ସ୍ଵାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବା ବେଳେ ଥରୁଥିଲା ରାଷ୍ଟ୍ରପତି Draupadi Murmu ଙ୍କ ହାତ, ଦେଖନ୍ତୁ video

ମା’ ସିନା ଫେରିଛି ହେଲେ ଲୋକକୁ ଆସୁନାହାନ୍ତି ସୁନା ପୁଅ । ମା’ ଖୋଜି ହେଉଥିବା ପୁଅମାନେ ଆଜି କେବଳ ପଥର ପାଲଟି ଯାଇଛନ୍ତି । ମା’ ହାତରେ ସିନା ଫୁଲ ଅଛି ହେଲେ ସେଥିରେ ସତେଜଟା ନାହିଁ । ଗାଁ ମାଟିରେ ପାଦ ରଖି ପୁଣି ଥରେ ଜିଇଁ ଉଠିଛି ମା’ର ମମତା । ମନ ଭିତରେ ଗୁମୁରି କାନ୍ଦିବା ଛଡା ଆଉ କିଛି ବାଟ ନାହିଁ । ମନରେ ଅନେକ ଅଭିମାନ ରହିଛି ହେଲେ କହିବ ବା କାହାକୁ ! କିଏ ଶୁଣିବ ଏହି ମା’ର ଦୁଃଖ !

ଆଜି ଯଦି ଏହି ପଥର ମୂର୍ତ୍ତି ଜୀବନ ପାଆନ୍ତେ ତେବେ ମା’ ସେମାନଙ୍କ ଉପରେ ପ୍ରେମ ଉଜାଡି ପକାନ୍ତା । ଯେଉଁମାନେ ମା’କୁ ତିଳେ ନ ଦେଖିଲେ ଦୁଇ ପୁଅ ଅଝଟ ହୋଇ ମାଟିରେ ଗଡି ଯାଉଥିଲେ ସେହି ମା’କୁ ପାଖରେ ପାଇ ବି ପାଟି ଖୋଲୁ ନାହାନ୍ତି । ହେଲେ ଏସବୁକୁ ଛାତି ତଳେ ଚାପି ରଖି ନିଜ ସହ ସଂଘର୍ଷ କରି ଆଗକୁ ବଢିବାକୁ ଅହରହ ପ୍ରୟାସ କରୁଛି ମା’ଟି । ସତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହନଶୀଳତା, ଧୈର୍ଯ୍ୟ ଓ ଆତ୍ମ-ନିର୍ଭରଶୀଳତାର କୌଣସି ତୁଳନା ନାହିଁ ।

ନିଜ ଜୀବନର ସବୁଠୁ ବଡ କଷ୍ଟକୁ ସଂସାରର ଆହ୍ଵାନ ଓ ଜୀବନର ବ୍ରତ କରି ଓଡିଆ ମାଟି ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଫଳତାର ସିଡି ଚଢି ଚାଲିଛନ୍ତି । ଯେଉଁ ମାଟି ତାଙ୍କୁ ସଂଘର୍ଷ କରିବା ଶିଖେଇଛି ଓ ଧୈର୍ଯ୍ୟର ସହ ଆଗକୁ ବଢିବାକୁ ପ୍ରେରଣା ଦେଇଛି ସେହି ମାଟିକୁ ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ନିଜ ମାଟିକୁ ଆସିବା ପରେ ସ୍ଵାମୀ ଶ୍ୟମାଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମହାମହିମ । ଆଜି ବି ସ୍ଵାମୀଙ୍କୁ ଫୁଲମାଳ ଦେବା ବେଳେ ମନରେ ଚହକି ଉଠିଥିବ ସେଦିନର ଦୃଶ୍ୟ । ପ୍ରଥମେ ବଡ ପୁଅ, ତା’ପରେ ସାନ ଏବଂ ବାପା ପରକୁ ପର ସମସ୍ତେ ଏକା କରି ଛାଡିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଝିଅ ଓ ଜ୍ଵାଇଁଙ୍କୁ ସାହାରା କରି ବଞ୍ଚୁଥିବା ଦ୍ରୌପଦୀ ମୁର୍ମୁ ଏବେ ପୁରା ଦେଶକୁ ନିଜ ପରିବାର ପରି ଆପଣେଇ ନେଇଛନ୍ତି ।

ନିଜେ ଦୁଃଖରେ ଥାଇ ମଧ୍ୟ ଲୋକଙ୍କ ପାଇଁ କିଛି କରିବାର ମନୋଭାବ ଆଜି ତାଙ୍କୁ ଏତେ ବଡ ପରିବାରର ଦାୟିତ୍ଵ ଅର୍ପଣ କରିଛି । କୌଣସି ବି ଝଡ ଭାଙ୍ଗି ପାରିନି ଜୀବନରେ ଅନେକ ସଂଘର୍ଷର ସାମ୍ନା କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନୋବଳ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।