ଭାଙ୍ଗିଗଲା ସାଜିଦ-ୱାଜିଦଙ୍କ ଯୋଡି, ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ, ଜାଣନ୍ତୁ କେମିତି ହେଲା ତାଙ୍କମୃତ୍ୟୁ

ବଲିଉଡର ଲୋକପ୍ରିୟ ସଂଗୀତକାର ବାଜିଦ ଖାନଙ୍କ ଦେହାନ୍ତ ହୋଇଛି । ବାଜିଦ ନିଜ ଭାଇ ସାଜିଦଙ୍କ ସହିତ ମିଶି ବହୁତ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି । ଦୁଇ ଭାଇଙ୍କ ଯୋଡିକୁ ବଲିଉଡରେ ସାଜିଦ-ବାଜିଦ ନାମରେ ଜଣାଯାଇ ଥାଏ । ବାଜିଦଙ୍କ ଦେହାନ୍ତ ତାଙ୍କର କିଡନି ଖରାପ କାରଣ ପାଇଁ ହେଇଛି ବୋଲି କୁହାଯାଉଛି । ମିଡିଆ ରିପୋର୍ଟରେ କୁହାଯାଇଛି କି ବାଜିଦ ଖାନ କରୋନାରେ ସଙ୍କ୍ରମିତ ଥିଲେ । ବିବିସିଙ୍କୁ ତାଙ୍କ ପରିବାର ଲୋକ କହିଛନ୍ତି କି ବାଜିଦ ଖାନ କିଡନୀ ରୋଗରେ ପୀଡିତ ଥିଲେ ଏବଂ ଦୁଇ ବର୍ଷ ପୂର୍ବେ ଟ୍ରାନ୍ସପ୍ଳାଣ୍ଟ କରାଯାଇଥିଲା । ତାଙ୍କ ଗଳାରେ ଇନଫେକସନ ଥିଲା ତାଙ୍କୁ ଚେମ୍ବୁରର ସୁରାନା ହସ୍ପିଟାଲରେ ଭର୍ତି କରାଯାଇ ଥିଲା । ବର୍ତ୍ତମାନ ତାଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ଆସିନାହିଁ ।

ସାଜିଦ ୱାଜିଦ ସବୁଠାରୁ ପ୍ରଥମେ ୧୯୯୮ ମସିହାରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ ପାଇଁ ସଂଗୀତ ଦେଇଥିଲେ । ୧୯୯୯ରେ ସୋନୁ ନିଗମ ଙ୍କର ଆଲବମ ‘ଦିବାନା’ ପାଇଁ ସଙ୍ଗୀତ ଦେଲେ, ଯେଉଁଥିରେ ‘ଦିଵାନା ତେରା’, ‘ଅବ ମୁଝସେ ରାତ ଦିନ’ ଏବଂ ‘ଇସ କଦର ପ୍ୟାର ହେ’ ଭଳି ଗୀତ ସାମିଲ ଅଛି । ସେହି ବର୍ଷ ସେ ହ୍ୟାଲୋ ବ୍ରଦର ପାଇଁ ସଙ୍ଗୀତ ନିର୍ଦେଶକ ଭାବରେ କାମ କରିଥିଲେ ଏବଂ ‘ହଟା ସାବନ କି ଘଟା’, ଚୁପକେ ସେ କୋଇ’ ଏବଂ ‘ହ୍ୟାଲୋ ବ୍ରଦର’ ଗୀତରେ ସଙ୍ଗୀତ ଦେଇଥିଲେ ।

ସାଜିଦ-ୱାଜିଦ ‘କ୍ୟା ୟହି ପ୍ୟାର ହେ’, ‘ଗୁନାହ’, ‘ଚୋରୀ ଚୋରୀ’, ‘ଦ କିଲର’, ‘ଶାଦି କରକେ ଫସ ଗୟା ୟାର’, ‘ଜାନେ ହୋଗା କ୍ୟା’ ଏବଂ ‘କଲ କିସନେ ଦେଖା ହେ’ ଆଦି ଫିଲ୍ମରେ ବି ସଙ୍ଗୀତ ଦେଇଛନ୍ତି । ଏହି ସବୁ ସଙ୍ଗୀତକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ସାଜିଦ-ୱାଜିଦ ଯୋଡି ସଲମାନ ଖାନଙ୍କର କେତେକ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି । ଏଥି ମଧ୍ୟରୁ ‘ତୁମକୋ ନା ଭୁଲ ପାଏଙ୍ଗ’, ‘ତେରେ ନାମ’, ‘ଗର୍ବ’, ‘ମୁଝସେ ଶାଦି କରୋଗୀ’, ‘ପାର୍ଟନର’, ‘ଗଡ ତୁସ୍ସି ଗ୍ରେଟ ହୋ’, ‘ୱାଣ୍ଟେଡ’ ‘ମେ ଅର ସିମେସ ଖାନା’ ‘ବୀର’ ‘ଦବଙ୍ଗ’ ‘ନୋ ପ୍ରୋବ୍ଲେମ’ ଏବଂ ‘ଏକ ଥା ଟାଇଗର’ ଭଳି ଫିଲ୍ମ ସାମିଲ ଅଛି ।

ସାଜିଦ-ୱାଜିଦ ରିୟାଲିଟି ଶୋ ‘ସା ରେ ଗା ମା ପା ସିଙ୍ଗିଙ୍ଗ ସୁପରଷ୍ଟାର’ ‘ସା ରେ ଗା ମା ପା ୨୦୧୨’ ‘ବିଗ ବସ ସିଜିନ ୪’ ଏବଂ ‘ବିଗ ବୋସ ୬’ ପାଇଁ ଟାଇଟେଲ ଟ୍ରାକ ମଧ୍ୟ ତିଆରି କରିଛନ୍ତି । ଏହା ଛଡା ସେମାନେ ଆଇପିଏଲର ଚତୁର୍ଥ ସିରିଜର ‘ଧୂମ ଧୂମ ଧୂମ ଧଡାକା’କୁ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହାର ଟାଇଟେଲ ଟ୍ରାକକୁ ୱାଜିଦ ଖାନ ଗାଇଥିଲେ ।