ମୋରାଧ୍ବଜ ରାଜା ହେହେ ଵଂଶର କୌଶଲ୍ୟା ରାଜ୍ୟର ରାଜା ଥିଲେ । ତାଙ୍କ ରାଜ୍ୟର ରାଜଧାନୀ ନାମ ଆରଙ୍ଗ ଥିଲା କାରଣ ସେ ଅଧା ଅଙ୍ଗଙ୍କୁ ଆରୀରେ କଟିଥିଲେ । କୁରୁକ୍ଷେତ୍ରରେ ଯୁଦ୍ଧ ସାରିବା ପରେ ପାଣ୍ଡବ ମାନେ ବିଜୟ ଲାଭ କଲେ । ପାଣ୍ଡବମାନେ ବିଶ୍ୱଶାନ୍ତି ପାଇଁ ଅଶ୍ୱମେଧ ଯଜ୍ଞ କଲେ । ଯଜ୍ଞ କରିବା ପରେ ସେ ଏକ ଅଶ୍ୱକୁ ବିଶ୍ୱଭ୍ରମଣ ପାଇଁ ଛଡ଼ା ଯାଇଥିଲା । ସେହି ଅଶ୍ୱକୁ ମୋରଧ୍ଵଜ ବାନ୍ଧିଲେ । ଏହି ଖବର ଯେତେବେଳେ ଅର୍ଜୁନ ଶୁଣିଲେ ଅତ୍ୟନ୍ତ କ୍ରୋଧିତ ହୋଇଗଲେ । ଏହାପରେ ସେ ତାଙ୍କର ସନ୍ୟ ସାମନ୍ତକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କଲେ ।
ଏହା ପରେ ଏହିକଥା ଶ୍ରୀକୃଷ୍ଣ ଶୁଣିବା ପରେ ସେ ଅର୍ଜୁନଙ୍କୁ ରୋକିବାକୁ ଯାଇ କହିଲେ ହେ ଅର୍ଜୁନ ତୁମ୍ବେ ଜାଣିଛ ମୋରଧ୍ଵଜ ମୋର ଜଣେ ବହୁତ ବଡ଼ ଭକ୍ତ ଅଟନ୍ତି । ଯୁଧିଷ୍ଠିରଙ୍କ ପରି ଧର୍ମବୀର, ଭୀମଙ୍କ ଭଳି ବଳଶାଳୀ, ତୁମପରି ଧନୁର୍ଦ୍ଧାରି, ନକୁଳଙ୍କପରି ସୁନ୍ଦର, ସହେଦେବଙ୍କ ଭଳି ସହନଶୀଳତା । ସେଥିପାଇଁ ତୁମେ ତାଙ୍କୁ ଯୁଦ୍ଧରେ ସହଜରେ ପରାସ୍ତ କରିପାରିବ ନାହିଁ ।
ଭଗବାନ କୃଷ୍ଣଙ୍କ ମୁହଁରୁ ଏପରି ବାଣୀଶୁଣି ପ୍ରଥମେ ଅର୍ଜୁନଙ୍କୁ ବିଶ୍ଵାସ ହେଲାନାହିଁ । ତାପରେ ସେ କହିଲେ କିନ୍ତୁ ମୁଁ ମୋରଧ୍ଵଜଙ୍କୁ ଦେଖା କରିବାକୁ ଚାହୁଁଛି । ଏହା ପରେ ଶ୍ରୀକୃଷ୍ଣ କହିଲେ ମୁଁ ଯେମିତି କହିବି ତୁମକୁ ସେମିତି କରିବାକୁ ପଡିବ ।
କୃଷ୍ଣଙ୍କ କଥାକୁ ସ୍ୱୀକୃତି ଦେଇ ଅର୍ଜୁନ କହିଲେ ଯେପରି ଆପଣଙ୍କ ଆଜ୍ଞା । ଶ୍ରୀକୃଷ୍ଣ ତାଙ୍କ ମାୟା ବଳରେ ଅର୍ଜୁନଙ୍କୁ ଏକ ସିଂହ କରିଦେଲେ । ଶ୍ରୀକୃଷ୍ନ ନିଜେ ଏକ ବ୍ରାହ୍ମଣର ରୂପ ନେଲେ । ତାପରେ ଦୁହେଁ କୌଶଲ୍ୟା ରାଜ୍ୟର ଦରବାରରେ ପହଁଚିଲେ । ସେଠାରେ ତାଙ୍କ ଦରବାରରେ ଏକ ବ୍ରାହ୍ମଣଙ୍କୁ ଦେଖି ତାଙ୍କୁ ସ୍ୱାଗତ ପାଇଁ ଆଗକୁ ଗଲେ ।
ଶ୍ରୀକୃଷ୍ନ ତାଙ୍କୁ ରୋକିକରି କହିଲେ ମୋର ଏହି ସିଂହଟି କେତେଦିନରୁ ଭୋକିଲା ଅଛି । ୟାକୁ ଖାଇବା ପାଇଁ ମାଂସ ଦରକାର । ରାଜା ଏହା ଶୁଣି କହିଲେ ମୁ ଏହାର ବ୍ୟବସ୍ତା କରୁଛି । ବ୍ରାହ୍ମଣ କହିଲେ ୟାକୁ ଖାଇବା ପାଇଁ ମଣିଷ ମାଂସ ଦରକାର ଏହା ଶୁଣିବା ପରେ ରାଜା ନିଜ ଶରୀର କୁ ଦବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ହେଲେ ବ୍ରାହ୍ମଣ କହିଲେ ୟାକୁ ତ ଆପଣଙ୍କ ପୁଅର ମାଂସ ଦରକାର । ଏହା ଶୁଣି ରାଜା ଚକିତ ହୋଇଗଲେ ।
ଏହି ସମୟରେ ତାଙ୍କ ପୁଅ ତାମ୍ରଧ୍ବଜ ଆସିଲେ । ସେ ସବୁ କଥା ଶୁଣିଥିଲେ । ସେ ଆସୁ ଆସୁ କହିଲେ ମୁଁ ମୋ ଶରୀର ଦେବା ପାଇଁ ପ୍ରସ୍ତୁତ । ବ୍ରାହ୍ମଣ ଆଉ ଗୋଟେ ସର୍ତ୍ତ ରଖିବାକୁ ଯାଇ କହିଲେ ରାଜା ଏବଂ ରାଣୀ ମିଶିକି ତାଙ୍କ ପୁଅର ଅଙ୍ଗ କାଟିବେ । ଏହା ଶୁଣି ରାଜା କହିଲେ ଅପଣଙ୍କ କଥା ଶିରଧାର୍ଯ୍ୟ । ଏହାପରେ ରାଜା ଓ ରାଣୀ ଆରୀ ରେ କାଟିବାକୁ ଆରମ୍ଭ କଲେ । ଏହିସମୟରେ ରାଜକୁମାରଙ୍କ ବାମ ଆଖିରୁ ଅଶ୍ରୁ ବହିପଡ଼ିଲା ।
ବ୍ରାହ୍ମଣ କହିଲେ ମୋ ସିଂହ କାନ୍ଦୁଥିବା ରାଜକୁମାରଙ୍କ ମାଂସ ଖାଇବନାହିଁ । ଏହାସୁଣି ରାଜକୁମାର କହିଲେ ମୁଁ କାନ୍ଦୁନି ଏ ତ ମୋବାମ ଅଙ୍ଗ ଅବରା ଅଟେ କି ସେ ଆପଣଙ୍କ କାମରେ ଆସି ପାରୁନାହିଁ । ଏହା ଶୁଣି କୃଷ୍ଣ ଏବଂ ଅର୍ଜୁନ ନିଜ ରୂପରେ ଆସିଗଲେ । ରାଜା ଅର୍ଜୁନ ଙ୍କ ଅଶ୍ଵ ଫେରାଇଦେଲା ଏବଂ ସେ ହସ୍ତିନାପୁରକୁ ଫେରି ଆସିଥିଲେ । ଏହାପରେ ଅର୍ଜୁନ ଜାଣି ପାରିଥିଲେ କି ମୋରଧ୍ଵଜ ଅତିଥିଙ୍କ ପାଇଁ କିଛି ବି କରିପାରନ୍ତି । ତାପରେ ସେ ଶ୍ରୀକୃଷ୍ଣଙ୍କୁ କହିଥିଲେ ମୋରଧ୍ଵଜ ଆପଣଙ୍କର ବହୁତ ବଡ଼ ଭକ୍ତ ।