‘ମହାଭାରତ’ ଶୁଟିଙ୍ଗ ସମୟରେ ଯେତେବେଳେ ସମସ୍ୟା ହେଇଗଲା ବିଜୁଳି ଖୁଣ୍ଟ, ତା ପରେ ଆସିଥିଲା ଏମିତି ଆଇଡିଆ

ମହାଭାରତକୁ ପରଫେକ୍ଟ ବନାଇବା ପାଇଁ ବି.ଆର ଚୋପଡା ଓ ତାଙ୍କ ପୁଅ ରବି ଚୋପଡା କୌଣସି ଅଭାବ ଛାଡି ନଥିଲେ । ଖାସ କରି ଯୁଦ୍ଧର ସିନ ସୁଟ କରିବା ପାଇଁ ସବୁଠୁ ଅଧିକ ପରିଶ୍ରମ କରାଗଲା । ସେତେବେଳେ ବିଏଏକ୍ସ ନଥିଲା, ତେଣୁ ଅଧିକାଂଶ ଶୁଟିଙ୍ଗ ମ୍ୟାନୁଆଲି ହିଁ ହୋଇଥିଲା । ବି.ଆର ଚୋପଡାଙ୍କ ମହାଭାରତ ପୌରାଣିକ କଥା ଉପରେ ଆଧାରିତ ସେହି ଟିଭି ସିରିୟଲ ମଧ୍ୟରୁ ଗୋଟିଏ ଅଟେ ଯିଏ ଛୋଟ ପରଦାରେ ସବୁଠୁ ଅଧିକ ନାମ କମାଇଥିଲା । ବର୍ଷ ୧୯୮୮ ରେ ଟିଭି ରେ ପ୍ରଥମ ଥର ପ୍ରସାରିତ ହୋଇଥିବା ଏହି ସିରିୟଲ ଦୂରଦର୍ଶନରେ ରିଟେଲିକାଷ୍ଟ କରା ଯାଉଛି । ଜନତାଙ୍କ ଦ୍ଵାରା ଲକଡାଉନରେ ଏହି ସିରିୟଲ କୁ ବହୁତ ପସନ୍ଦ କରା ଯାଉଛି ।

ବିଜୁଳି ଖୁଣ୍ଟ କରିଥିଲା ଚିନ୍ତିତ

ସେମିତି ତ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ର (ହରିୟାଣା) ରେ ଲଢା ଯାଇଥିଲା । କିନ୍ତୁ ବି.ଆର ଚୋପଡା ଏହି ସିନକୁ ଶୁଟିଙ୍ଗ କରିବା ପାଇଁ ପ୍ରଥମେ ମୁମ୍ବାଇରେ ଜାଗା ଖୋଜିବାକୁ ଲାଗିଲେ । ସେ ଯୁଦ୍ଧର ସୀନକୁ ଗ୍ରାଣ୍ଡ ବନାଇବାକୁ ଚାହୁଁଥିଲେ । ଏଥିପାଇଁ ଏହାକୁ ଫିଲ୍ମ ସିଟି ବଦଳରେ ଲାଇଭ ଲୋକେସନ ରେ ସୁଟ କରିବାର ନିଷ୍ପତ୍ତି ନିଆଗଲା । କିନ୍ତୁ ସବୁଠୁ ବଡ ସମସ୍ଯା ଥିଲା ବିଜୁଳି ଖୁଣ୍ଟ । ମହାଭାରତ ସମୟରେ ବିଜୁଳି ନଥିଲା । କିନ୍ତୁ ଯେତେବେଳେ ଲାଇଭ ଲୋକେସନ ର ଖୋଜ ଆରମ୍ଭ ହେଲା ତେବେ କେଉଁଠି ବି ଏତେ ବଡ ଖୋଲା ପଡିଆ ମିଳୁ ନଥିଲା ଯେଉଠି ବିଜୁଳି ଖୁଣ୍ଟ ନାହିଁ ।

ଜୟପୁର ନିକଟରେ ମିଳିଗଲା ପଡିଆ

ବହୁତ ଖୋଜିବା ପରେ ଜୟପୁର ନିକଟରେ ଖୋଲା ପଡିଆ ମିଳିଗଲା। ଆକ୍ଟର ମାନଙ୍କୁ ତୀର ଠାରୁ ନେଇ ତଲୱାର ଚଳାଇବା ପର୍ଯ୍ୟନ୍ତ ଟ୍ରେନିଂ ଦିଆଗଲା । ସେତେବେଳେ ବିଏଫଏକ୍ସ ବା ସ୍ପେଶାଲ ଇଫେକ୍ଟ ର ସୁବିଧା ନଥିଲା । ଯୁଦ୍ଧର ଅଧିକାଂଶ ସୀନ ମ୍ଯାନୁଆଲି ହିଁ ସୁଟ ହୋଇଥିଲା । କିନ୍ତୁ ସୈନିକ ମାନଙ୍କର ସଂଖ୍ଯାକୁ ନେଇ ବହୁତ ବଡ ସମସ୍ଯା ଥିଲା ।

ସ୍ଥାନୀୟ ଲୋକ ହେଇଗଲେ ସୈନିକ

ଯୁଦ୍ଧ କୁ ବଡ ଭାବରେ ଦେଖାଇବା ପାଇଁ ଅଧିକ ରୁ ଅଧିକ ସୈନିକମାନଙ୍କର ଆବଶ୍ୟକତା ଥିଲା । ସେତେବେଳେ ଏତେ କଳାକାରଙ୍କୁ ଜମା କରିବା ମୁସ୍କିଲ ହେଉଥିଲା । ଯେତେବେଳେ ସୀନ ଶୁଟ କରିବାର ସମୟ ଆସିଲା ତ ସ୍ଥାନୀୟ ଲୋକମାନେ ଆଗକୁ ଆସି ଶୁଟିଙ୍ଗରେ ଭାଗନେଲେ । ସୈନିକଙ୍କ ଆବଶ୍ୟକତା ତ ପୁରା ହୋଇଗଲା ଏହା ସହିତ ଅନେକ ଲୋକ ଏଥିପାଇଁ ପଇସା ମଧ୍ୟ ନେଲେ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।