ଆଜିର ରାଶିଫଳ, 26 ଏପ୍ରିଲ 2020, ରବିବାର, ସୂର୍ଯ୍ୟଙ୍କ କୃପାରୁ ଏହି ୭ଟି ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ, ଆସନ୍ତୁ ଜାଣିବା କଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଏପ୍ରିଲ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ହେବ । ଆପଣଙ୍କ କ୍ୟାରିୟରରେ କିଛି ପରିବର୍ତ୍ତନ ଆସିପାରେ । କାହା ସହିତ ଆପଣଙ୍କ ବିବାଦ ହୋଇପାରେ । କୌଣସି ପ୍ରକାରର ଚିନ୍ତା ନିଜ ମୁଣ୍ଡରେ ରଖନ୍ତୁ ନାହିଁ । ଏହା ସହିତ କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କୁ ଅଣ୍ଟା ବ୍ୟଥା ହୋଇପାରେ । ଏହା ସହିତ ଛାତିରେ ବି ଯନ୍ତ୍ରଣା ହୋଇପାରେ । ଘରେ କୌଣସି ପ୍ରକାରର ସମସ୍ୟା ଆସିପାରେ । ସେଥି ପ୍ରତି ସଜାଗ ରୁହନ୍ତୁ ।

ବୃଷ

ଆଜି କାମ କରିବା ପାଇଁ ମାନସିକ ରୂପରେ ପ୍ରସ୍ତୁତ ରହିବାକୁ ହେବ । ଆଜି ମହିଳାଙ୍କ ତରଫରୁ ପୂର୍ଣ ସହଯୋଗ ମିଳି ପାରେ । ବ୍ୟାପାର କରୁଥିବା ଲୋକମାନଙ୍କୁ ଆଜି କିଛି ଖାସ ଲାଭ ମିଳିବ ନାହିଁ । ଯେଉଁ ଲୋକମାନେ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ସେମାନେ ସେହି ଦିଗରେ ପ୍ଲାନିଙ୍ଗ କରନ୍ତୁ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରେ ଦିନ ସାମାନ୍ୟ ରହିବ । ମୌସମର ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ ।

ମିଥୁନ

ନିଜର ମନକୁ ଗୋଟିଏ ସ୍ଥାନରେ ରଖିବାକୁ ଚେଷ୍ଟା କରନ୍ତୁ । ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆସିପାରେ । ସମସ୍ତ କାର୍ଯ୍ୟରେ ଧର୍ଯ୍ୟ ରଖି କମ କରନ୍ତୁ । ଆଜି କୌଣସି ବ୍ୟକ୍ତି ସହ ଆପଣଙ୍କ ବିବାଦ ହୋଇପାରେ । ସେଥିପାଇଁ ଆପଣଙ୍କ ମୁଡ ଅଫ ରହିବ । ବ୍ୟାପାର କରୁଥିବା ଲୋକମାନଙ୍କ ହାତରୁ କୌଣସି ବଡ ଡିଲ ବାହାରି ଯାଇ ପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଘରର ପରିବାର ସ୍ଥିତି ସାମାନ୍ୟ ରହିବ ।

କର୍କଟ

ଆଜି ଆପଣ ନିଜର ମିତ୍ରଙ୍କ ସହିତ ସମୟ ବିତାଇବେ । ଏହା ସହିତ କୌଣସି ବନ୍ଧୁର ସାହାର୍ଯ୍ୟ ବି କରିବେ । ଯେଉଁ ବ୍ୟାପାରୀ ପାର୍ଟନରଶିପରେ ନିଜର କାରୋବାର କରୁଛନ୍ତି ସେମାନେ ନିଜର ପାର୍ଟନର ପ୍ରତି ଭଲ ବ୍ୟବହାର କରନ୍ତୁ । ଆଜି ଆପଣ ନିଜର ମନପସନ୍ଦ ଭୋଜନ କରିବେ । ଜୀବନସାଥିଙ୍କ ସହିତ ବିବାଦ ହୋଇପାରେ । ଛୋଟ ଛୋଟ କଥାକୁ ନେଇ ଅନ୍ୟ କେଉଁ ବ୍ୟକ୍ତି ସହିତ ବି ବିବାଦ ହୋଇପାରେ ।

ସିଂହ

ଆଜି ଆପଣ ନିଜର ବିରୋଧୀଙ୍କ ପ୍ରତି ସଚେତନ ରୁହନ୍ତୁ । ଆଜି ଆପଣ ଅତ୍ୟଧିକ କାମ କରିବେ । ଏହା ସହିତ ଆକର୍ଷକ ପ୍ଲାନିଙ୍ଗ ବି କରିବେ ଓ ଶତ୍ରୁକୁ ପରାଜୟ କରିବାରେ ବି ସଫଳ ହେବେ । ଯେଉଁ ଲୋକମାନେ ବ୍ୟାପାର କରୁଛନ୍ତି ସେମାନେ ଆଜି ଠକାମିର ଶିକାର ହୋଇ ପାରନ୍ତି । ଘରେଲୁ ପରିବେଶ ସାମାନ୍ୟ ରହିବ । ଏହା ସହିତ ଆଜି ଭଗବାନଙ୍କ ଶରଣକୁ ଯାଆନ୍ତୁ ତେବେ ଦିନ ଆପଣଙ୍କ ଭଲ କଟିବ ।

କନ୍ୟା

ଆଜିର ଦିନରେ ଆପଣଙ୍କୁ ମାନସିକ ରୂପରେ ଏହା ଚିନ୍ତା କରିବାର ଅଛି କି କେଉଁ ପ୍ରକାରର ପ୍ଲାନିଙ୍ଗ କରିବା ଦ୍ଵାରା ଆପଣ ଆର୍ଥିକ ରୂପରେ ଲାଭବାନ ହେବେ । ଆଜି ଆପଣଙ୍କୁ ନିଜ କାରୋବାରରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆଜି କିଛି ଲୋକମାନଙ୍କୁ ପରିଶ୍ରମ କରିବାକୁ ପଡିବ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ସହଯୋଗପୂର୍ଣ ବାତାବରଣ ରହିବ ।

ତୁଳା

କର୍ମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଆର୍ଥିକ ରୂପରେ ଲାଭବାନ ରହିବେ । ଆଜି ପରିବାରରେ କିଛି ବିବାଦ ହୋଇପାରେ । ସାମାଜିକ ଜୀବନରେ ସ୍ଥିତି ସକାରାତ୍ମକ ରହିବ । ଭବିଷ୍ୟତକୁ ନେଇ ବଡ ଯୋଜନା ମୁଣ୍ଡରେ ଆସିବ । ଘରେ ପିତାଙ୍କ ସହିତ ତାଳମେଳ କରି ଚାଳନ୍ତୁ । କାରଣ ତାଙ୍କର କ୍ରୋଧିତ ହେବା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।

ବିଚ୍ଛା

ବ୍ୟାପାରୀ ବର୍ଗର ଲୋକମାନେ ଏହି କଥାରେ ଧ୍ୟାନ ରଖନ୍ତୁ କି ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିବା ଦ୍ଵାରା ଆପଣ ଅଧିକରୁ ଅଧିକ ଲାଭରେ ରହିବେ । ଘରର ଇଲେକ୍ଟ୍ରନିକ ଜିନିଷ ପ୍ରତି ସାବଧାନ ରୁହନ୍ତୁ । ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ । ଏହିଭଳି ସୂଚନାକୁ ଉଜାଗର କରନ୍ତୁ ନାହିଁ ଯାହା ବ୍ୟକ୍ତିଗତ ଓ ଗୋପନୀୟ ଅଟେ । ଆଜି ଆପଣ କିଛି କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ

ଆଜି ଏହା ବୁଝିବା କଷ୍ଟ ହେବ କି ଆଜିର ଦିନ ଭଲ ଯିବ ନା ଖରାପ ଯିବ । କିଛି ଜିନିଷ ଭବିଷ୍ୟତକୁ ନେଇ ସକାରାତ୍ମକ ରହିବ । ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । ପରିବାରରେ ଖୁସି ଆସିବ । କୌଣସି ଜିନିଷ ପ୍ରତି ନଜର ଅନ୍ଦାଜ କରିବା ଆପଣଙ୍କ ପାଇଁ କ୍ଷତି ହୋଇପାରେ । କୌଣସି ବି ଖରାପ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆଜି କିଛି ଲୋକମାନେ ଆପଣଙ୍କ ପ୍ରଶଂସା କରିବେ । ଆପଣଙ୍କ ଜୀବନସାଥି ଆପଣଙ୍କୁ ନିଜର ପ୍ରେମର ଅନୁଭବ କରାଇବେ ।

ମକର

ଆଜି ଆପଣ ଖାସ ପ୍ରସନ୍ନ ରହିବେ ନାହିଁ । କିନ୍ତୁ କିଛି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ମନ ଆନନ୍ଦିତ ରହିବ । ଆଜି ଆପଣ କ୍ଳାନ୍ତ ଅନୁଭବ କରିବେ । ଆଜି ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ମୁଡ ଅଫ ରହିପାରେ । ଘରର ବୟସ୍କ ବ୍ୟକ୍ତି ସହ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କ ଜୀବନସାଥିଙ୍କ କୌଣସି ସୁନ୍ଦର ସରପ୍ରାଈଜ ଦ୍ଵାରା ଆପଣଙ୍କ ଦିନ ଭଲରେ କଟିବ । କୌଣସି ପ୍ରକାରର ବିପରୀତ ଘଟଣା ଘଟିପାରେ ।

କୁମ୍ଭ

ଆଜିର ଦିନରେ ଯାହା ବି ସମସ୍ୟା ଆସିବ ଓ ଚିନ୍ତା ଅଛି ତାହା ମିତ୍ର କିମ୍ବା ଜୀବନସାଥିଙ୍କ ମାଧ୍ୟମରେ ଦୂର ହୋଇଯିବ । ଅଫିସରେ ଆଜି ସ୍ଥିତି ଆପଣଙ୍କ ଅନୁକୂଳ ରହିବ । ନିଜର ଖାଦ୍ୟପାନ ଉପରେ ଧ୍ୟାନ ରଖିବାର ଅଛି କାରଣ ପୋଷକ ତତ୍ଵ ଅଭାବରୁ ଆପଣଙ୍କୁ କମଜୋରି ଆସିପାରେ । ଯଦି ସୁଗାର ଅଛି ତେବେ ଆପଣ ଅତ୍ୟଧିକ ସଚେତ ରୁହନ୍ତୁ । ଘରର ପରିବେଶ ଭଲ ରହିବ ଓ ଘରର ମହିଳାମାନଙ୍କ ପୁରା ସହଯୋଗ ଓ ଭଲ ପାଇବା ମିଳିବ ।

ମୀନ

ଆଜିର ଦିନର ଆରମ୍ଭରୁ ହିଁ ଆପଣ ଦୁଖିତ ରହିବେ । କିନ୍ତୁ ଧିଏ ଧୀରେ ଆପଣଙ୍କୁ ମୁଡ ଭଲ ହୋଇଯିବ । ଯେଉଁ ଲୋକମାନେ ବ୍ୟାପାର କରୁଛନ୍ତି ସେମାନଙ୍କ ପାଖରେ ଅଧିକ ଗ୍ରାହକ ଆସିବେ । ବିଦ୍ୟାର୍ଥୀମାନେ ନିଜ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆପଣଙ୍କ ପରିବାରର କୌଣସି ସଦସ୍ୟର ସ୍ୱାସ୍ଥ୍ୟ ବିଶେଷ କିଛି ଖାସ ରହିବ ନାହିଁ । ଯଦି କୌଣସି ବ୍ୟକ୍ତି ବହୁ ଦିନ ହେବ ଅସୁସ୍ଥ ଅଛି ତେବେ ତାହାର ଡାକ୍ତରୀ ଚେକଅପ କରାନ୍ତୁ । ଦୈନିକ ଆମର ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।