ଆଜିର ରାଶିଫଳ, 2 ଜୁନ 2020, ମଙ୍ଗଳବାର, ହନୁମାନଙ୍କ କୃପାରୁ ଏହି ୬ଟି ରାଶିର ଦିନଟି ଶୁଭ ରହିବ, ସଫଳତା ପାଦ ଛୁଇଁବ, ମିଳିବ ବଡ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଶୁଭ ରହିବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ରକ୍ତହୀନତାରୁ ମୁକ୍ତି ପାଇବେ । ତ୍ଵଚା ସମ୍ବନ୍ଧିତ ସମସ୍ୟାରୁ ବି ମୁକ୍ତି ମିଳିଯିବ । କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା ରହିବ । ମାତାଙ୍କ ବିଚାରକୁ ସମ୍ମାନ କରନ୍ତୁ । ପରିବାରରେ ସାମଞ୍ଜସ୍ୟ ରଖନ୍ତୁ । ସକାରାତ୍ମକ ବିଚାରକୁ ହିଁ ମୁଣ୍ଡରେ ରଖନ୍ତୁ । ନିଶ୍ଚିତ ରୂପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଖର୍ଚ କମ ହେବ । ପରିବାର ଲୋକମାନଙ୍କ ସହିତ ହସ ଖୁସିରେ ଦିନ କଟିବ । ବ୍ୟାପାରରେ ପୂର୍ବରୁ କରିଥିବା ନିବେଶ ଦ୍ଵାରା ସକାରାତ୍ମକ ପରିଣାମ ମିଳିବ ।

ବୃଷ

ଆଜି ପ୍ରେମ ଦ୍ରୁଷ୍ଟିରେ ଦିନ ଭଲ ଅଟେ । କିଛି ବ୍ୟବସାୟରୁ ଲାଭ ମିଳିବ । ପରିବାର ସହିତ ମିଶି ଆଜି ଭଲ ଖାଦ୍ୟପାନର ଲାଭ ଉଠାଇବେ । ବ୍ୟାପାରରେ ପୂର୍ବରୁ କରାଯାଇଥିବା ନିବେଶ ଦ୍ଵାରା ଆଜି ସକାରାତ୍ମକ ପରିଣାମ ସାମ୍ନାକୁ ଆସିବ । ଆପଣଙ୍କ ମନରେ ଆତ୍ମବିଶ୍ଵାସ ରହିବ । ସନ୍ତାନ କାର୍ଯ୍ୟ ସିଦ୍ଧ ହେବ । ଏହା ଆପଣଙ୍କ ମନରେ ପ୍ରସନ୍ନତା ରହିବ । ପରିବାରରେ ଖୁସିର ବାତାବରଣ ରହିବ । କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଯୋଜନା ହେବ ।

ମିଥୁନ

ଆଜିର ଦିନ ଶୁଭ ନୁହେଁ । ମନରେ ଅସମଞ୍ଜସ୍ୟ ରହିବ । କୌଣସି କାର୍ଯ୍ୟ ଖରାପ ହେବାର ସମ୍ଭାବନା ରହିବ । ସମାଜରେ ଉଚ୍ଚ ପଦ ପ୍ରାପ୍ତ ହୋଇପାରେ । କୌଣସି ପଡୋଶୀଙ୍କ ସାହାୟତା ମିଳିବ । କୌଣସି ସହକର୍ମୀ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସହାୟତା କରିବେ । ଏମିତି ଗତିବିଧିରେ ସାମିଲ ହୁଅନ୍ତୁ ଯାହା ରୋମାଞ୍ଚକ ହେଉଥିବ ଓ ଆପଣଙ୍କୁ ଶାନ୍ତି ମିଳିବ । ବୁଦ୍ଧିମତାର ସହ ନିବେଶ କରନ୍ତୁ । ଆପଣଙ୍କ ଘର ଲୋକମାନେ ଆପଣଙ୍କ ସହିତ ସାଥ ଦେବେ ।

କର୍କଟ

ଆଜିର ଦିନ ଶୁଭ ଅଟେ । ମନ ପ୍ରସନ୍ନ ରହିବ । ଆଜି ଆପଣ ସବୁଠୁ ମନୋବାଦୀପୂର୍ଣ ବ୍ୟବହାର କରିବେ । ମିଠା ଖାଇବା ପାଇଁ ଅଧିକ ମନ ହେବ । ଛୋଟ ଭାଇଙ୍କ ପ୍ରତି ଆପଣ ଅଧିକ ସ୍ନେହପୂର୍ଣ ରହିବେ । ଆଜି ମନୋରଞ୍ଜନ ପାଇଁ ଖେଳ କୁଦରେ ସାମିଲ ହେବେ । ଆର୍ଥିକ ସମସ୍ୟା ଆପଣଙ୍କ ଚିନ୍ତା କରିବାର କ୍ଷମତାକୁ ଖରାପ କରି ଦେବ । ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ । କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ ।

ସିଂହ

ଆଜିର ଦିନ ସାମାନ୍ୟ ଅଟେ । ମନରେ କିଛି ଚିନ୍ତା ରହିବ । ସନ୍ତାନକୁ ପେଟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ସନ୍ତାନଙ୍କ ଉଜ୍ଜ୍ୱଲ ଭବିଷ୍ୟ ପାଇଁ ଚିନ୍ତା କରିବେ । ଟଙ୍କା ଧାର ନିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କୁ ଅନୁକୂଳ ପରିଣାମ ମିଳିବ ନାହିଁ । ମୁଣ୍ଡ ବ୍ୟଥା ସମସ୍ୟା ହୋଇପାରେ । ପରିଶ୍ରମ ଦ୍ଵାରା କାର୍ଯ୍ୟରେ ନିଶ୍ଚିତ ରୂପରେ ସଫଳତା ମିଳିବ । ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣ ଅତ୍ୟଧିକ ଟଙ୍କା ଆୟ କରିବେ କିନ୍ତୁ ସେହିଭଳି ଆପଣଙ୍କ ଟଙ୍କା ଖର୍ଚ ମଧ୍ୟ ହେବ ।

କନ୍ୟା

ଆଜିର ଦିନ ଶୁଭ ଅଟେ । ପୂର୍ବରୁ କାହାକୁ ଦିଆ ଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଅଛି । କେତେକ ପ୍ରକାରର ଧନପ୍ରାପ୍ତିର ଯୋଗ ଅଛି । ଧନରେ ସ୍ଥିରତା ଆସିବ । ବଡ ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ହେବ । ଏହା ସହିତ ଭାଇ ଭଉଣୀଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଧନ ପ୍ରାପ୍ତି ରାସ୍ତା ଖୋଲିଯିବ । ନୁତନ ସମ୍ପର୍କ ସ୍ଥାପନ ହେବା ଦ୍ଵାରା ଆପଣ ଲାଭବାନ ହେବେ । ରିୟଲ ଏସ୍ଟେଟ ଓ ଅନ୍ୟାନ୍ୟ ଆର୍ଥିକ ମାମଲାରେ ଆପଣଙ୍କ ଦିନ ଭଲ ରହିବ ।

ତୁଳା

ଆଜିର ଦିନ ସଂଘର୍ଷ ପୂର୍ଣ ରହିବ । ଆଜି ଅଧିକ ପରିଶ୍ରମ ବି କରିବେ । ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ତାହାର ଫଳ ଆପଣଙ୍କୁ ଆଜି ମିଳିବ ନାହିଁ । ଆଜି କର୍ମର ଦିନ ଅଟେ, ଫଳର ନୁହେଁ । ଆପଣ କୌଣସି ବି ସମସ୍ୟାରେ ପଡି ପାରନ୍ତି । ପାର୍ଟନରଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ପରିବାରର ସଦସ୍ୟ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ନିଜର ମୁଡ ଠିକ କରିବା ପାଇଁ ନିଜକୁ ଶାନ୍ତ ରଖନ୍ତୁ । ନିବେଶ ଦ୍ଵାରା ଲାଭ ମିଳିବ ।

ବିଚ୍ଛା

ଆଜିର ଦିନ ଶୁଭ ଅଟେ । ମନରେ ଧର୍ମ ପ୍ରତି ଆସ୍ଥା ବଢିବ । ମାତାଙ୍କ ଆଶୀର୍ବାଦ ଦ୍ଵାରା ଧନ ଏବଂ ସ୍ଥାୟୀ ସମ୍ପତିର ଯୋଗ ବି ଅଛି । କୌଣସି ଶୁଭ ଅବସର ପାପ୍ତ ହୋଇପାରେ । ଆଜି ଆପଣ ଶଶୁର ଘରକୁ ଯାଇ ପାରନ୍ତି । ବିନା କାରଣରରେ କୌଣସି ବି ବିବାଦରେ ପଡନ୍ତୁ ନାହିଁ । ଚାକିରିରେ କିଛି ବାଧା ଆସିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ରହିବ । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରହିବ । କୌଣସି ଶୁଭ ଖବର ମିଳିପାରେ ।

ଧନୁ

ବାଦ – ବିବାଦକୁ ଭୁଲି ଯିବା ଆପଣଙ୍କ ପାଇଁ ଭଲ ଅଟେ । କିଛି ଗ୍ରହର ସଂଯୋଗ କାରଣରୁ ଆପଣ ଆଜି ବହୁତ ଖୁସିରେ ରହିବେ । କିଛି ଲୋକମାନେ ଆଜି ଆପଣଙ୍କୁ ସମର୍ଥନ ବି କରିବେ । ସନ୍ତାନଙ୍କ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ସହିତ ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦିଅନ୍ତୁ । କୌଣସି ଦାମୀ ଜିନିଷ ହଜି ପାରେ କିମ୍ବା ଖରାପ ହୋଇପାରେ । ଏହିଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ ଆଘାତ କରି ପାରନ୍ତି ।

ମକର

ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥି ଆପଣଙ୍କୁ କେତେ ଭଲ ପାଆନ୍ତି । ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । କେତେକ ଲୋକମାନଙ୍କ ପାଇଁ ଆଜିର ଦିନ ସୁନ୍ଦର ଓ ରୋମାଣ୍ଟିକ ରହିବ । ଏହା ଦ୍ଵାରା ଆପଣ ଅଧିକ ପ୍ରସନ୍ନ ରହିବେ । କୌଣସି ମହତ୍ଵପୂର୍ଣ ବ୍ୟବସାୟିକ ଯାତ୍ରା ହୋଇପାରେ । ସ୍ଥାୟୀ ସମ୍ପତ୍ତିର ଯୋଗ ଅଛି ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଧର୍ମ କାର୍ଯ୍ୟ ପ୍ରତି ରୁଚି ବଢିବ । ସ୍ଥାୟୀ ସମ୍ପତି ପାଇଁ ଧନ ଖର୍ଚ ହୋଇପାରେ । କେତେକ ଲୋକମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା ରହିବ । ସ୍ଥାନାଂତରଣ ବି ହୋଇପାରେ । ପିତାଙ୍କ ଦ୍ଵାରା ଉଚିତ ମାର୍ଗଦର୍ଶନ ଦ୍ଵାରା ଲାଭ ପ୍ରାପ୍ତ ହେବ । ଆପଣଙ୍କ ବ୍ୟବହାର ଆପଣଙ୍କୁ ଶୀର୍ଷରେ ପହଞ୍ଚାଇବ । ଆଜି ଆପଣ ସମସ୍ତଙ୍କ ଉପଦେଶକୁ ମାନି ଆଗକୁ ବଢିବେ । କାର୍ଯ୍ୟ କ୍ଷେତ୍ରରେ କୌଣସି ମହତ୍ଵପୂର୍ଣ ନିଷ୍ପତି ନେଇ ପାରନ୍ତି ।

ମୀନ

ବାଣୀ ଉପରେ ସଂଯମତା ରଖନ୍ତୁ । ଧନ ଅଧିକ ଖର୍ଚ ହୋଇପାରେ । ମନ ଅସ୍ଥିର ରହିବ । ସମସ୍ତଙ୍କ ଉପଦେଶକୁ ଶୁଣି ନିଜର ନିଷ୍ପତି ନିଅନ୍ତୁ । ଭବିଷ୍ୟକୁ ନେଇ ଆଜି ଚିନ୍ତାରେ ରହିବେ । ଇଶଶ୍ଵରଙ୍କ ପ୍ରତି ଆସ୍ଥା ରଖନ୍ତୁ । ଧନ ଆଗମନର ନୂତନ ରାସ୍ତା ଖୋଲିବ । ଆପଣଙ୍କ ମୁଡ ଭଲ ରହିବ । ମାନସିକ ଚିନ୍ତା ରହିବ । ଜୀବନସାଥିଙ୍କ ବିଚାରକୁ ସାମାନ କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।