ମାସର ପ୍ରଥମ ଦିନରେ ଲୋକଙ୍କୁ ଲାଗିଲା ବଡ ଝଟକା, ଗ୍ୟାସ ସିଲିଣ୍ଡର ହେଲା ଏତିକି ଟଙ୍କା ମହଙ୍ଗା

ଗତ କିଛି ଦିନ ହେଲାଣି ସାରା ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହା ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀ ଦ୍ଵାରା ବହୁତ ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ କିମ୍ବା ଔଷଧ ତିଆରି ହୋଇ ନାହିଁ । କିନ୍ତୁ ସବୁ ଦେଶର ବୈଜ୍ଞାନିକ ମାନେ ଏହାର ଭ୍ୟାକ୍ସିନ ତିଆରି କରିବା ପାଇଁ ଏକାଠି ହୋଇଛନ୍ତି ଏବଂ ବହୁତ ଶୀଘ୍ର ଭାରତ ଏଥିରେ ସଫଳ ହେବ ବୋଲି କୁହାଯାଉଛି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ସାରା ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରିଥିଲେ ।

ଲକଡାଉନର ମୁଖ୍ୟ ଲକ୍ଷ ହେଉଛି ସାମାଜିକ ଦୂରତା । କରୋନାରୁ ମୁକ୍ତି ପାଇବା ପାଇଁ ହେଲେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ ଅଟେ । ସାମାଜିକ ଦୂରତା ସହିତ ସାନିଟାଇଜର ଏବଂ ମାକ୍ସ ବ୍ୟବହାର କରିବା ମଧ୍ୟ ବହୁତ ଆବଶ୍ୟକ ଅଟେ । ଲକଡାଉନର ଚାରୋଟି ପର୍ଯ୍ୟାୟ ସରି ଯାଇଛି ଏବଂ ଗତକାଲି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଶେଷ ହେଲା ।

ଆଜି ଲକଡାଉନର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । କରୋନା ଭାଇରସର ପ୍ରକୋପରେ ଅସୁବିଧାରେ ଥିବା ଦେଶବାସୀ ମାନଙ୍କୁ ଆଜି ଲକଡାଉନର ପଞ୍ଚମ ପର୍ଯ୍ୟାୟର ପ୍ରଥମ ଦିନରେ ହିଁ ବହୁତ ବଡ ଝଟକା ଲାଗିଛି । ଲୋକ ମାନଙ୍କୁ ଏହି ଝଟକା ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କାରଣରୁ ଅସୁବିଧା ହେବା କାରଣରୁ ଲାଗିଛି ।

ଦେଶର ତୈଳ ମାର୍କେଟିଙ୍ଗ କମ୍ପାନୀ ଗୁଡିକ ବିନା ସବସିଡ ବାଲା ଏଲପିଜି ରୋଶେଇ ସିଲିଣ୍ଡରର ଦାମ ବୃଦ୍ଧି କରି ଲୋକଙ୍କୁ ବଡ ଝଟକା ଦେଇଛନ୍ତି । ଏହା ଅଧୀନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧.୫୦ ଟଙ୍କା ପ୍ରତି ସିଲିଣ୍ଡରରେ ବଢିଯାଇଛି । ଏହା ସହିତ ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇ ୫୯୩ ଟଙ୍କା ହୋଇ ଯାଇଛି ।

୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ବି କମ୍ପାନୀ ଗୁଡିକ ୧୧୦ ଟଙ୍କା ବଢାଇ ଦେଇଛନ୍ତି । ଏହା ସହିତ ଏହି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୧୧୩୯.୫୦ ଟଙ୍କା ହୋଇଯାଇଛି । କରୋନା ଭାଇରସ ପାଇଁ ପ୍ରଥମରୁ ଆର୍ଥିକ ଅସୁବିଧାରେ ଥିବା ଲୋକମାନଙ୍କ ପାଇଁ ଏହା ଗୋଟିଏ ବଡ ଝଟକା ଠାରୁ କମ ନୁହେଁ ।