ରାହୁ କାଳ ସମୟରେ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ଜାଣନ୍ତୁ ଏହି ସମୟରେ କେଉଁ ସବୁ କାମକୁ କରିବା ବର୍ଜିତ

ରାହୁ କାଳକୁ ଅଶୁଭ ବୋଲି କୁହାଯାଏ ଓ ଏମିତି ମାନ୍ୟତା ଅଛି କି ରାହୁ କାଳ ସମୟରେ କୌଣସି ବି ପ୍ରକାରର ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ । ରାହୁ କାଳ ସବୁଦିନ ଲାଗିଥାଏ ଓ ପ୍ରତ୍ୟେକ ଦିନରେ ରାହୁ କାଳ ଅଲଗା ଅଲଗା ସମୟରେ ଆରମ୍ଭ ହୋଇଥାଏ । ରାହୁ କାଳ ଲାଗିବାର କୌଣସି ନିର୍ଦିଷ୍ଟ ସମୟ ନ ଥାଏ ଓ ଏହା ସବୁଦିନ ସକାଳ ସମୟରେ, ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଲାଗିଥାଏ ।

ରାହୁକାଳ ସୂର୍ଯ୍ୟାସ୍ତ ପୂର୍ବରୁ ପଡିଥାଏ ଓ ରାହୁକାଳ ୧.୫ ଘଣ୍ଟା ଲାଗିଥାଏ । ଶାସ୍ତ୍ର ଅନୁସାରେ ରାହୁ କାଳ ସମୟରେ କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ । କେଉଁ ଦିନ କେଉଁ ସମୟରେ ରାହୁ କାଳ ଆରମ୍ଭ ହୋଇଥାଏ ଏହାର ସୂଚନା କିଛି ଏହି ପ୍ରକାରର ଅଟେ ।

ରାହୁ କାଳ ଲାଗିବାର ସମୟ

·    ରବିବାର ଦିନ ରାହୁ କାଳ ସନ୍ଧ୍ୟା ୪.୩୦ ରୁ ଆରାମ୍ଭ ହୋଇଥାଏ ଓ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ରହିଥାଏ ।

·    ସୋମବାର – ସକାଳ ୭.୩୦ ରୁ ୯ ପର୍ଯ୍ୟନ୍ତ

·    ମଙ୍ଗଳବାର – ଦ୍ଵିପହର ୩.୦୦ ରୁ ୪.୩୦ ପର୍ଯ୍ୟନ୍ତ

·    ବୁଧବାର – ଦ୍ଵିପହର ୧୨.୦୦ ରୁ ୧.୩୦ ପର୍ଯ୍ୟନ୍ତ

·    ଗୁରୁବାର – ଦ୍ଵିପହର ୧.୩୦ ରୁ ୩.୦୦ ପର୍ଯ୍ୟନ୍ତ

·    ଶୁକ୍ରବାର – ସକାଳ ୧୦.୩୦ ରୁ ୧୨ ପର୍ଯ୍ୟନ୍ତ

·    ଶନିବାର – ସକାଳ ୯.୦୦ ରୁ ୧୦.୩୦ ପର୍ଯ୍ୟନ୍ତ

ରାହୁ କାଳ ସମୟରେ କରନ୍ତୁ ନାହିଁ ଏହି କାମ

·    ରାହୁ କାଳ ଆରମ୍ଭ ହେବା ପରେ ଆପଣ ପୂଜା କରନ୍ତୁ ନାହିଁ ଓ ନା ହିଁ କୌଣସି ପ୍ରକାରର ଯଜ୍ଞ କରନ୍ତୁ ।

·    ରାହୁ କାଳ ଲାଗିବା ସମୟରୁ ନେଇ ରାହୁ କାଳ ଥିବା ପର୍ଯ୍ୟନ୍ତ ଆପଣ କୌଣସି ନୂଆ ଡ୍ରେସ କିମ୍ବା ଅନ୍ୟ କୌଣସି ଜିନିଷ କ୍ରୟ କରନ୍ତୁ ନାହିଁ ।

·    ଯଦି ହୋଇପାରେ ଏହି ସମୟରେ କୌଣସି ବି ଯାତ୍ରା କରନ୍ତୁ ନାହିଁ ।

·    ରାହୁ କାଳରେ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ଭଳି କୌଣସି ବି ମଙ୍ଗଳ କାର୍ଯ୍ୟ କରନ୍ତୁ ନାହିଁ ।

·    ରାହୁ କାଳ ସମୟରେ ଘର ତିଆରି କରିବାର କାର୍ଯ୍ୟ ବି ଆରମ୍ଭ କରନ୍ତୁ ନାହିଁ ଓ ନା ହିଁ କୌଣସି ବାହନ କିମ୍ବା ଆଭୁଷଣ କ୍ରୟ କରନ୍ତୁ ।

ରଖନ୍ତୁ ଏହି କଥାର ଧ୍ୟାନ

·    ଯଦି ଆପଣ ରାହୁ କାଳ ସମୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ଆପଣ ଦହି କିମ୍ବା ମହୁର ସେବନ କରନ୍ତୁ । ତେବେ ଏହା ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଯିବ ।

·    ରାହୁ କାଳ ସମୟରେ କରାଯାଇଥିବା କାର୍ଯ୍ୟ ବିପରୀତ ଫଳ ପ୍ରଦାନ କରିଥାଏ । କିନ୍ତୁ ଯଦି ଆପଣଙ୍କୁ ଏହି ସମୟରେ କାମ ଆରମ୍ଭ କରିବାକୁ ପଡିଥାଏ ତେବେ ଭଗବାନ ଗଣେଶଙ୍କ ନାମ ନେଇ ସେହି କାର୍ଯ୍ୟକୁ ଆରମ୍ଭ କରନ୍ତୁ ।

·    ରାହୁ କାଳ ସମୟରେ ହନୁମାନ ଚାଳିସା ପଢିବା ଉଚିତ । ଏହା ଦ୍ଵାରା ଏହି ସମୟର ଖରାପ ପ୍ରଭାବ ଜୀବନ ଉପରେ ପଡି ନ ଥାଏ ।

·    ଏହା ଛଡା ଯଦି ଆପଣ ରାହୁ କାଳ ସମୟରେ ଯାତ୍ରା ଆରମ୍ଭ କରୁଛନ୍ତି ତେବେ ଆପଣ ପ୍ରଥମେ ଦଶ ପାଦ ପଛକୁ ଯାଆନ୍ତୁ ଓ ପୁଣି ଘରୁ ବାହାରକୁ ବାହାରନ୍ତୁ ।