ଏହିଭଳି କରନ୍ତୁ ଲେମ୍ବୁର ବ୍ୟବହାର, ମୂଳରୁ ସଫା ହୋଇଯିବ ଡ୍ୟାଣ୍ଡ୍ରଫ, ସୁନ୍ଦର ଓ ମଝବୁତ ହେବ ବାଳ

ଡ୍ୟାଣ୍ଡ୍ରଫ ଚୁଟିର ଏକ ସାଧାରଣ ସମସ୍ୟା ଅଟେ । ଶୀତ ଦିନ ଆରମ୍ଭ ହେବା ମାତ୍ରେ ହିଁ ଡ୍ୟାଣ୍ଡ୍ରଫର ସମସ୍ୟା ଆରମ୍ଭ ହୋଇଯାଏ । ଡ୍ୟାଣ୍ଡ୍ରଫ ହେବା ଦ୍ଵାରା ଚୁଟିରୁ ଧଳା ରଙ୍ଗର ଏକ ପ୍ରକାରର ଜିନିଷ ଝଡିବାକୁ ଲାଗିଥାଏ । ଲୋକମାନେ ଡ୍ୟାଣ୍ଡ୍ରଫର ସମସ୍ୟାରୁ ମୁକ୍ତି ପାଇବା ପାଇଁ କେମିକାଲ ଯୁକ୍ତ ସାମ୍ପୋ ର ବ୍ୟବହାର କରନ୍ତି । କିନ୍ତୁ ଏହା ଦ୍ଵାରା ତାଙ୍କୁ କିଛି ଲାଭ ମିଳି ନ ଥାଏ । କହିବାକୁ ଗଲେ ଡ୍ୟାଣ୍ଡ୍ରଫରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ସାମ୍ପୋ ସମସ୍ତଙ୍କୁ ସୁଟ କରି ନ ଥାଏ ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଡ୍ୟାଣ୍ଡ୍ରଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରେଲୁ ଉପାୟ କହିବାକୁ ଯାଉଛୁ । ଯାହା ଦ୍ଵାରା ବିନା ସାଇଡ ଇଫେକ୍ଟରେ ଆପଣ ସହଜରେ ଡ୍ୟାଣ୍ଡ୍ରଫକୁ ଦୂର କରି ପାରିବେ । ଆମେ ଆପଣଙ୍କୁ ଲେମ୍ବୁର କିଛି ଉପାୟ କହିବାକୁ ଯାଉଛୁ । ଯାହାକୁ ଆପଣାଇ ଆପଣ ଡ୍ୟାଣ୍ଡ୍ରଫର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଚା’ ପତି ଓ ଲେମ୍ବୁ

ଲେମ୍ବୁ ସହିତ ଚା’ ପତିର ପ୍ରୟୋଗ କରିବା ଦ୍ଵାରା ଆପଣ ଡ୍ୟାଣ୍ଡ୍ରଫ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ୧ ଲିଟର ପାଣି ନେବାର ଅଛି ଓ ଏଥିରେ ୨ ଚାମଚ ଚା ପତି ଓ ୧ କିମ୍ବା ୨ ଟି ଲେମ୍ବୁର ଛୋଟ ଖଣ୍ଡ କାଟି ଏହି ପାଣିରେ ପକାଇ ଗରମ କରି ଦିଅନ୍ତୁ । ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ବର୍ତ୍ତମାନ ଏହି ପାଣିକୁ ଥଣ୍ଡା ହେବାକୁ ଦିଅନ୍ତୁ ଓ ଏଥିରେ ନିଜର ଚୁଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ମୁଣ୍ଡ ଉପରେ ଏହି ପାଣି ଢାଳି ହାତ ଦ୍ଵାରା ଭଲ ଭାବରେ ୧୦ ମିନିଟ ପର୍ଯ୍ୟନ୍ତ ମୁଣ୍ଡକୁ ମସାଜ କରନ୍ତୁ । ଏହା ପରେ ଭଲ ପାଣିରେ ଚୁଟିକୁ ଧୋଇ ଦିଅନ୍ତୁ । ୨ ଦିନରେ ହିଁ ଆପଣଙ୍କ ଡ୍ୟାଣ୍ଡ୍ରଫ ସମସ୍ୟା ଦୂର ହୋଇଯିବ ।

ଲେମ୍ବୁ ଓ ମହୁର ପ୍ରୟୋଗ

ଯଦି ଆପଣ ଡ୍ୟାଣ୍ଡ୍ରଫ ଦୂର କରିବାକୁ ଚାହୁଞ୍ଚନ୍ତି, ତେବେ ଏକ ପାତ୍ରରେ ୩ ଚାମଚ ମହୁ ନିଅନ୍ତୁ ଓ ଏଥିରେ ଗୋଟିଏ ଚାମଚ ଲେମ୍ବୁ ରସ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଚୁଟିରେ ଏହାକୁ ହେୟାର ମାସ୍କ ଭଳି ଲଗାନ୍ତୁ । ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ପୁଣି ଭଲ ପାଣିରେ ନିଜ ଚୁଟିକୁ ଧୋଇ ଦିଅନ୍ତୁ । ତିନି ଥର ଏହି ଉପାୟକୁ କରିବା ଦ୍ଵାରା ଡ୍ୟାଣ୍ଡ୍ରଫ ଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ ।