ମହାନଦୀ ପଠାରେ କୁଆଁ କୁଆଁ ହୋଇ କାନ୍ଦୁଥିଲା ନବଜାତ ଶିଶୁ, ଦେବଦୂତ ସାଜି ଉଦ୍ଧାର କଲେ ସ୍ଥାନୀୟ ଲୋକେ, ଦେଖନ୍ତୁ ପାଣି ଭିତରୁ କେମିତି କରାଗଲା ଉଦ୍ଧାର, ଦେଖନ୍ତୁ video

ହଠାତ ମହାନଦୀ ପଠାରେ ଶୁଭିଲା କୁଆଁ କୁଆଁ କାନ୍ଦ । କେହି କୁଆଡେ ନଥିଲେ ହେଲେ ପାଣିର ସୁଅ ଭିତରେ ଖୁବ ଜୋରରେ ଶୁଭିଲା ଗୋଟିଏ କଅଁଳ ଶିଶୁର ବିକଳ ଡାକ । ଏହି ଶବ୍ଦ କେଉଁଠୁ ଆସୁଛି ଦେଖିବା ପାଇଁ ସମସ୍ତେ ସେହି ସ୍ଥାନକୁ ଦୌଡି ଆସିଥିଲେ । ଆଉ ଆଖି ସାମ୍ନାରେ ଏଭଳି ଏକ ଦୃଶ୍ୟ ଦେଖି କେହି ବି ସହଜରେ ଗ୍ରହଣ କରି ପାରି ନଥିଲେ । ପୋଲ ଉପରେ ଥାଇ ତଳକୁ ଦେଖିଲେ ଯେ, ନବଜାତ ଶିଶୁଟିଏ ପାଣି ପାଖରେ ଥାଇ କୁଆଁ କୁଆଁ ହୋଇ କାନ୍ଦୁଛି ।

ଯାହାପରେ ଛୁଆଟିକୁ କେମିତି ଉପରକୁ ଆଣିବେ ସେହି ଚିନ୍ତାରେ ସମସ୍ତେ ଲାଗି ପଡିଲେ । ତାକୁ କିଛି ହୋଇ ଯିବନି ତ ସେହି ଚିନ୍ତାରେ ସବୁ ତାକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଲେ । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, କିଏ ସେହି ଅମଣିଷ ଯିଏ କଅଁଳ ଶିଶୁଟିକୁ ନଦୀ ପଠାରେ ଛାଡି ଦେଇ ପଳେଇଛି । ନବଜାତ ଶିଶୁଟିକୁ ଉପରକୁ ଆଣିବା ପାଇଁ ସମସ୍ତେ ଲାଗି ପଡିଥିଲେ । ଆଉ ଏହି ଦୃଶ୍ୟ ଦେଖିଲେ ସତରେ ଲୋମ ଟାଙ୍କୁରି ଉଠିବ ।

ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଚୌଦ୍ବାର ନୂଆପଟଣା ମଧୁସୂଦନ ସେତୁର ତଳପଠାରେ । ନଦୀପଠାରେ ଏହି କଅଁଳ ଶିଶୁଟିର କ୍ରନ୍ଦନ ଶୁଣି ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରୁ ଶିଶୁଟିକୁ ଉଦ୍ଧାର କରା ଯାଇଥିଲା । ଶିଶୁ ପୁତ୍ରଟିକୁ ଗୁରୁତର ଅବସ୍ଥାରେ କଟକ ଶିଶୁଭବନକୁ ସ୍ଥାନାନ୍ତରିତ କରାଯାଇଛି ।

ପୁଣି ଥରେ ଆଉ ଏକ ନବଜାତ ଶିଶୁର ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ନଦୀପଠାରେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସେହି କଅଁଳ ଜୀବନର କଣ ଯେ ଅବସ୍ଥା ହୋଇଥାନ୍ତା ତାହା ଚିନ୍ତା ବି କଲେ ହୃଦୟ ଥରିଉଠୁଛି । ତେବେ ଏହି ନବଜାତ ଶିଶୁ ପୁତ୍ରଟି ମହାନଦୀ ପଠାକୁ କିଭଳି ଆସିଲା ତାହା ଜଣା ପଡି ନଥିବା ବେଳେ ପୋଲିସ ଏଭଳି ଏକ ସଙ୍ଗୀନ ଘଟଣାର ତଦନ୍ତ ଜାରି ରଖିଛି । କିଏ, କେବେ ଓ କାହିଁକି ଶିଶୁ ପୁତ୍ରଟିକୁ ନଦୀପଠାରେ ପକାଇ ଦେଇ ଯାଇଛି ତାହା ଏବେବି ସନ୍ଦେହ ଘେରରେ ।

ଶିଶୁଟିକୁ ଏକ ରାଶି ସାହାଯ୍ୟରେ ଉପରକୁ ଆଣିଥିଲେ ସ୍ଥାନୀୟ ଲୋକେ । ତେବେ ଏଠାରେ କେହି ଜଣେ କୁଆଁରୀ କନ୍ୟା ଶିଶୁ ପୁତ୍ର ଜନ୍ମ ଦେଇ ଛାଡି ଚାଲି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।