କ୍ରିକେଟ ଫ୍ୟାନମାନଙ୍କ ପାଇଁ ଖୁସି ଖବର, ଅଗଷ୍ଟରେ ଭାରତୀୟ ଟୀମ ଖେଳିପାରେ ଏହି ଟି20 ସିରିଜ

ଭାରତୀୟ ଟୀମ ନିଜର ଶେଷ ବିଦେଶୀୟ ମ୍ଯାଚ ନ୍ୟୁଜିଲ୍ୟାଣ୍ଡରେ ଖେଳିଥିଲା, ଯାହାକି ମାର୍ଚ୍ଚ ର ଆରମ୍ଭରେ ଶେଷ ହୋଇଥିଲା । ଏହା ପରେ ଭାରତୀୟ ଟୀମକୁ ସାଉଥ ଆଫ୍ରିକା ବିରୁଦ୍ଧରେ ତିନିଟି ମ୍ଯାଚର ୱାନଡେ ସିରିଜ ଖେଳିବାର ଥିଲା । ସିରିଜ ର ପ୍ରଥମ ମ୍ୟାଚ ବର୍ଷା କାରଣରୁ ହୋଇ ପାରିଲା ନାହିଁ ଓ ବାକି ଦୁଇଟି ମ୍ଯାଚ କରୋନା ଭାଇରସ କାରଣରୁ ହୋଇ ପାରି ନଥିଲା । କିନ୍ତୁ ସାଉଥ ଆଫ୍ରିକା ଟୀମ ଓ କ୍ରିକେଟ ବୋର୍ଡ କହିଥିଲା କି ସେମାନେ ପରିସ୍ଥିତି ସାମାନ୍ଯ ହେବା ପରେ ଏହି ସିରିଜକୁ ପୁରା କରିବାକୁ ଆସିବେ, କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସୁଛି ତାହା ଆଶ୍ଚର୍ଯ୍ୟକର ଅଟେ ।

ପ୍ରକୃତରେ ଭାରତୀୟ ଟୀମ ଅଗଷ୍ଟରେ ନିଜେ ସାଉଥ ଆଫ୍ରିକା ଯାଇ ପାରନ୍ତି । ଯେଉଁଠି ଦୁଇ ଦେଶ ମଧ୍ୟରେ ତିନିଟି ମ୍ଯାଚର ୱାନଡେ ସିରିଜ ଖେଳା ଯାଇପାରେ । ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଭାରତ ସାଉଥ ଆଫ୍ରିକା ଗସ୍ତର ବହୁତ ସମ୍ଭାବନା ଅଛି, କିନ୍ତୁ କୋଭିଡ 19 ର ପରିସ୍ଥିତି ସାମାନ୍ୟ ହେବା ଆବଶ୍ୟକ । ୩ଟି ଟି 20 ଇଣ୍ଟରନ୍ୟାସନାଲ ମ୍ଯାଚ ର ସିରିଜ ଅଗଷ୍ଟରେ ହେଇପାରେ, କାରଣ ସେହି ସମୟ ପାଇଁ ଭାରତ ଓ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚର ୱାନଡେ ସିରିଜ ସିଡୁଲ ଅଛି ।

ରିପୋର୍ଟ ଅନୁସାରେ ଏହି ୩ ଟି ମ୍ୟାଚ ର ୱାନ ଡେ ସିରିଜ ହେବ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟୀମକୁ ପଠାଇବାକୁ ରାଜି ଅଛି ବୋଲି କୁହାଯାଉଛି । କିନ୍ତୁ ସିରିଜ ହେବା ପୂର୍ବରୁ ବହୁତ କିଛି ଘଟିପାରେ । ଏହା ମଧ୍ୟ ସ୍ପଷ୍ଟ ଅଟେ କି ବିସିସିଆଇ ଦେଖୁଥିବ କି କ୍ରିକେଟ ଦକ୍ଷିଣ ଆଫ୍ରିକା (CSA), ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC)ର BCCI ର ଦୃଷ୍ଟିରୁ କେଉଁ ପ୍ରକାରେ ରହୁଛି । ବିସିସିଆଇ ର ମୁଖ୍ୟ ଉଦ୍ଦେଶ୍ୟ ଅଟେ କି ସିଏସଏ କୁ ନିଜର ଆର୍ଥିକ ସ୍ଥିତିକୁ ପୁନର୍ଜୀବିତ କରିବାରେ ସାହାର୍ଯ୍ୟ କରିବା ।

ବିସିସିଆଇ ର ଜଣେ ଅଧିକାରୀ କହିଲେ କି ସିରିଜ କୁ ନେଇ ଚର୍ଚ୍ଚା ଜାରି ଅଛି କିନ୍ତୁ ଏ ପର୍ଯ୍ୟନ୍ତ ସିରିଜର ପୃଷ୍ଟି ହୋଇ ନାହିଁ ଓ ଏହି ପ୍ରକାରର ପ୍ରତିକ୍ରିୟା ସିଏସଏ ମିଡିଆ ସେଲ ବି ଦେଇଛି । ସିଏସଏ ର ଜଣେ ପ୍ରବକ୍ତା ମୀରର କହିଲେ କି, “ମୋତେ ବିଶ୍ଵାସ ଅଛି କି ଦୁଇଟି ବୋର୍ଡ ର ସଂଚାଳନ ଟୀମ ମଧ୍ୟରେ ବାର୍ତ୍ତାଳାପ ଚାଲିଛି । ଏହା ଉପରେ ଦୁଇ ପକ୍ଷରୁ କୌଣସି ସଙ୍କେତ ନାହିଁ ।” ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।