ତୁଳା ରାଶି (Libra) May 2023 ରାଶିଫଳ, ମାସଟି କେମିତି କଟିବ ? କଣ ଶୁଭ ଏବଂ ଅଶୁଭ ରହିଛି ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ରମାନଙ୍କ ପରିବର୍ତ୍ତନ ଯୋଗୁ ରାଶିମାନଙ୍କ ଉପରେ ଏହାର ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆଲୋଚନା କରିବା ମଇ ମାସରେ ତୁଳାରାଶି ବ୍ୟକ୍ତିବିଶେଷମାନଙ୍କ ବିଷୟରେ ଏବଂ ରାଶିଫଳ ସମ୍ବନ୍ଧରେ । ଚଳିତ ମଇ ମାସ ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବାକୁ ଯାଉଛି । ମଇ ମାସରେ ତୁଳା ରାଶି ଲୋକମାନଙ୍କ ଗ୍ରହ ଗୋଚର କିଛି ଏହି ପରି ଭାବରେ ରହିବ ଆପଣଙ୍କ ପ୍ରଥମ ଭାବରେ ବା ଲଗ୍ନରେ ବିରାଜିତ ଅଟନ୍ତି କେତୁ ଦେବ ।

ଆପଣଙ୍କ ପଞ୍ଚମ ଭାବରେ ଶନିଦେବ ବିରାଜିତ ଅଛନ୍ତି । ଅଷ୍ଟମ ଭାବରେ ଶୁକ୍ରଦେବ ଏବଂ ଆପଣଙ୍କ ରାଶି ର ମାଲିକ ମଙ୍ଗଳ ଦେବ । ତୁଳା ରାଶି ବ୍ୟକ୍ତିମାନଙ୍କ ପ୍ରଥମ ଘରେ କେତୁଦେବ ବିରାଜିତ ହେବା ଯୋଗୁ ଆପଣଙ୍କୁ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଆପଣଙ୍କୁ ବାହାର ଖାଇବାକୁ ପରିତ୍ୟାଗ କରିବା ଦ୍ଵାରା ସ୍ଵାସ୍ଥଜନିତ ରୋଗ ହେବାର ସମ୍ଭାବନା କମ୍ ରହିଥାଏ । ପଞ୍ଚମ ଭାବ ହୋଇଥାଏ ଚାକିରୀ , ଶିକ୍ଷା କ୍ଷେତ୍ର ରେ ଥିବା ଲୋକମାନଙ୍କ ପାଇଁ ଏବଂ ଏହି ଘରେ କର୍ମ ର ଫଳ ଦାତା ଶନିଦେବ ବିରାଜିତ ଅଟନ୍ତି ।

ତେଣୁ ଏଠାରେ ଶନିଦେବ ଆପଣଙ୍କ ଶିକ୍ଷା କ୍ଷେତ୍ର କୁ ମଜବୁତ ବନେଇଥାନ୍ତି । ଏହି ମାସରେ ଆପଣ ଯଦି କୋଣସି ସରକାରୀ ଚାକିରୀ ପାଇଁ ପରୀକ୍ଷା ଦେବାକୁ ଚାହୁଛନ୍ତି ତେବେ ନିଶ୍ଚୟ ଦେଇପାରିବେ । ଆପଣଙ୍କ ପାଇଁ ତାହାର ଫଳ ନିଶ୍ଚିତ ଭଲ ରହିବ । ପଞ୍ଚମ ଭାବ ହୋଇଥାଏ ଆପଣଙ୍କ ପ୍ରେମ ଜୀବନ ।

ଏହି ମାସ ରେ ପ୍ରେମ ସମ୍ପର୍କ ଥିବା ଲୋକମାନଙ୍କ ଜୀବନରେ ତାହା ସୁଦୂଢ ହୋଇଥାଏ । ଶୁକ୍ରଦେବ ଆପଣଙ୍କ ନବମ ଭାବରେ ରହିବା ଯୋଗୁ ଯେଉଁ ମାନଙ୍କ ଜୀବନରେ ବିବାହ ପାଇଁ ଅପେକ୍ଷା କରୁଛନ୍ତି ବା ପ୍ରେମ ପ୍ରତୀକ୍ଷା କରନ୍ତୁ । ଏହି ମଇ ମାସରେ ସେମାନଙ୍କ ଜୀବନରେ ଜୀବନସାଥି ଙ୍କ ଅପେକ୍ଷା ଶେଷ ହେବ ।

ପ୍ରେମ ବିବାହ ପାଇଁ କାହା ସହିତ ବନ୍ଧୁତା ସ୍ଥାପନ ହେଇପାରେ । ବିବାହିତ ଥିବା ଲୋକମାନଙ୍କ ଭିତରେ ଥିବା ପ୍ରେମ ର ରଙ୍ଗ ଅଧିକ ଗାଢା ହୋଇଥାଏ । ପ୍ରେମ ସମ୍ପର୍କ କୁ ମଜବୁତ ବନେଇବେ ଶନି ଦେବ ଏହା କେବଳ ମଇ ମାସ ପାଇଁ ନୁହେଁ ପରନ୍ତ ଆସନ୍ତା ଓଡେଇ ମାସ ଯାଏ ଏହାର ପ୍ରଭାବ ରହିଥାଏ ।

ରାହୁ ବିରାଜିତ ହେବା କାରଣ ରୁ ଆପଣଙ୍କ ବୈବାହିକ ଜୀବନରେ କେତେବେଳେ ଖୁସି ଆସେ ତ ଆଉ କିଛି ପାଇଁ ଦୁଃଖ ମଧ୍ୟ ରହିଥାଏ । ରାହୁ ଓ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପ୍ରଥମ ଭାରେ ଥିବା ହେତୁ ପାରିବାରିକ ଓ ଜୀବନସାଥିଙ୍କ ସହ ମତଭେଦ ଆସିପାରେ । ତେଣୁ ଏହ ପ୍ରତି ଧ୍ୟାନ ଦେବା ଉଚିତ୍ ଯୋଇଥାଏ ।

ମଙ୍ଗଳ ଆପଣଙ୍କ ବୈବାହିକ ଜୀବନରେ ଆସୁଥିବା ବାଧା ବିଗ୍ନ କୁ ଦୂର କରିବାରେ ବିଶେଷ ଭୂମିକା ତୁଳାଇ ଥାନ୍ତି । ଆପଣ ଆରମ୍ଭ କରିଥିବା ନୂତନ କାମ ସାମନ୍ୟ ବିଳମ୍ବ ହୋଇପାରେ । କିନ୍ତୁ ତାହା ନିଶ୍ଚୟ ସଫଳ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।