ଏଲପିଜି ଗ୍ୟାସ ସିଲିଣ୍ଡରକୁ ଏବେ ହ୍ଵାଟ୍ସଆପ୍ ନମ୍ବରରେ ବି କରିପାରିବେ ବୁକିଙ୍ଗ, ଏହିସବୁ ସହରରେ ହେଲା ଆରମ୍ଭ

indian oil ନିଜର ଉପଭୋକ୍ତାଙ୍କ ପାଇଁ ଦୁଇଟି ଭଲ ସୁବିଧାର ଆରମ୍ଭ କରିଛି । ପ୍ରଥମଟି ହେଉଛି ଉପଭୋକ୍ତାମାନେ ହ୍ଵାଟ୍ସଆପ୍ ଦ୍ଵାରା ମେସେଜ କରି ସିଲିଣ୍ଡରକୁ ବୁକିଙ୍ଗ କରିପାରିବେ । ଏହା ସହିତ ଉପଭୋକ୍ତାମାନେ ନୂଆ ଗ୍ୟାସର କନେକ୍ସନ ୧୫ ମିନିଟ ମଧ୍ୟରେ ପାଇପାରିବେ । ଏଥିପାଇଁ ବର୍ତ୍ତମାନ ଗ୍ରାହକ ମାନଙ୍କୁ ୩ ରୁ ୪ ଦିନର ଅପେକ୍ଷା କରିବାକୁ ହେବ । ଏହା ସମ୍ଭବ ହେବ ଇଣ୍ଡିଆନ ଅଏଲ ଦ୍ଵାରା ହୋଇଥିବା ନୂଆ SDMS ସିଷ୍ଟମ ଜରିଆରେ, ଯାହାକି ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଗ୍ରାହକମାନଙ୍କ ପାଇଁ କାର୍ଯ୍ୟକାରୀ ହେବ ।

ଏହି ସିଷ୍ଟମ ଦ୍ଵାରା ଇଣ୍ଡିଆନ ଅଏଲ ତରଫରୁ ହ୍ଵାଟ୍ସଆପ୍ ନମ୍ବର ଜାରି କରାଯିବ । ଯାହାଦ୍ୱାରା କୌଣସି ବି ସ୍ଥାନରେ ହ୍ଵାଟ୍ସଆପ୍ ରେ ଏକ ମେସେଜ ପଠାଇ ସିଲିଣ୍ଡର ବୁକିଙ୍ଗ କରାଯାଇ ପାରିବ । ହ୍ଵାଟ୍ସଆପ୍ ନମ୍ବର ରେ ଗ୍ୟାସ ବୁକିଙ୍ଗ ହରିୟାଣାର ହିସାର, ବିହାରର ବାଙ୍କା ଓ ଭାଗଲପୁରରେ ଆରମ୍ଭ ହୋଇସାରିଛି ।

ଦେଶର କୌଣସି ସ୍ଥାନରେ ଏହି ଉପାୟରେ ହେବ ସିଲିଣ୍ଡର ବୁକ୍

ସାଧାରଣତଃ ଗ୍ୟାସର ବୁକିଙ୍ଗ ମୋବାଇଲ ମେସେଜ ଓ ଏଜେନ୍ସି ଦ୍ଵାରା ହୋଇଥାଏ । ହେଲେ ବର୍ତ୍ତମାନ ଇଣ୍ଡିଆନ କମ୍ପାନୀ ବିହାରରେ IVRS ନମ୍ବର ଜାରି କରିଛି । ଏହି ନମ୍ବରଟି ହେଉଛି ୯୭୦୮୦୨୪୩୬୫ । ବିହାର ରେ ସ୍ଥିତ ଏକ ଗ୍ୟାସ ଏଜେନ୍ସିର ସଞ୍ଚାଳକ କହିଲେ କି, ଏହି ସୁବିଧା ଦ୍ଵାରା ଯଦି କୌଣସି ମଣିଷ ନିଜ ପରିବାର ଠାରୁ ଦୂରରେ ରହିଥିବ, ତେବେ ସେ ମେସେଜ ଦ୍ଵାରା ନିଜ ପରିବାର ପାଇଁ ଗ୍ୟାସ ବୁକିଙ୍ଗ କରିପାରିବ ।

mobile app ଦ୍ଵାରା ବୁକିଙ୍ଗ ଓ ପେମେଣ୍ଟ ମଧ୍ୟ କରିପାରିବେ

ଭାଗଲପୁରର କ୍ଷେତ୍ରୀୟ ପ୍ରବନ୍ଧକ ଆଲୋକ ରାଜଙ୍କର କହିବା ଅଟେ କି indian oilର ଏକ one ନାମକ ମୋବାଇଲ ଆପ୍ ଅଛି । ଏହାକୁ ଡାଉନଲୋଡ କରି ଉପଭୋକ୍ତା ନିଜର ନାମ, ମୋବାଇଲ ନମ୍ବର ଓ ଖାତା ନମ୍ବରକୁ ପଞ୍ଜୀକରଣ କରିପାରିବେ । ଏହାପରେ LPG ର ID ନମ୍ବରକୁ ଏଥିରେ ଲିଙ୍କ କରିବାକୁ ହେବ । ଲିଙ୍କ ହେବାପରେ ଉପଭୋକ୍ତାମାନେ ଏହି ଆପ ଜରିଆରେ ବୁକିଙ୍ଗ କରି ପାରିବେ । ଏଥିରେ ଆପଣଙ୍କୁ ଟ୍ରାଞ୍ଜାକ୍ସନର ପୁରା ଡିଟେଲ୍ସ ମିଳିଯିବ ।

ହ୍ଵାଟ୍ସଆପ୍ ରେ ଏହିପରି କରିବେ ସିଲିଣ୍ଡର ବୁକିଙ୍ଗ

ସର୍ବପ୍ରଥମେ ଆପଣଙ୍କୁ ୭୫୮୮୮୮୮୮୩୪ରେ ମେସେଜ କରିବାକୁ ହେବ । ମେସେଜ ବକ୍ସରେ ଯାଇ ଆପଣ ରିଫିଲ ଟାଇପ କରି ହଜ୍ ଚିପିବାକୁ ହେବ । ଏହାପରେ ଆପଣ ନିଯର 16 ଡିଜିଟ ର କଞ୍ଜ୍ୟୁମର ID ପଞ୍ଜୀକରଣ କରନ୍ତୁ । ଏହି ID ଗ୍ୟାସ ସିଲିଣ୍ଡର ବୁକିଙ୍ଗ କପିରେ ଦର୍ଶାଯାଇଛି । ଏହିପରି ହ୍ଵାଟ୍ସଆପ୍ ଜରିଆରେ ଗ୍ୟାସ ବୁକିଙ୍ଗ କରିପାରିବେ ।

ଦେଖିପାରିବେ ବୁକିଙ୍ଗର ପୁରା ପ୍ରୋସେସ

ବୁକିଙ୍ଗ କରିବା ପରେ ଗ୍ୟାସ ସିଲିଣ୍ଡର କେବେ ଡିପୋରୁ ବାହାରିଲା ଓ କେବେ ଆପଣଙ୍କ ଘରେ ପହଞ୍ଚିବ, ଏହି ସବୁ ଡିଟେଲ୍ସ software ଦ୍ଵାରା ଆପଣ ଦେଖିପାରିବେ ।

ଓଭରଚାର୍ଜିଙ୍ଗ ପାଇଁ କମ୍ପ୍ଲେନ କରିପାରିବେ

ଯଦି ଆପଣଙ୍କ ଠାରୁ ସିଲିଣ୍ଡର ପାଇଁ ଅଧିକ ଟଙ୍କା ନିଆଯାଇଥିବ, ତେବେ ଏଥିପାଇଁ ଆପଣ indian oil ର ଟ୍ଵିଟର ହ୍ୟାଣ୍ଡେଲରେ କମ୍ପ୍ଲେନ କରିପାରିବେ ।