ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣଙ୍କ ମୋଟାପଣକୁ ମହମ ପରି ତରଳାଇ ପାରିବେ । ଏହା ଏକ ଘରୋଇ ଉପଚାର ଅଟେ । ଆଜିର ସବୁ ଠାରୁ ବଡ ସମସ୍ୟା ହେଲା ମୋଟାପଣ, ଯାହା ସାନରୁ ନେଇ ବଡ ଯାଏ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଆମେ ଖାଉଥିବା ଜଙ୍କଫୁଡ୍, ତେଲମସଲା ଜାତୀୟ ଖାଦ୍ଯ ଶରୀରରେ ଯାଇ କଲୋଷ୍ଟ୍ରୋଲକୁ ବୃଦ୍ଧି କରି ଆମକୁ ମୋଟା କରିଥାଏ ।
ଶରୀର ରେ ମୋଟାପଣ ବଢିବା ଦ୍ଵାରା ଆମେ ଅନେକ ଅସୁବିଧାର ସମୁଖୀନ ହୋଇଥାଉ । ଯେମିତିକି ସାମାନ୍ୟ କାମ କଲେ ଥକିଯାଉ, ଶରୀର ବିଭିନ୍ନ ରୋଗର ଶିକାର ହୋଇଥାଏ, ଚାଲିବା ଓ ବସିବା ସମୟରେ ଅସୁବିଧା ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ମୋଟା ହେବା ସହଜ ହୋଇଥାଏ ମାତ୍ର ସେହି ମୋଟାପାରୁ ପତଳା ହେବା ବହୁତ କଷ୍ଟ ହୋଇଥାଏ ।
ଆଜି କାଲି ଆମେ ମୋଟାପାକୁ କମେଇବା ପାଇଁ ଅନେକ ଉପାୟ, ଜିମ୍, ବ୍ୟାୟାମ ଆଦି କରିଥାଉ । କିନ୍ତୁ ଏହାର କୋଣସି ଫଳ ମିଳି ନଥାଏ । ଆଜି ଆମେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ ସହଜ ଘରୋଇ ଉପାୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ସମ୍ବନ୍ଧରେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ଚିଆ ସିଡ୍ସ ।
ଏଥିରେ ଭିଟାମିନ, ମିନେରାଲ୍, ପ୍ରୋଟିନ ଓ ଓମେଗା -3 ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରର ପାଇଁ ବହୁତ ଉପକାରୀ ଅଟେ । ଏହା ଛଡା ଏଥିରେ solibule ଫାଇବାର ରହିଥାଏ ଯାହା ଶରୀର ମଧ୍ୟକୁ ଯାଇ ଫୁଲିଯାଇଥାଏ । ଯାହା ଦ୍ଵାରା ଆପଣଙ୍କୁ ଭୋକ କମ୍ ଲାଗିଥାଏ ।
ଚିଆ ସିଡ୍ସ ଆପଣଙ୍କ ମୋଟାପଣ କୁ କମେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦ୍ଵିତୀୟ ଜିନିଷ ହେଉଛି ଡାଲଚିନି । ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ ଓ ତୃତୀୟ ଜିନିଷ ହେଲା ଲେମ୍ବୁ । ଏହାସହ କିଛି କଳା ଜୀରା ମଧ୍ୟ ଆବଶ୍ୟକ ରହିଛି ।
ଏହି ଚମତ୍କାରୀ ଜୁସ୍ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଏକ ଗ୍ଳାସ ଗରମ ପାଣି । ଏଥିରେ ଦୁଇ ଚାମୁଚ ଚିଆ ସିଡ୍ସ , ଅଧା ଚାମୁଚ ଡାଲଚିନି ଗୁଣ୍ଡ, ଏକ ଚାମୁଚ ଲେମ୍ବୁ ରସ, ଅଧା ଚାମୁଚ କଳା ଜିରା ଓ ଶେଷରେ ଅଳ୍ପ ମହୁ ମିଶେଇ ଚାମୁଚ ସାହାଯ୍ୟରେ ଭଲ ଭାବରେ ଗୋଳେଇ 15- 20 ମିନିଟ୍ ପାଇଁ ଡାଙ୍କି ଛାଡି ଦେବେ ।
15 ମିନିଟ୍ ପରେ ଏହି ପାଣି କୁ ପିଇ ନେବେ ଆପଣ ଦିନକୁ ଦୁଇ ଥର ଏହାକୁ ସେବନ କରିବା ଉଚିତ୍ । ସକାଳେ ଖାଲି ପେଟ ରେ ଓ ସନ୍ଧ୍ଯା ସମୟରେ ସେବନ କରିବା ଦ୍ଵାରା ଆପଣଙ୍କ ମୋଟାପଣ ଦ୍ରୁତବେଗରେ କମିବାକୁ ଲାଗିଥାଏ । ଆପଣ ନିଶ୍ଚୟ ଏହି ଉପାୟ କୁ ଆପଣେଇ ଆପଣଙ୍କ ମୋଟାପଣକୁ କମାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।