ଚୋବେଇଲେ ଛିଣ୍ଡୁନି PDS ଚାଉଳ, ପ୍ଲାଷ୍ଟିକ ମିଶିଥିବା ନେଇ ଲୋକଙ୍କ ମନରେ ଭୟ, ଦେଖନ୍ତୁ କଣ କହିଲେ ଜିଲ୍ଲା ଯୋଗାଣ ଅଧିକାରୀ, ଦେଖନ୍ତୁ video

ସରକାର ବଣ୍ଟନ କରୁଥିବା ପିଡ଼ିଏସ ଚାଉଳକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି । କାରଣ ଏହି ଚାଉଳକୁ ଭିଜାଇଲେ ଫୁଲି ଯାଉଛି ଓ ଧରିଲେ ଅଠାଳିଆ ଲାଗୁଛି । ଖାଲି ସେତିକି ନୁହେଁ ବରଂ ରାନ୍ଧିଲେ ଶୀଘ୍ର ସିଝି ଯାଉଛି ସିନା ହେଲେ ଚୋବାଇଲେ ଛିଣ୍ଡିବାର ନାଁ ଧରୁନି । ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଛି କି ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ପିଡ଼ିଏସ ଚାଉଳ ନାଁରେ ଲୋକଙ୍କୁ ବି-ଷ ଦିଆଯାଉଛି ବୋଲି ଏବେ ଚର୍ଚ୍ଚା ଜୋର ଧରିଲାଣି ।

ମିଳୁଥିବା ଚାଉଳରେ ଅଧିକ ସଫା ରଙ୍ଗର ଏକ ଚାଉଳ ମିଶିକରି ରହିଛି ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହେବାରେ ଲାଗିଛି । ଏହି ଚାଉଳ ସାଧାରଣ ଚାଉଳ ଠାରୁ ସାମାନ୍ୟ ଭିନ୍ନ ତଥା ଅଧିକ ଧଳା ଏବଂ ମୋଟା । ସୁନ୍ଦରଗଡ ଜିଲ୍ଲାରେ ଏଭଳି ପିଏଡ଼ିଏସ ଚାଉଳକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ପୂର୍ବରୁ ସଫା ଚାଉଳ ବଣ୍ଟନ କରା ଯାଇଥିବା ବେଳେ ଏଥର ଦିଆ ଯାଇଥିବା ଚାଉଳରେ କିନ୍ତୁ ମିଶିକରି ରହିଛି ଏଭଳି ପ୍ଲାଷ୍ଟିକ ଭଳି ଚାଉଳ ।

କଣ୍ଟ୍ରୋଲରୁ ଚାଉଳ ଆଣି ଲୋକେ ଘରେ ରଖିଛନ୍ତି ସିନା ହେଲେ ଖାଇବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆ ଯାଉଥିବା ଅଭିଯୋଗ ଉଠିବା ପରେ ସେଠାରେ ଯାଇ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ । ଜଣା ପଡିଥିଲା କି ଚାଉଳରେ କିଛି ମିଶିଥିବା ଭୟରେ ଏହାକୁ ରୋଷେଇ ନକରି ଘରେ ରଖିଛନ୍ତି ଲୋକେ ।

ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି କି, ଏହି ଚାଉଳ ପ୍ଲାଷ୍ଟିକ ନୁହେଁ ବରଂ ଏଥିରେ ଅନେକ ଭିଟାମିନ ରହିଛି । ଶରୀରରେ ଆଇରନ ମାତ୍ରାକୁ ବଢାଇବା ପାଇଁ ଏଭଳି ଯୋଜନା ଆଣିଛନ୍ତି ସରକାର । ତେଣୁ ଲୋକେ ଭୟ ନକରି ଏହି ଚାଉଳକୁ ରାନ୍ଧି ଖାଇବା ଉଚିତ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦୂର୍ଗା ଚରଣ ବେଶ୍ରା ।

ଚାଉଳରେ ଆଇରନ, ଫଲିକ ଏସିଡ ଏବଂ ଭିଟାମିନ-ବି12 ମିଶେଇକି ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି, ଯଦି ସରକାର ଏଭଳି ଯୋଜନା ଆଣିଛନ୍ତି ତେବେ ଲୋକଙ୍କୁ କାହିଁକି ସୂଚନା ଦିଆଗଲା ନାହିଁ ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।