ପିଠି ଦରଜ (Spinal Pain) ହେଉଛି କି ? ଭୁଲରେ ବି ଏହାକୁ ହାଲୁକା ଭାବେ ନିଅନ୍ତୁନି, ହୋଇପାରେ ଏହି ସବୁ ଭୟଙ୍କର ରୋଗର ଲକ୍ଷଣ, ଦେଖନ୍ତୁ କଣ କହଛନ୍ତି ଡାକ୍ତର

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ପିଠି ଦରଜ ହେବା ଭଳି ସମସ୍ଯା ଦେଖିବାକୁ ମିଳୁଛି । ଖାସ କରି ଯୁବପିଢିଙ୍କ ଠାରେ ଏହି ସମସ୍ଯା ବଢିବାରେ ଲାଗିଛି । ତେବେ ପିଠି ଦରଜ ବଢିଲେ ଯୁବାମାନେ ପେନକିଲର ଖାଇଥାନ୍ତି ଓ କିଛି ସମୟ ପରେ ତାଙ୍କୁ ଲାଗେ ଯେ ଏହି ଦରଜ ଭଲ ହୋଇଗଲା । କିନ୍ତୁ ଆପଣଙ୍କର ଯଦି ପିଠି ଦରଜ ହେଉଛି ତେବେ ଏହାକୁ ଏକ ଛୋଟ ସମସ୍ଯା ବୋଲି ଭାବିବା ବିଲକୁଲ ଉଚିତ ନୁହେଁ ।

ଅନେକ ବିଶେଷଜ୍ଞ ଓ ଡାକ୍ତରଙ୍କ କହିବାନୁସାରେ ପିଠି ଦରଜ ପରି ଅନେକ ବଡ ରୋଗ ବାହାରିବାର ସମ୍ଭାବନା ରହିଛି । ପିଠି ଦରଜ ହେଲେ ସାଧାରଣତଃ ଲୋକେ ଭାବନ୍ତି କି ଅଧିକ ସମୟ ଗାଡି ଚଳାଇବା ଦ୍ଵାରା କିମ୍ବା ଅଫିସରେ ଅଧିକ ସମୟ ଚେୟାରରେ ବସିବା ଦ୍ଵାରା ଏଭଳି ହେଉଛି । କିନ୍ତୁ ଆମେ ପରାମର୍ଶ ଦେଉଛି କି ଆପଣଙ୍କ ପିଠି ଦରଜ ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପିଠି ଦରଜ କ୍ୟାନ୍ସରର ମଧ୍ୟ କାରଣ ହୋଇପାରେ ।

ଯଦି ବୋନ ଟିବିରେ ପୀଡିତ ହୋଇଛନ୍ତି ତେବେ ସେଥିପାଇଁ ମଧ୍ୟ ପିଠି ଦରଜ ହୋଇପାରେ । ସେହିପରି ସ୍ପଣ୍ଡିଲାଇଟିସ ଭଳି ସମସ୍ଯା ହେଲେ ମଧ୍ୟ ଆପଣଙ୍କ ପିଠି ଖୁବ ଜୋରରେ ଦରଜ ହୋଇପାରେ । ଆଜିକାଲି ଦେଖିବାକୁ ମିଳୁଛି ପିଠି ଦରଜ ହେଉଥିବା 20% ଲୋକଙ୍କ ବୟସ 20 ରୁ 28 ବର୍ଷ ମଧ୍ୟରେ ରହୁଛି ।

ଏଭଳି ହେଉଥିଲେ ମନଇଛା କୌଣସି ଔଷଧ ନ ଖାଇ ମେଡ଼ିସିନ ଡାକ୍ତର କିମ୍ବା ଭେଷଜ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ପିଠି ଦରଜ ହେଉଥିଲେ ଆପଣ ଗୋଟିଏରୁ ଦୁଇଦିନ କୌଣସି ଔଷଧ ବ୍ୟବହାର ନକରି ଏହା ଭଲ ହେଉଛି କି ନାହିଁ ଦେଖନ୍ତୁ । ଯଦି ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ପିଠି ଦରଜକୁ ଏକ ସାଧାରଣ ସମସ୍ଯା ନଭାବି ପ୍ରତିଦିନ ଏଥିପାଇଁ ବ୍ୟାୟାମ କରନ୍ତୁ ଓ ସୁଷମ ଖାଦ୍ଯ ଖାଆନ୍ତୁ । ସବୁଠୁ ଖାସ କଥା ହେଲା ବସୁଥିବା ସ୍ଥାନରେ 108 ଡିଗ୍ରୀ କିମ୍ବା 360 ଡିଗ୍ରୀ କରି ବସନ୍ତୁ । ଆଗକୁ ଝୁଙ୍କିକି ବସିବା ଏବଂ ଭଲ ଚେୟାରରେ ନ ବସିବା ପିଠି ଦରଜର ସାଧାରଣ କାରଣ ହୋଇପାରେ ।

କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଏହାକୁ ହାଲୁକାରେ ନେବା ଉଚିତ ନୁହେଁ । କାରଣ ଏହି ବୟସରୁ ହିଁ ଆଥ୍ରାଇଟିସ ରୋଗ ଆରମ୍ଭ ହୁଏ । ଯଦି ଆପଣଙ୍କ ପିଠି ଭୟଙ୍କର ଭାବେ ଦରଜ ହେଉଛି ଓ ଏହା ଗୋଡରେ ପ୍ରଭାବ ପକାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହାସହ ପିଠି ଦରଜ ସହ ଯଦି ଜ୍ଵର ହେଉଛି, ଓଜନ ହ୍ରାସ ପାଉଛି କିମ୍ବା ସକାଳେ ଶୋଇକି ଉଠିବା ପରେ ବେଶୀ ଦରଜ ହେଉଛି ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାଇବା ଉଚିତ ।

ଏହି ଭଳି ପିଠି ଦରଜର ଡାକ୍ତରୀ ପରୀକ୍ଷା କରି ସାରି ଉପଯୁକ୍ତ ଚିକିତ୍ସା କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।