ବଲୀଉଡର ଅଭିନେତ୍ରୀ ମଧୁଙ୍କର ଝିଅମାନେ ହେଉଛନ୍ତି ବହୁତ ସୁନ୍ଦର, ପ୍ରିୟଙ୍କାଙ୍କ ରିସେପ୍ଶନରେ ଏମିତି ନଜର ଆସିଥିଲେ ଏମାନେ

ମଧୁ ବଲୀଉଡର ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି କିଛି ଅଳ୍ପ ଫିଲ୍ମରେ କାମ କରିବା ପରେ ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ଅଜୟ ଦେବଗନଙ୍କ ସହିତ ତାଙ୍କର ଯୋଡି ବହୁତ ହିଟ ଥିଲା । ଅଜୟଙ୍କ ସହିତ ଆସିଥିବା ତାଙ୍କର ଫିଲ୍ମ ‘ଫୁଲ ଔର କାଂଟେ’ ବହୁତ ହିଟ ହୋଇଥିଲା । ଆଜି ବି ଲୋକାମାନେ ଏହି ଫିଲ୍ମ ଦେଖିବା ବହୁତ ପସନ୍ଦ କରନ୍ତି ।

ଏହି ଫିଲ୍ମ କରିବା ପରେ ମଧୁ ବହୁତ ଲୋପ୍ରିୟତା ହାସଲ କରିଥିଲେ । କିନ୍ତୁ ଏହା ପରେ ସେ ବେଶି ଫିଲ୍ମରେ ନଜର ଆସିଲେ ନାହିଁ । ଆଜି ସେ ଫିଲ୍ମରୁ ଦୂରେଇ ଯାଇଛନ୍ତି କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ବଲୀଉଡରେ ରାଜ କରୁଥିଲେ ।

କାରିୟରର ଆରମ୍ଭରେ ହିଁ ବାହା ହୋଇଯାଇଥିଲେ

ଯେମିତି କି ମଧୁ ନିଜର କାରିୟର ଆରମ୍ଭ ହେଉ ହେଉ ବର୍ଷ ୧୯୯୯ରେ ବିଜନେସମ୍ୟାନ ଆନନ୍ଦ ସାହାଙ୍କ ସହ ବାହା ହୋଇଯାଇଥିଲେ । ବାହାଘର ପରେ ତାଙ୍କର କାରିୟର ତଳକୁ ଖସିବାକୁ ଲାଗିଲା । ବାହାଘର ପରେ ତାଙ୍କୁ ଫିଲ୍ମର ଅଫର ମିଳିବ ପାଖାପାଖି କମ ହୋଇଗଲା ଏବଂ ସେ ନିଜେ ବଲୀଉଡକୁ ବିଦାୟ କହିଦେଲେ । ଏମିତି ନୁହେଁ କି ସେ ବାହାଘର ପରେ ଫିଲ୍ମ କରି ନାହାନ୍ତି ।

ବାହାଘର ପରେ ସେ କିଛି ଫିଲ୍ମରେ କାମ କରିଲେ କିନ୍ତୁ ତାଙ୍କର ସବୁ ଫିଲ୍ମ ଫ୍ଲପ ହୋଇଥିଲା । ଲଗାତାର ଫ୍ଲପ ଫିଲ୍ମ ଦେବା ପରେ ସେ ନିଜକୁ ଧୀରେ ଧୀରେ ବଲୀଉଡରୁ ଦୂରେଇ ଦେଲେ । କିନ୍ତୁ ବର୍ତ୍ତମାନ ହିଁ ପ୍ରିୟଙ୍କା ଚୋପଡାଙ୍କର ରିସେପ୍ଶନରେ ମଧୁ ନିଜର ଦୁଇ ଝିଅଙ୍କ ସହିତ ପହଞ୍ଚିଥିଲେ । ତାଙ୍କର ଦୁଇ ଝିଅ ବହୁତ ବଡ ହୋଇଯାଇଛନ୍ତି ଏବଂ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ମଧୁଙ୍କ ଦୁଇ ଝିଅଙ୍କର ନାମ ଅମେୟା ଶାହ ଏବଂ କିୟା ଶାହ ଅଟେ । ଅମେୟା ୧୮ ବର୍ଷ ଏବଂ କିୟା ୧୬ ବର୍ଷର ଅଟନ୍ତି । ଦୁଇ ଭଉଣୀ ଦେଖିବାକୁ ଅତ୍ୟଧିକ ସୁନ୍ଦର ଅଟନ୍ତି ଏବଂ ସୁନ୍ଦରତା ମାମଲାରେ ସେମାନେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଆଜିକାଲି ଷ୍ଟାର କିଡ୍ସଙ୍କର ଜମାନା ଅଟେ ଏବଂ ଲୋକମାନେ ଏକ ଷ୍ଟାର କିଡ୍ସକୁ ଅନ୍ୟ ଏକ ଷ୍ଟାର କିଡ୍ସଙ୍କ ସହିତ ତୁଳନା କରୁଛନ୍ତି ।

କିନ୍ତୁ ମଧୁଙ୍କର ଝିଅମାନେ ଲାଇମ ଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରିୟଙ୍କାଙ୍କ ରିସେପ୍ଶନରେ ତାଙ୍କର ସୁନ୍ଦରତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେମାନେ କୌଣସି ପରି ଠାରୁ କମ ନୁହନ୍ତି । ଫଟୋରେ ମଧୁ ମଝିରେ ଛିଡା ହୋଇଛନ୍ତି ଏବଂ ତାଙ୍କର ଡାହାଣ ପଟେ ଅମେୟା ଏବଂ ବାମ ପଟେ କିୟା ଅଛନ୍ତି । ଏବଂ ଆମେୟା ବହୁତ ଜଲ୍ଦି ବଲୀଉଡରେ ଡେବ୍ଯୁ କରିବାକୁ ଯାଉଛନ୍ତି ।