ଜଣ ପ୍ରସିଦ୍ଧ ଡାକ୍ତରମାନେ ବର୍ତ୍ତମାନ ଦିଆ ଯାଉଥିବା କୋଭିଡ ଚିକିତ୍ସା ଉପରେ ପ୍ରଶ୍ନ କରିଛନ୍ତି । ସରକାରଙ୍କୁ ଚେତାବନୀ ବି ଦେଇଛନ୍ତି । ଡାକ୍ତରମାନେ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗମାନଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇଛନ୍ତି । ସେମାନେ ଏହିଭଳି ଔଷଧ ଓ ଟେଷ୍ଟକୁ ରୋକିବା ପାଇଁ କହିଛନ୍ତି ଯାହାକି କରୋନାର ଚିକିତ୍ସା ପାଇଁ ଜରୁରୀ ନୁହେଁ ।

ବିନା କାରଣରେ ହସ୍ପିଟାଲରେ ଭର୍ତ୍ତି କରଯାଉ ଥିବା ଲୋକମାନଙ୍କ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ ସଫା ସଫା କହିଛନ୍ତି କି ସରକାର ସେହିଭଳି ଭୁଲ କରୁଛନ୍ତି ଯାହାକି ଦ୍ଵିତୀୟ ଲହରୀ ସମୟରେ କରାଯାଇ ଥିଲା । ୩୫ ଜଣିଆ ଡାକ୍ତରଙ୍କ ଗୋଟିଏ ଗ୍ରୁପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଇଣ୍ଡିଆନ ମେଡିକାଲ ଏସୋଶିୟେଶନକୁ ଚିଠି ଲେଖିଛନ୍ତି । ଏହି ଚିଠିରେ Johns Hopkins Universityର କିଛି ଭାରତୀୟ ଡାକ୍ତର ହସ୍ତକ୍ଷର କରିଛନ୍ତି ।

ଏଥିରେ ଲେଖା ହୋଇଛି କି ୨୦୨୧ରେ ଯେଉଁ ସବୁ ଭୁଲ କରାଯାଇ ଥିଲା ୨୦୨୨ରେ ପୁଣି ଥରେ ସେହି ଭୁଲ କରାଯାଉଛି । ଏହି ଡାକ୍ତରୀ ଗ୍ରୁପ ତିନୋଟି ମୁଖ୍ୟ ବିଷୟ ଉପରେ କଥାବାର୍ତ୍ତା କରିଛନ୍ତି । ପ୍ରଥମେ ଭୁଲ ଔଷଧ, ଭୁଲ ଟେଷ୍ଟ ଓ ଶୁଖିଲାରେ ହସ୍ପିଟାଲରେ ଭର୍ତ୍ତି କରିବା । ଚିଠିରେ ଏହା ବି କୁହାଯାଇଛି କି କିଛି ଔଷଧର କୌଣସି ବି ଅର୍ଥ ନାହିଁ । ଡାକ୍ତରମାନଙ୍କ କହିବା ଅଟେ କି ରୋଗୀମାନଙ୍କ ଚିକିତ୍ସା ପାଇଁ ସାର୍କ୍ସ ଆଧାରିତ ଚିକିତ୍ସାକୁ ଆପଣାଇବା ଉଚିତ ।

ଦେଶରେ ବର୍ତ୍ତମାନ କୋଭିଡର ଚିକିତ୍ସା, ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ, ସଂକ୍ରମିତ ରୋଗୀମାନଙ୍କ ଟେଷ୍ଟକୁ ନେଇ ସଠିକ ରଣନୀତି କରିବା ଜରୁରୀ ଅଟେ । କାରଣ କେତେକ ରୋଗୀମାନଙ୍କ କ୍ଷେତ୍ରରେ କୋଭିଡର ଚିକିତ୍ସା ପାଇଁ ଯେଉଁ ପ୍ରୋଟୋକଲର ପାଳନ କରାଯାଉଛି ତାହା ଉଚିତ ନୁହେଁ । ଚିଠିରେ ଏହା ବି କୁହାଯାଇଛି କି ଏହି ଲହରରେ ପ୍ରାୟତଃ ରୋଗୀମାନଙ୍କ ମଧ୍ୟରେ କରୋନାର ବହୁତ କମ ଲକ୍ଷଣ ନଜର ଆସୁଛି ।

ଏହା ସତ୍ବେ ବି ତାଙ୍କ ପାଇଁ ଏହିଭଳି ଔଷଧ ଲେଖା ଯାଉଛି ଯାହାକି ଦ୍ଵିତୀୟ ଲହର ସମୟରେ କୋଭିଡରେ ପୀଡିତ ଥିବା ଗମ୍ଭୀର ରୋଗୀର ଚିକିତ୍ସା ପାଇଁ କରାଯାଉ ଥିଲା । ଆମେ ସେହି ଭୁଲ କରୁଛୁ ଯାହା ଗତ ବର୍ଷ କରାଯାଇ ଥିଲା । ଏହିଭଳି କରିବା ଠିକ ନୁହେଁ । ବିନା କାରଣରେ ଏହି ସବୁ ଔଷଧର ସେବନ ଦ୍ଵାରା ବ୍ଲାକ ଫଙ୍ଗସ ଭଳି ରୋଗ ହୋଇପାରେ ।

ସରକାରଙ୍କୁ ଲେଖା ଯାଇ ଥିବା ଚିଠିରେ ଡାକ୍ତରମାନେ ଏହା ବି ଲେଖିଛନ୍ତି କି କୌଣସି ବ୍ୟକ୍ତିର ଶରୀରରେ କୋଭିଡ ଲକ୍ଷଣ ନଜର ଆସିଲେ ଏହା ବିଷୟରେ ଜାଣିବା ପାଇଁ କେବଳ ଆରଟିପିସିଆର ଟେଷ୍ଟ କରିଲେ ଜାଣି ଯିବେ । କିନ୍ତୁ ଏହା ସତ୍ବେ ବି ଲୋକମାନଙ୍କୁ ସିଟି ସ୍କାନ ଓ ଅନ୍ୟ କିଛି ଟେଷ୍ଟ ଲେଖି ଦିଆ ଯାଉଛି । ଯାହାକି ଦରକାର ନାହିଁ । ଏହିଭଳି କରିବା ଦ୍ଵାରା ରୋଗୀମାନଙ୍କ ଉପରେ ଆର୍ଥିକ ରୂପରେ ବୋଝ ବଢୁଛି ।