୨୧ ଫେବୃୟାରୀ ରେ ମହାଶିବରାତ୍ରି, ଏହି ଦିନ କରନ୍ତୁ ରାଶି ଅନୁସାରେ ମନ୍ତ୍ର ଜପ, ପୁରା ହେବ ସବୁ ମନୋକାମନା

ମହାଶିବରାତ୍ରିର ପର୍ବ ଏହି ବର୍ଷ ୨୧ ଫେବୃୟାରୀରେ ପାଳନ କରାଯିବ । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା କରାଯାଇଥାଏ ଓ ତାଙ୍କୁ କ୍ଷୀର ବି ଅର୍ପଣ କରାଯାଏ । ବ୍ରହ୍ମବୈବର୍ତ ପୁରାଣ ଅନୁସାରେ ମହାଶିବରାତ୍ରି ଦିନ ଯଦି ଭଗବାନ ଶିବଙ୍କ ସହିତ ଭଗବାନ ବିଷ୍ଣୁଙ୍କ ବି ପୂଜା କରାଯାଏ ତେବେ ଏହି ଦୁଇ ଭଗବାନଙ୍କ କୃପା ଅବଶ୍ୟ ମିଳିଥାଏ । ସେଥିପାଇଁ ଏହି ବର୍ଷ ମହାଶିବରାତ୍ରି ଦିନ ଶିବ ଓ ବିଷ୍ଣୁ ଉଭୟ ଭଗବାନଙ୍କ ପୂଜା ନିଶ୍ଚିତ କରନ୍ତୁ ।

ଏହିଭଳି ଭାବରେ କରନ୍ତୁ ପୂଜା

·    ମହାଶିବରାତ୍ରି ଦିନ ସକାଳେ ସ୍ନାନ କରି ମନ୍ଦିର ଯାଆନ୍ତୁ ଓ ସେଠି ଶିବଲିଙ୍ଗର ପୂଜା କରନ୍ତୁ । ପୂଜା କରିବା ହେତୁ ସର୍ବ ପ୍ରଥମେ ଶିବଲିଙ୍ଗରେ ପାଣି ଅର୍ପଣ କରନ୍ତୁ ।

·    ଏହା ପରେ ଶିବଲିଙ୍ଗ ଉପରେ କ୍ଷୀର, ଦହି ଓ ଚିନି ଦିଅନ୍ତୁ ଓ ଏହା ଦ୍ଵାରା ଶିବଲିଙ୍ଗକୁ ସ୍ନାନ କରନ୍ତୁ ।

·    ଏହା ପରେ ପୁଣି ଥରେ କ୍ଷୀର ଅର୍ପଣ କରନ୍ତୁ ।

·    ଏହା ପରେ ପୁଣି ଥରେ ଶିବଲିଙ୍ଗ ଉପରେ ପାଣି ଢାଳି ଶିବଲିଙ୍ଗକୁ ପୂରାପୂରି ସଫା କରି ଦିଅନ୍ତୁ । ବର୍ତ୍ତମାନ ଶିବଲିଙ୍ଗ ଉପରେ ଚନ୍ଦନର ଟିକା ଲଗାନ୍ତୁ ଓ ତାହା ଉପରେ ବେଲପତ୍ର, ଫୁଲ, ଫଳ ଇତ୍ୟାଦି ଜିନିଷ ଅର୍ପଣ କରନ୍ତୁ ।

·    ଗୋଟିଏ ଘିଅର ଦୀପ ଜଳାଇ ଦିଅନ୍ତୁ ଓ ଶିବଙ୍କ ଆରତୀ ଗାଆନ୍ତୁ ।

ଜୟ ଶିବ ଓଂକାରା ଓଁ ଜୟ ଶିବ ଓଂକାରା ।

ବ୍ରହ୍ମା ବିଷ୍ଣୁ ସଦା ଶିବ ଅର୍ଦ୍ଧାଂଗୀ ଧାରା ॥ ଓଁ ଜୟ ଶିବ… ॥

ଏକାନନ ଚତୁରାନନ ପଂଚାନନ ରାଜେ ।

ହଂସାନନ ଗରୁଡ଼ାସନ ବୃଷବାହନ ସାଜେ ॥ ଓଁ ଜୟ ଶିବ… ॥

ଦୋ ଭୁଜ ଚାର ଚତୁର୍ଭୁଜ ଦସ ଭୁଜ ଅତି ସୋହେ ।

ତ୍ରିଗୁଣ ରୂପନିରଖତା ତ୍ରିଭୁବନ ଜନ ମୋହେ ॥ ଓଁ ଜୟ ଶିବ… ॥

ଅକ୍ଷମାଲା ବନମାଲା ରୁଣ୍ଡମାଲା ଧାରୀ ।

ଚନ୍ଦନ ମୃଗମଦ ସୋହୈ ଭାଲେ ଶଶିଧାରୀ ॥ ଓଁ ଜୟ ଶିବ…॥

ଶ୍ୱେତାମ୍ବର ପୀତାମ୍ବର ବାଘମ୍ବର ଅଂଗେ ।

ସନକାଦିକ ଗରୁଣାଦିକ ଭୂତାଦିକ ସଂଗେ ॥ ଓଁ ଜୟ ଶିବ… ॥

କର କେ ମଧ୍ୟ କମଂଡଲୁ ଚକ୍ର ତ୍ରିଶୂଲ ଧର୍ତା ।

ଜଗକର୍ତା ଜଗଭର୍ତା ଜଗସଂହାରକର୍ତା ॥ ଓଁ ଜୟ ଶିବ… ॥

ବ୍ରହ୍ମା ବିଷ୍ଣୁ ସଦାଶିବ ଜାନତ ଅବିବେକା ।

ପ୍ରଣବାକ୍ଷର ମଧ୍ୟେ ୟେ ତୀନୋଂ ଏକା ॥ ଓଁ ଜୟ ଶିବ… ॥

କାଶୀ ମେଂ ବିଶ୍ୱନାଥ ବିରାଜତ ନନ୍ଦୀ ବ୍ରହ୍ମଚାରୀ ।

ନିତ ଉଠି ଭୋଗ ଲଗାବତ ମହିମା ଅତି ଭାରୀ ॥ ଓଁ ଜୟ ଶିବ… ॥

ତ୍ରିଗୁଣ ଶିବଜୀକୀ ଆରତୀ ଜୋ କୋଈ ନର ଗାୱେ ।

କହତ ଶିବାନନ୍ଦ ସ୍ୱାମୀ ମନବାଞ୍ଛିତ ଫଲ ପାୱେ ॥ ଓଁ ଜୟ ଶିବ… ॥

ଭଗବାନ ବିଷ୍ଣୁଙ୍କ ପୂଜା

ମହାଶିବରାତ୍ରୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ଵାରା ବି ଶୁଭ ଫଳ ମିଳିଥାଏ । ବିଷ୍ଣୁଙ୍କ ପୂଜା କରିବା ପାଇଁ ସର୍ବ ପ୍ରଥମେ ପୂଜା ଘରେ ଏକ ଚୌକି ରଖନ୍ତୁ । ଏହି ଚୌକି ଉପରେ ହଳଦିଆ ରଙ୍ଗର ବସ୍ତ୍ର ରଖି ଦିଅନ୍ତୁ ଓ ଏହା ଉପରେ ବିଷ୍ଣୁଙ୍କ ଫଟୋ ସ୍ଥାପନ କରନ୍ତୁ । ଏହା ପରେ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଓ ତାଙ୍କୁ ଭୋଗ ଲଗାନ୍ତୁ । ଚୌକି ଉପରେ ଗୋଟିଏ ଦୀପ ଜଳାନ୍ତୁ ଓ ପୂଜା ଆରମ୍ଭ କରନ୍ତୁ ।

ପୂଜା କରିବା ସମୟରେ ସର୍ବ ପ୍ରଥମେ ପୂଜାର ସଂକଳ୍ପ ନିଅନ୍ତୁ । ପୂଜା କରିବା ସମୟରେ ବିଷ୍ଣୁଙ୍କ ସହ ଜଡିତ ପାଠ ପଢନ୍ତୁ ଓ ଶେଷରେ ବିଷ୍ଣୁଙ୍କ ଆରତୀ କରନ୍ତୁ । ସନ୍ଧ୍ୟା ସମୟରେ ପୁଣି ଥରେ ବିଷ୍ଣୁଙ୍କର ଏହିଭଳି ଭାବରେ ପୂଜା କରନ୍ତୁ ଓ ତୁଳସୀଙ୍କ ପାଖରେ ଦୀପ ଲଗାନ୍ତୁ ।

ନିଶ୍ଚିତ କରନ୍ତୁ ଏହି ମନ୍ତ୍ର ଗୁଡିକର ଜପ

ମହାଶିବରାତ୍ରି ଦିନ ଯଦି ଭକ୍ତିର ସହିତ ପୂଜା କରାଯାଏ ଓ ବ୍ରତ ରଖାଯାଏ ତେବେ ସବୁ କାମନା ପୁରା ହୋଇଥାଏ । ସେଥିପାଇଁ ଆପଣ ମହାଶିବରାତ୍ରି ଦିନ ନିଶ୍ଚିତ ବ୍ରତ ରଖନ୍ତୁ । ବ୍ରତ ରଖିବା ସହିତ ତଳେ ଦିଆ ଯାଇଥିବା ମନ୍ତ୍ର ଅବଶ୍ୟ ଜପ କରନ୍ତୁ । ନିଜ ରାଶି ଅନୁସାରେ ଏହି ମନ୍ତ୍ରର ଜପ କରିବା ଦାରା ଶିବ ନିଶ୍ଚିତ ପ୍ରସନ୍ନ ହେବେ ।

ମେଷ ରାଶି :

ଓଁ ବିଶ୍ୱରୂପାୟ ନମଃ ମନ୍ତ୍ରର ଜପ କରନ୍ତୁ ।

ବୃଷ ରାଶି :

ଓଁ ଉପେନ୍ଦ୍ର ନମଃ ମନ୍ତ୍ରର ଜପ କରନ୍ତୁ ।

ମିଥୁନ ରାଶି :

ଓଁ ଅନଂତାୟ ନମଃ ମନ୍ତ୍ରର ଜପ କରନ୍ତୁ ।

କର୍କଟ ରାଶି :

ଓଁ ଦୟାନିଧି ନମଃ ମନ୍ତ୍ରର ଜପ କରନ୍ତୁ ।

ସିଂହ ରାଶି :

ଓଁ ଜ୍ୟୋତିରାଦିତ୍ୟାୟ ନମଃ ମନ୍ତ୍ରର ଜପ କରନ୍ତୁ ।

କନ୍ୟା ରାଶି :

ଓଁ ଅନିରୁଦ୍ଧାୟ ନମଃ ମନ୍ତ୍ରର ଜପ କରନ୍ତୁ ।

ତୁଳା ରାଶି :

ଓଁ ହିରଣ୍ୟଗର୍ଭାୟ ନମଃ ମନ୍ତ୍ରର ଜପ କରନ୍ତୁ ।

ବିଚ୍ଛା ରାଶି :

ଓଁ ଅଚ୍ଯୁତାୟ ନମଃ ମନ୍ତ୍ରର ଜପ କରନ୍ତୁ ।

ଧନୁ ରାଶି :

ଓଁ ଜଗତଗୁରୱେ ନମଃ ମନ୍ତ୍ରର ଜପ କରନ୍ତୁ ।

ମକର ରାଶି :

ଓଁ ଅଜଯାୟ ନମଃ ମନ୍ତ୍ରର ଜପ କରନ୍ତୁ ।

କୁମ୍ଭ ରାଶି :

ଓଁ ଅନାଦିୟ ନମଃ ମନ୍ତ୍ରର ଜପ କରନ୍ତୁ ।

ମୀନ ରାଶି :

ଓଁ ଜଗନ୍ନାଥାୟ ନମଃ ମନ୍ତ୍ରର ଜପ କରନ୍ତୁ ।