ମହିଳା ଜଣକ ହେଲେ ଗର୍ଭବତୀ, ଦେଲେ ଅଲଗା ଅଲଗା ଦୁଇଟି ପୁରୁଷଙ୍କ ପିଲାକୁ ଜନ୍ମ, ଜାଣନ୍ତୁ କେମିତି

ଚୀନର ଶିୟାମେନ ନାମ ସହରରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଏଠି ଜଣେ ମହିଳା ଦୁଇଟି ଯାଁଳା ପିଲାଙ୍କୁ ଜନ୍ମ ଦେଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପରୀକ୍ଷା ପରେ ସାମ୍ନାକୁ ଆସିଥିବା ତଥ୍ୟ ହେଲା, ଏହି ଘଟଣାରେ ଦୁଇ ପିଲାଙ୍କର ପିତା ଅଲଗା ଅଲଗା ଅଟନ୍ତି । ଯେତେବେଳେ ପିଲାମାନଙ୍କର ଜନ୍ମ ପଞ୍ଜୀକରଣ କରିବା ପାଇଁ ପୈଟର୍ନିଟୀ ଟେଷ୍ଟ କାରାଗାଲା, ତେବେ ରିପୋର୍ଟ ଦେଖି ପିତାଙ୍କର ହୋସ ଉଡିଗଲା ।

ଦୁଇ ଜଣ ପିଲାମାନଙ୍କର ଡୀଏନଏ ଅଲଗା ଅଲଗା ଥିଲା । ଅର୍ଥାତ ଦୁଇ ଜଣଙ୍କର ପିତା ଅଲଗା ଅଲଗା ଅଟନ୍ତି । ବହୁତ ପ୍ରଶ୍ନ ପରେ ମହିଳା ଜଣକ ସ୍ଵୀକାର କରିଲେ କି ସେ ନିଜର ସ୍ଵାମୀଙ୍କୁ ଧୋକା ଦେଇଛନ୍ତି । ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦମ୍ପତି ଜଣକ ନିଜର ଯାଁଳା ପିଲାଙ୍କୁ ନେଇ ଜନ୍ମ ପଞ୍ଜୀକରଣ କରିବା ପାଇଁ ନିକଟବର୍ତ୍ତୀ ପୁଲିସ ଷ୍ଟେସନକୁ ଯାଇଥିଲେ ।

ପଞ୍ଜୀକରଣ କରିବା ପାଇଁ ଦମ୍ପତିଙ୍କୁ ପ୍ରମାଣ ରୂପରେ ପୈଟର୍ନିଟୀ ଟେଷ୍ଟ ର ରିପୋର୍ଟ ଦେବାର ଥିଲା । ଯେଉଁଥିରେ ଏହା ପ୍ରମାଣିତ ହୋଇଥିବ କି ପିଲା ସେମାନଙ୍କ ର ହିଁ ଅଟେ, କିନ୍ତୁ ଟେଷ୍ଟ ରିପୋର୍ଟକୁ ଦେଖି ଦୁଇ ଜଣ ଆଶ୍ଚର୍ଯ୍ୟ ହୋଇଗଲେ । ରିପୋର୍ଟ ଅନୁସାରେ, ଯାଁଳା ପିଲା ଦୁଇଜଣଙ୍କ ମଧ୍ୟରୁ ଜଣେ ଶିଶୁ ତାଙ୍କର ନଥିଲା ।

ଜନ୍ମ ହେବା ପର ଠାରୁ ହିଁ ପିତା ଜଣକ କହୁଥିଲେ କି ଗୋଟିଏ ପିଲାର ମୁହଁ ଅନ୍ୟ କାହା ପରି ଲାଗୁଛି । ଯେତେବେଳେ ଟେଷ୍ଟ ରିପୋର୍ଟ ଆସିଲା ସେତେବେଳେ ରିପୋର୍ଟ ଦେଖି ସେହି ବ୍ୟକ୍ତିଙ୍କର ଗୋଡ ତଳୁ ମାଟି ଖସିଗଲା । ଦୁଇ ଜଣଙ୍କ ମଧ୍ୟରୁ ଗୋଟିଏ ପିଲାର ଡୀଏନଏ ପିତା ଶିୟାଓଲୋଂଗ ଙ୍କ ସହିତ ମ୍ୟାଚ ହେଉନଥିଲା । ଡାୟରେକ୍ଟର ଝାଂଗ କହିଲେ କି ଶିୟାଓଲୋଂଗ ରିପୋର୍ଟ ଦେଖିବା ପରେ ରାଗି ଯାଇ ପତ୍ନୀ ସହ ଝଗଡା କରିବାକୁ ଲାଗିଲେ ।

ମହିଳା ଜଣକ ନିଜର କୌଣସି ଅବୈଧ ସମ୍ବନ୍ଧ ନାହିଁ ବୋଲି ମନା କରିଦେଲେ, ପତ୍ନୀ ବି ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଲେ । କିନ୍ତୁ ବହୁତ ପ୍ରୟାସ ପରେ ପତ୍ନୀ ଜଣଙ୍କ ସ୍ଵୀକାର କରିଲେ କି ଗୋଟିଏ ରାତି ସେ ଜଣେ ଅଜଣା ପୁରୁଷ ସହ କଟାଇଥିଲେ । ମହିଳା ନିଜର ସ୍ଵାମୀ ଛଡା ବି ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ବନ୍ଧ କରିଛନ୍ତି ।