ବର୍ଷାରେ ହଇରାଣ ଦେଉଛନ୍ତି Deepika, ସେପଟେ Dinesh ଙ୍କ ବାପା କହୁଛନ୍ତି ଆମ ଗ୍ଯାରେଜ ତୋ ଘର ଆଉ କାର୍ ତୋ ବର ଯା’ ସେଇଠି…

ନା ଭଲରେ ରହି ପାରୁଛନ୍ତି ନା ଭଲରେ ଖାଇ ପାରୁଛନ୍ତି । କୁନି ପୁଅର ବି ଠିକରେ ଯତ୍ନ ନେଇ ପାରୁନାହାନ୍ତି । ରୋଜଗାର ବନ୍ଦ ଥିବାରୁ ହାତରେ ଟଙ୍କା ବି ଶେଷ ହୋଇଗଲନି । ପ୍ରମିଳା ମା’ ଭୁବନେଶ୍ବର ଯାଇଛନ୍ତି ତେଣୁ ସାହାଯ୍ୟ କରିବାକୁ କେହି ନାହିଁ । ପ୍ରବଳ ବର୍ଷା ଯୋଗୁଁ ଧାରଣାସ୍ଥଳରେ ରୋଷେଇ କରିବା ତ ଛାଡ ବସିବା ପାଇଁ ବି ସୁବିଧା ହେଉନାହିଁ । ଯେଉଁ ଛୋଟିଆ ପାଲ ଖଣ୍ଡକ ଟାଣିଛନ୍ତି ସେ କଣ ବା ସୁରକ୍ଷା ଦେବ । ବର୍ଷା ମାଡ ଖାଇ ଖାଇ ସେମିତି ପ୍ରେମିକ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା ।

ପ୍ରାୟ ୪୦ ଦିନ ହେବ ଖରା, ବର୍ଷା ଓ ଶୀତ ସାଙ୍ଗକୁ ଦିନେଶଙ୍କ ପରିବାରର ଗାଳିଗୁଲଜ ଓ ନିର୍ଯ୍ୟାତନା ସହି ଧାରଣାରେ ବସି ରହିଛନ୍ତି ଦୀପିକା । ଟଙ୍କା ଶେଷ ହୋଇ ଆସୁଥିବାରୁ ସେ ନିଜେ ରୋଷେଇ କରି ଖାଇବାକୁ ମନସ୍ଥ କରିଥିଲେ । ରୋଷେଇ କରି ଖାଉଥିଲେ ମଧ୍ୟ ହେଲେ ଦୁଇଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ସେ ରୋଷେଇ କରୁ ପାରୁନାହାନ୍ତି । ହେଲେ ବି ତାଙ୍କ ଅବସ୍ଥା ଦେଖି ଦିନେଶ ଏବଂ ତାଙ୍କ ପରିବାର ଲୋକଙ୍କ ମନ ତରଳୁନାହିଁ ।

ଦିନେଶଙ୍କୁ ହୃଦୟ ଓ ଶରୀର ସବୁ ଦେଇ ପ୍ରେମ କରିଥିଲେ ଦୀପିକା । ଯାହାର ପରିଣାମ ଯେ ଏତେ କଷ୍ଟକର ହେବ ସେ ହୁଏତ କେବେ ସ୍ଵପ୍ନରେ ସୁଧା ଭାବି ନଥିବେ । ନିଜ ପୁଅକୁ ବି ବାପାର ପରିଚୟ ଦେବାକୁ ଓ ଦୀପିକାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ରାଜି ନାହାନ୍ତି ଦିନେଶ । ଯେବେ ଠାରୁ ଦୀପିକା ଧାରଣାରେ ବସିଛନ୍ତି ଦିନେଶଙ୍କର ଦେଖାନାହିଁ ।

ତାଙ୍କ ଘରଲୋକ ତାଙ୍କୁ ଲୁଚେଇ ରଖି ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଅଭିଯୋଗ ଅନେକ ସମୟରେ ଆଣିଛନ୍ତି ଦୀପିକା । ଦୀପିକାଙ୍କୁ ଦିନେଶଙ୍କ ପରିବାର ଲୋକେ ମିଶି ବହୁତ ହଇରାଣ ହରକତ ମଧ୍ୟ କରୁଛନ୍ତି । ତାଙ୍କ ଖାଦ୍ୟ ସାମଗ୍ରୀ ଉପରେ ସର୍ଫ ପାଣି ପକେଇ ଦେଇଥିଲେ ସେଥିପାଇଁ ତାଙ୍କ ପାଖରେ ଏବେ କିଛିବି ନାହିଁ ରୋଷେଇ କରି ପେଟକୁ ଗଣ୍ଡେ ଦାନା ଯୋଗାଇବା ପାଇଁ ।

ଆଉ ଏବେ ବର୍ଷାରେ ଦୀପିକା ହଇରାଣ ହେଉଥିବା ବେଳେ ଦିନେଶଙ୍କ ବାପା କହୁଛନ୍ତି, ତୁ ଯା’ ଆମ ଗ୍ଯାରେଜ ଘରେ ରହିବୁ ସେଇଠି ରୋଷେଇ କରି ଖାଇବୁ ଆଉ ଆମ କାର୍ ସହ ରହିବୁ । ଯାହା ଜାଣି ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ଇଏ କି ପ୍ରକାର ମାନବିକତା ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।