Vastu Tips- ମହିଳାମାନେ ରୋଷେଇ ଘରେ ଏହି ପରି ରଖନ୍ତୁ ତାୱା, ରାତାରାତି ଚମକିବ ଭାଗ୍ୟ, କାଙ୍ଗାଳ ବି ହେଇଯିବେ ମାଲାମାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ଯେ ରୋଷେଇଘର ହେଉଛି ମା ଲଷ୍ମୀଙ୍କ ବାସସ୍ଥାନ । ସେଥିପାଇଁ ରୋଷେଇଘର ର ସ୍ଵଛତା ଓ ବାସ୍ତୁ ଉପରେ ଧ୍ୟାନ ଦେବା ଉଚିତ ଏଵଂ ବିଶେଷ କରି ତାୱା ଓ କଢେ଼ଇ କୁ କେଉଁ ସ୍ଥାନ ରେ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ତା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ରୋଷେଇଘରେ ରଖାଯାଇଥିବା ସବୁ ଵସ୍ତୁ ର ଅଲଗା ଅଲଗା ମହତ୍ତ୍ୱ ଥାଏ । ତାୱାଓ କଢେଇ ରାହୁ ଙ୍କ ପ୍ରତିନିଧିତ୍ୱ କରିଥାଏ । ସେଥିପାଇଁ ସବୁ ବାସନ ଠାରୁ ଏହି ଦୁଇ ଟି ଜିନିଷ ସମ୍ମାନ ର ଅଧିକାରୀ ଅଟନ୍ତି । ବନ୍ଧୁଗଣ ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖାଯାଏ କି ଓଲଟାଇ ରଖାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ସବୁ ବିଷୟରେ ।

୧- ବନ୍ଧୁଗଣ ରୋଷେଇଘର ହେଉଛି ମା ଲଷ୍ମୀଙ୍କ ର ବାସସ୍ଥାନ ତେଣୁ ଏହି ସ୍ଥାନ କୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ । ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସଫା କରିଦିଅନ୍ତୁ ।

ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନ କୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି । ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ । ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ବିଶେଷକରି ତାୱା ଓ କଢେ଼ଇ କୁ ନ ଧୋଇ ସକାଳ ପଯ୍ୟନ୍ତ ଛାଡିବା ଉଚିତ ନୁହେଁ ।

୨-ବେଳେ ବେଳେ ଘରର ସଦସ୍ୟ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝଗଡା ହୋଇଥାଏ, ଏହା ରାହୁ ଙ୍କ ପ୍ରଭାଵ ଯୋଗୁ ହୋଇଥାଏ । ତେଣୁ ଆପଣ ସକାଳୁ ତାୱା ଗରମ କରି ସେଥିରେ ଟିକେ ପାଣି ପକାନ୍ତୁ, ଏହା ଦ୍ୱାରା ଘର ର ସଦସ୍ୟଙ୍କ ମନରେ କ୍ରୋଧି ଶାନ୍ତ ହୋଇଥାଏ, ଏଵଂ ସକାଳ ଖାଇବା ବନେଇବା ପୂର୍ବରୁ ଘରେ ବ୍ୟବହୃତ ଲୁଣ କୁ ଟିକେ ତାୱା ପକାଇଦିଅନ୍ତୁ, ପରେ ଗୋଟେ ଛୋଟ ରୁଟି ତିଆରି କରି ଗୋଟେ ଘରେ ରଖିଦିଅନ୍ତୁ । ଯେପରି କି ସେ ରୁଟି କୁ ପଶୁ କିମ୍ଵା ପକ୍ଷୀ ନିଜ ଭୋଜନ ଭାବେ ଗ୍ରହଣ କରିବେ । ଘର ର ପ୍ରଥମ ରୁଟି ଗାଈ ଙ୍କୁ ଦିଆଯାଏ, କିନ୍ତୁ ଆପଣ କାଉ କି ପାରା କିମ୍ବା ମାଛ କୁ ରୁଟି ଖୁଆଇପାରିବେ ।

୩- ଘରେ ଯେତେବେଳେ ତାୱାର ବ୍ୟବହାର କରାଯାଉନଥିବ, ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ, ଏବଂ ଖାଇବା ରନ୍ଧା ପରେ ତାୱା କୁ ସେମିତି ଖୋଲା ରେ ରଖନ୍ତୁ ନାହିଁ । କଢେ଼ଇ ଓ ତାୱା କୁ ଆପଣ ଙ୍କ ଚୁଲା ର ଡାହାଣ ପଟେ ରଖନ୍ତୁ । ଏହି ଦୁଇ ବସ୍ତୁ କୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ରଖନ୍ତୁ ନାହିଁ ।

ଏବେ ଜାଣିବା ରୋଷେଇ ଘର ର ବାସ୍ତୁ ବିଷୟରେ- ବାସ୍ତୁ ବିଜ୍ଞାନ ଅନୁସାରେ ଦକ୍ଷିଣପୂର୍ବ ରେ ରୋଷେଇଘର ତିଆରି କରିବା ଉଚିତ । ଯେଉଁ ଘରେ ରୋଷେଇଘର ଦକ୍ଷିଣପୂର୍ବ ଅଥବା ଆଗ୍ନେୟ କୋଣ ରେ ତିଆରି ହୋଇନଥାଏ, ସେହି ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହି ଦୋଷ କୁ ଦୁର କରିବା ପାଇଁ ଏକ ସରଳ ଉପାୟ ରହିଅଛି । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ – ଉପାୟ- ରୋଷେଇଘର ର ଉତ୍ତରପୂର୍ଵ କୋଣ ରେ ସିନ୍ଦୁରିଗଣେଶଙ୍କ ର ଫଟୋ ସହ ହୋମ କରନ୍ତୁ । ଏହି ଉପାୟ ଟି କଲେ ଆପଣ ରୋଷେଇଘର ର ବାସ୍ତୁ ଦୋଷ ରୁ ମୁକ୍ତି ପାଇବେ।

ରୋଷେଇ ଘରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ, ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇଘର ର ଚୁଲି ଆଗ୍ନେୟ କୋଣ ରେ ହବା ସହ ପୂର୍ବ ବତ୍ତ ଦକ୍ଷିଣ କୁ ଘେରି ରହିବା ଉଚିତ ତାହା ସହ ରୋଷେଇ କରିବା ସମୟରେ ମୁହଁ ପୂର୍ଵ ଦିଗକୁ ରହିବା ଉଚିତ । ରୋଷେଇଘରେ ପିଇବା ପାଣି ଉତ୍ତରପୂର୍ଵ କୋଣ ରେ ରଖନ୍ତୁ, ଏଵଂ ପାଣି ଓ ନିଆଁ କୁ ଆଖପାଖ ରେ ରଖନ୍ତୁ ନାହିଁ । ଖାଇବା ସମୟରେ ଉତ୍ତରପୂର୍ଵ ଆଡକୁ ମୁହଁ କରି ଭୋଜନ କରନ୍ତୁ ।

ବର୍ତ୍ତମାନ ଅନ୍ତିମ ଏଵଂ ଏକ ମହତ୍ୱପୂର୍ଣ୍ଣ ତଥ୍ୟ- ଭୋଜନ ଗ୍ରହଣ କରିବା ପୂର୍ବରୁ ଭୋଜନକୁ ଅଗ୍ନି ଦେବତାଙ୍କୁ ଅର୍ପଣ କରନ୍ତୁ । କାରଣ ଅଗ୍ନିଙ୍କ ଦ୍ୱାରା ତିଆରି ହୋଇଥିବା ଭୋଜନ ରେ ପ୍ରଥମ ଅଧିକାର ଅଗ୍ନିଙ୍କର ହିଁ ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।