ଜାଣନ୍ତୁ କେବେ ଅଟେ ମହାଶିବରାତ୍ରି, ପୂଜାର ଶୁଭ ମୂହୁର୍ତ୍ତ ଓ କେବେ କରିବେ ବ୍ରତ -Maha Shivratri 2020

ଫାଲ୍ଗୁନ ମାସର ଚତୁର୍ଦ୍ଦଶିରେ ହେଉଥିବା ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହାକୁ ପୁରା ଦେଶ ସାରା ଉଲ୍ଲାସ ଓ ଭକ୍ତିର ସହ ପାଳନ କରାଯାଇଥାଏ । ଏହିବର୍ଷ ଏହି ପର୍ବ ୨୧ ଫେବୃୟାରିରେ ପାଳନ କରାଯିବ । କୁହାଯାଏ କି ସୃଷ୍ଟିର ଆରମ୍ଭରେ ଏହି ଦିନର ଅଧ ରାତିରେ ଭଗବାନ ଶିବଙ୍କର ନିରାକାରରୁ ସାକାର ରୂପରେ ଅବତରଣ ହୋଇଥିଲା । ଏହି ଦିନକୁ ଶିବଙ୍କର ପବିତ୍ର ଦିନ କୁହାଯାଏ । ଏହି ଦିନରେ ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରି ପ୍ରସନ୍ନ କରାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

Maha Shivratri 2020

ଏହି ଦିନରେ ଭଗବାନ ଶିବଙ୍କ ବିବାହ ମଧ୍ୟ ହୋଇଥିଲା । ସେଥିପାଇଁ ରାତିରେ ଭଗବାନ ଶିବଙ୍କର ବରଯାତ୍ରୀ ମଧ୍ୟ ବାହାରି ଥାଏ । କୁହାଯାଏ କି ପ୍ରଳୟ ସମୟରେ ଏହି ଦିନରେ ଭଗବାନ ଶିବ ତାଣ୍ଡବ କରି ବ୍ରହ୍ମାଣ୍ଡକୁ ଭସ୍ମ କରିଦିଅନ୍ତି । ସେଥିପାଇଁ ଏହି ମହାଶିବରାତ୍ରିକୁ ଜଳରାତ୍ରି ମଧ୍ୟ କୁହାଯାଇଥାଏ । କୁହାଯାଏ କି ଏହି ଦିନରେ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ସେଥିପାଇଁ ଲୋକମାନେ ଏହି ଦିନରେ ବ୍ରତ ରଖିଥାନ୍ତି । ଭଗବାନ ଶିବ ଏମିତି ଏକ ଦେବତା ଅଟନ୍ତି, ଯିଏ ଭକ୍ତଙ୍କ ଉପରେ ଅତିଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ସେଥିପାଇଁ ଭକ୍ତମାନେ ଏହି ଦିନରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଚାହିଁଥାନ୍ତି ।

୨୧ ଫେବୃୟାରୀରେ ରହିବ ଏହି ମୂହୁର୍ତ୍ତ

ନିଶୀଥ କାଳ ପୂଜା- ୨୪:୦୮ ରୁ ୨୫:୦୦

ପାରଣର ସମୟ- ୦୬:୫୭ ରୁ ୧୫:୨୩ (୨୨ ଫେବୃୟାରୀ)

ଚତୁର୍ଦ୍ଦଶି ତିଥି ଆରମ୍ଭ- ୧୭:୨୦ (୨୧ ଫେବୃୟାରୀ)

ଚତୁର୍ଦସୀ ତିଥି ସମାପ୍ତ- ୧୯:୦୨ (୨୨ ଫେବୃୟାରୀ)