ହ-ତ୍ୟା ପୂର୍ବଦିନ ନିଜେ ପିନ୍ଧୁଥିବା ମୁଦି ବିକ୍ରି କରିଥିଲା Gopal, ଆଉ ସେଥିରୁ ବଡ ଭାଇକୁ… ମନ୍ତ୍ରୀ Naba Das ହ-ତ୍ୟା ମାମଲାରେ ନୂଆ ଖୁଲାସା

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହ-ତ୍ୟା ମାମଲାକୁ ଆଉ କେଇଟା ଦିନରେ ମାସେ ପୁରିବ । ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବର୍ତ୍ତମାନ ଅଭିଯୁକ୍ତ ଗୋପାଳକୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହ-ତ୍ୟା-କା-ଣ୍ଡ ପୂର୍ବଦିନ କୁଆଡେ ନିଜେ ପିନ୍ଧିଥିବା ସୁନା ମୁଦି ବିକ୍ରି କରିଥିଲା ଗୋପାଳ । ମୁଦିଟିକୁ 8500/- ଟଙ୍କାରେ ବିକ୍ରି କରି ସେଥିରୁ 6000/- ଟଙ୍କା ଭାଇକୁ ଦେଇଥିଲା ।

ହ-ତ୍ୟା-କା-ଣ୍ଡ ପୂର୍ବଦିନ କାହିଁକି ସୁନା ମୁଦି ବିକିଥିଲା ଗୋପାଳ ଏହାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଦୁଇଥର ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ଗୋପାଳ ଯୋଜନା କରିଥିଲା ହେଲେ ସେଥିରେ ବିଫଳ ହୋଇ ଯାଇଥିଲା । ହେଲେ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ସୁଯୋଗ ପାଇବା ମାତ୍ରେ ତା’ ବଡ ଭାଇ ଗାନ୍ଧୀଛକରେ ଏକ ହୋଟେଲ କରିଥିଲା ।

ଗୋପାଳ ଏଭଳି କାଣ୍ଡ ଭିଆଇବା ପରେ କାଳେ କିଏ ତା’ ଭାଇକୁ ମା-ଡ ମା-ରି-ବ ସେଥିପାଇଁ ଭୟରେ ଭାଇର ଦୋକାନ ବନ୍ଦ କରି ଦେଇଥିଲା ଗୋପାଳ । ସେ ଯେଉଁ ସୁନା ମୁଦିକୁ ସବୁବେଳେ ନିଜ ଆଙ୍ଗୁଳିରେ ପିନ୍ଧୁଥିଲା ସେହି ମୁଦିଟିକୁ ବିକ୍ରି କରି ଦେଇଥିଲା ଗୋପାଳ । ସକାଳୁ ସକାଳୁ ସୁନା ଦୋକାନ ଖୋଲୁ ଖୋଲୁ ପ୍ରଥମେ ଯାଇ ସୁନା ମୁଦିଟିକୁ ସେ ବିକିଥିଲା । ଆଉ ସେଥିରୁ 6 ହଜାର ଟଙ୍କା ସେ ନିଜ ବଡ ଭାଇକୁ ଦେଇଥିବା କ୍ରା-ଇ-ମ-ବ୍ରା-ଞ୍ଚ ଆଗରେ ମାନିଛି ।

ଭାଇକୁ ଟଙ୍କା ଦେବା ସହ ଟ୍ରେନରେ ଯିବା ପାଇଁ ତାକୁ ନେଇ ଷ୍ଟେସନରେ ବି ଛାଡିଥିଲା ଗୋପାଳ । ସବୁକିଛି ବାକି କାମ ଶେଷ କରିବା ପରେ ନବ ଦାସଙ୍କୁ ମା-ରି-ବା ଭଳି ନିଷ୍ପତ୍ତି ନେଇଥିଲା ଗୋପାଳ । ଗୋପାଳର ବହୁ ପୂର୍ବରୁ ମା-ନ-ସି-କ ରୋଗ ରହିଛି ବୋଲି କ୍ରା-ଇ-ମ-ବ୍ରା-ଞ୍ଚ ପକ୍ଷରୁ ଜାରି କରା ଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଯେଉଁଥି ପାଇଁ ଚାରିଜଣିଆ ମା-ନ-ସି-କ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ।

 

ଝାରସୁଗୁଡାରେ ଏମାନଙ୍କ ଦ୍ଵାରା ଗୋପାଳର ପରୀକ୍ଷା ନିରୀକ୍ଷା କରାଯିବା ସହ ଏହାର ଆନାଲିସିସ କରା ଯାଇଥିଲା । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ହ-ତ୍ୟା ପୂର୍ବରୁ ଯିଏ ଏତେ ସବୁ କଥା ଧ୍ୟାନରେ ରଖିପାରେ ତାକୁ କଣ ପ୍ରକୃତରେ ମା-ନ-ସି-କ ରୋଗୀ କୁହାଯିବ ? ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।