ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ ଏହି ଓଡିଆ ସାଂସଦ, ଏବେ ଚାରିଆଡେ ହେଉଛି ପ୍ରଶଂସା, ପୁରା ଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠିବ !

ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚେଇଦେଲେ ଜଣେ ମହିଳା ସାଂସଦ । ବିମାନ ଭିତରେ ଅସୁସ୍ଥ ଅନୁଭବ କରିବା ସହ ଅଚେତ ହୋଇ ପଡିଥିଲେ ଯାତ୍ରୀ । ନିଜ ସିଟ୍ ରୁ ଉଠି ମାସ୍କ ଏବଂ ମସାଜ୍ ଦେଇ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ ଜଗତସିଂପୁରର ମହିଳା ସାଂସଦ ରାଜଶ୍ରୀ ମଲିକ । ମଝି ଆକାଶରେ ପ୍ଳେନ ଉଡୁଥିଲା ଆଉ ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅପେକ୍ଷା କରି ରହିଥିଲେ ।

ଏତିକି ବେଳେ ବିମାନ ଭିତରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ ଅସୁସ୍ଥ ଅନୁଭବ କରିଥିଲେ ଓ କିଛି ସମୟ ପରେ ଚେତାଶୂନ୍ୟ ମଧ୍ୟ ହୋଇ ଯାଇଥିଲେ । ଏହା ଦେଖି ବିମାନ କର୍ମଚାରୀମାନେ ବେଶ ଚିନ୍ତିତ ହୋଇ ପଡିଥିଲେ । ତୁରନ୍ତ ପ୍ଳେନରେ ଘୋଷଣା କରା ଯାଇଥିଲା, କେହି ଡାକ୍ତର ଅଛନ୍ତି କି ବୋଲି । ଏହା ଶୁଣିବା ମାତ୍ରେ ସାଙ୍ଗେ ସାଙ୍ଗେ ନିଜ ସିଟ୍ ରୁ ଉଠି ଆସିଥିଲେ ସାଂସଦ ରାଜଶ୍ରୀ ମଲିକ ଓ ଅସୁସ୍ଥ ଯାତ୍ରୀଙ୍କର ଚିକିତ୍ସା କରିଥିଲେ ।

ସେତେବେଳକୁ ପ୍ଳେନ ଲ୍ୟାଣ୍ଡ ହେବାକୁ ଆହୁରି 20 ମିନିଟ ବାକି ଥିଲା । ସେହି ସମୟ ମଧ୍ୟରେ ସାଂସଦ ରାଜଶ୍ରୀ ଅସୁସ୍ଥ ଯାତ୍ରୀଙ୍କୁ ଅକ୍ସିଜେନ ଦେବା ସହ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଯାହାପରେ ଯାତ୍ରୀଜଣକ ସାମାନ୍ଯ ସୁସ୍ଥତା ଅନୁଭବ କରିଥିଲେ । ମଝି ଆକାଶରେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ଅନୁଭୂତିକୁ ସାଂସଦ ନିଜେ ବଖାଣିଛନ୍ତି ।

ସୂଚନା ଅନୁଯାୟୀ ରାଜଶ୍ରୀ ଦିଲ୍ଲୀ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ବ୍ରହ୍ମପୁରର ଜଣେ ଯାତ୍ରୀଙ୍କୁ ଫି-ଟ୍ସ ମା-ରି-ଥି-ଲା ଓ ସେ ଅଚେତ ହୋଇ ପଡିଥିଲେ । ସାଂସଦ ରାଜଶ୍ରୀ ମଲିକ ପେଷାରେ ଜଣେ ଡାକ୍ତର ହୋଇଥିବାରୁ ସେ ଡେରି ନକରି ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ରାଜଶ୍ରୀ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ବ୍ୟକ୍ତିଙ୍କ ମାଉଥ ଓପନ୍ ଓ କ୍ଳିନ କରିବା ସହ ବିମାନରେ ମହଜୁଦ ଥିବା ଅକ୍ସିଜେନ ମାସ୍କ ଏବଂ ମସାଜ ମଧ୍ୟ ଦେଇଥିଲେ । ଫଳରେ ଉକ୍ତ ଯାତ୍ରୀଙ୍କର ଜୀବନ ବଞ୍ଚି ଯାଇଥିଲା ।

ସାଂସଦଙ୍କର ଏଭଳି ମହାନୀୟତାକୁ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଓ ବିମାନ କତ୍ତୃପକ୍ଷ ବେଶ ପ୍ରଶଂସା କରିଥିଲେ । ପ୍ଳେନ ଲ୍ୟାଣ୍ଡ ହେବା ପରେ ଉକ୍ତ ଯାତ୍ରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆ ଯାଇଥିଲା ଓ ସେ ଏବେ ସୁସ୍ଥ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।