କାରୋନାରୁ ବଞ୍ଚିବା ପାଇଁ ଚାଳକ ଏମିତି ବଦଳାଇଦେଲେ ନିଜ ଅଟୋର ଡିଜାଇନ କି ଆନନ୍ଦ ମହିନ୍ଦ୍ରା ଦେଲେ ଜବ ଅଫର, କହିଲେ ଏହି କଥା

କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସାରା ଦେଶରେ 3 ମେ ପର୍ଯ୍ୟନ୍ତ ଲକଡାଉନ ଜାରି ଅଛି । ଏହି ଭାଇରସରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ଅପିଲ କରାଯାଉଛି । ଲୋକମାନେ ବି ସୋସିଆଲ ଡିଷ୍ଟାନ୍ସିଙ୍ଗ ର ପାଳନ କରିବା ପାଇଁ ଅଲଗା ଅଲଗା ଉପାୟ ଆପଣାଉଥିବାର ଦେଖା ଯାଉଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ରିକ୍ସା ଚାଳକ ନିଜ ରିକ୍ସାକୁ ଏମିତି ଡିଜାଇନ କରିଛନ୍ତି କି କରୋନାରୁ ବଞ୍ଚିବା ପାଇଁ ସୋସିଆଲ ଡିଷ୍ଟାନ୍ସିଙ୍ଗ ର ସବୁ ନିୟମ ପାଳନ ହେଉଛି ।

ରିକ୍ସାର ଡିଜାଇନ ଦେଖି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଚାଳକକୁ ଜବ ର ଅଫର ଦେଇଛନ୍ତି । ଡିଜାଇନ କରାଯାଇଥିବା ରିକ୍ସାର ଭିଡିଓ ଆନନ୍ଦ ମହିନ୍ଦ୍ରା ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ରିକ୍ସାକୁ ଏମିତି ଡିଜାଇନ କରା ଯାଇଛି କି କୌଣସି ବି ଯାତ୍ରୀ କାହାକୁ ଟଚ କରି ପାରିବେ ନାହିଁ ।

ରିକ୍ସାରେ ଚାଳକ ବ୍ଯତୀତ ଆଉ ୪ ଜଣ ଯାତ୍ରୀ ଆରାମରେ ବସି ପାରିବେ । ପ୍ରତ୍ଯେକ ଯାତ୍ରୀ ବସିବା ପାଇଁ ଏକ ଅଲଗା ସେକ୍ସନ ତିଆରି ହୋଇଛି । ଯେଉଁଥିରେ କରୋନା ସଙ୍କଟରେ ସୋସିଆଲ ଡିଷ୍ଟାନ୍ସିଙ୍ଗର ସବୁ ନିୟମର ପୁରା ଧ୍ୟାନ ରଖା ଯାଇଛି । ଆପଣ ବି ଦେଖନ୍ତୁ ଏହି ଭିଡିଓ ।

ଆନନ୍ଦ ମହିନ୍ଦ୍ରା ଦେଲେ ଜବ ଅଫର

ଆନନ୍ଦ ମହିନ୍ଦ୍ରାଙ୍କୁ ଚାଳକଙ୍କ ଏହି ଆଇଡିଆ ବହୁତ ପସନ୍ଦ ଆସିଲା । ସେ ତାଙ୍କୁ ଜବ ର ଅଫର ଦେଲେ । ଆନନ୍ଦ ମହିନ୍ଦ୍ରା କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଅଟୋ ଓ ଫର୍ମ ସେକ୍ଟର) ରାଜେଶ ଜେଜୁରିକରଙ୍କୁ ଏହି ଡ୍ରାଇଭରକୁ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଟୀମ ରେ ଆଡଭାଇଜର ଭାବରେ ଆପୋଏଣ୍ଟମେଣ୍ଟ କରିବାର ଉପଦେଶ ଦେଇଛନ୍ତି । ସେ କହିଲେ, ‘ଆମ ଦେଶରେ ଲୋକମାନଙ୍କର ଖୁବ ଶୀଘ୍ର କିଛି ନୂଆ ଜିନିଷ ବାହାର କରିବା ଓ ନୂଆ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେବା କ୍ଷମତାକୁ ଦେଖି ମୁଁ ସବୁବେଳେ ଆଶ୍ଚର୍ଯ୍ୟ ହୋଇଯାଏ’।

ଏହି ଭିଡିଓ କେଉଁଠିକାର ଅଟେ ଏ ପର୍ଯ୍ୟନ୍ତ ତ ଜଣା ପଡି ନାହିଁ କିନ୍ତୁ ଭିଡିଓ ଦେଖିଲା ପରେ ରିକ୍ସା ଚାଳକ ପଶ୍ଚିମବଙ୍ଗର ବୋଲି ଲାଗୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।