ଅଧରାତିକୁ ଫାଙ୍କା ରାସ୍ତା, ଷ୍ଟ୍ରିଟ ଲାଇଟ ତଳେ ପ୍ରେମୀଯୁଗଳଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ video

ଅଧରାତିକୁ ଫାଙ୍କା ରାସ୍ତାରେ ଜମେଇକି ନଚିଲେ ଜଣେ ପୁଅ ଆଉ ଝିଅ । ଆଉ ଭିଡିଓ ଭାଇରାଲ ହେବା ପରେ ଏବେ ସେମାନେ ଫେମସ୍ ହେଉଛନ୍ତି । ନାଚିବା ଏକ ନିଆରା କଳା । କିଏ କେଉଁଠି ଓ କିପରି ନାଚିବ ଏହା ତାଙ୍କ ଉପରେ ନିର୍ଭର କରିଥାଏ । କେହି କେହି ଏହାକୁ ନିଜ ପେଶା ଭାବେ ଗ୍ରହଣ କରି ନେଇଛନ୍ତି ତ ଆଉ କେହି କେହି ନିଜ ଖୁସି ପାଇଁ ନାଚନ୍ତି । ନାଚିବା ଦ୍ଵାରା ଷ୍ଟ୍ରେସ ମଧ୍ୟ ରିଲିଭ ହୋଇଥାଏ । ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଏହି ପ୍ରେମୀଯୁଗଳ ଏକଦମ ବେଫିକର ହୋଇ ନାଚୁଛନ୍ତି ।

ପ୍ରେରଣା ମାହେଶ୍ଵରୀ ନାମକ ୟୁଜର୍ସଙ୍କ ଦ୍ଵାରା ଏହି ଭିଡିଓକୁ ଟ୍ବିଟରରେ ଶେୟାର କରାଯାଇଛି । ଯାହାକୁ ଏକ ଛାତ ଉପରୁ ଥାଇ ଶୁଟ କରାଯାଇଛି । ଏହି ଭିଡିଓରେ ଜଣେ ପୁଅ ଓ ଝିଅ ଫାଙ୍କା ରାସ୍ତାରେ ଏକ ଷ୍ଟ୍ରିଟ ଲାଇଟ ତଳେ ନାଚୁଥିବାର ଦେଖିବାକୁ ମିଳିଛି । ତେବେ ସେମାନେ ଭାବୁଛନ୍ତି ଶୁନଶାନ ରାସ୍ତା କେହି ତାଙ୍କୁ ଦେଖି ପାରୁନାହାନ୍ତି । ହେଲେ ସେମାନେ ଜାଣି ନାହାନ୍ତି କି ତାଙ୍କ ନାଚକୁ ରେକର୍ଡ କରାଯାଉଛି ବୋଲି । ଏବେ ଯାଏଁ ଏହି ଦୁହିଁଙ୍କ ପରିଚୟ ବିଷୟରେ ଜଣାପଡିନି ।

ହେଲେ ଦୁହେଁ ଭଲ ଡ୍ୟାନ୍ସର ଭଳି ଲାଗୁଛନ୍ତି । କାହିଁକି ନା ଦୁହିଁଙ୍କ ତାଳମେଳ ବେଶ ମିଶୁଛି ଓ ତାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ଆପଣ ବି କହିବେ ହଁ ଏମାନେ ପ୍ରଫେସନାଲ ଡ୍ୟାନ୍ସର । ଭାଇରାଲ ହେଉଥିବା ୧୬ ସେକେଣ୍ଡର ଏହି ଭିଡିଓକୁ ଦେଢ ହଜାରରୁ ଅଧିକ ୟୁଜର୍ସ ରିଟ୍ବିଟ କରିବା ସହ ୨ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖି ସାରିଲେଣି ।

ଅନେକ ଲୋକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, “ମୁଁ ଜାଣିନି ଏମାନେ କିଏ ଭାଇ ଭଉଣୀ ନା ପ୍ରେମୀ । ହେଲେ ସେମାନେ ଖୁସିରେ ଖୁବ ସୁନ୍ଦର ଭାବେ ନାଚୁଛନ୍ତି ତାହା ଖୁସିର କଥା । ଡ୍ୟାନ୍ସ କରିବାକୁ ଶୁନଶାନ ରାସ୍ତା ବାଛିବା ଖୁବ କାବ୍ଯାତ୍ମକ ।” ଆଉ ଜଣେ ଲେଖିଛନ୍ତି, “ଏମାନେ ବୋଧ ହୁଏ କେଉଁ ଡ୍ୟାନ୍ସ ରିୟାଲିଟି ଶୋ ପାଇଁ ଅଭ୍ଯାସ କରୁଛନ୍ତି ।” ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି, ସେମାନେ ବୋଧେ ଇନଷ୍ଟାଗ୍ରାମ ପାଇଁ ରିଲ୍ସ ବନାଉଛନ୍ତି ।

ସେମିତି ଆଉ କିଛି କମେଣ୍ଟ ଦେଇଛନ୍ତି, ଧ୍ୟାନ ଦେଇ ଦେଖନ୍ତୁ କେହି ତାଙ୍କ ରିଲ୍ସ ଶୁଟ କରୁଥିଲେ । ସେମିତି ଆଉ ଜଣେ ଲେଖିଛନ୍ତି, ନବରାତ୍ରି ପାଇଁ ନୂଆ ଗର୍ବା ଡ୍ୟାନ୍ସ ଅଭ୍ଯାସ କରୁଛନ୍ତି । ତେବେ ଯାହାବି ହେଉ ଦୁହିଁଙ୍କ ନାଚ ସମସ୍ତଙ୍କ ମନକୁ ବେଶ ଛୁଇଁ ପାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।