ଆଶ୍ଚର୍ଯ୍ୟ ! ଆକାଶରୁ ମାଡି ଆସୁଥିଲା ଏୟାର ପ୍ଳେନ, ହେଲେ ଏହାକୁ ହାତରେ ଧରିନେଲେ ପିଲା ! ଦେଖନ୍ତୁ viral video

ଆକାଶରେ ଏୟାର ପ୍ଳେନ ଉଡୁଥିଲା, ଆଉ ଏତିକି ବେଳେ ଏହାକୁ ଛାତରେ ଚଢି ଧରି ପକାଇଲେ ପିଲା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହିପରି ଏକ ଘଟଣାର ଭିଡିଓ ଏବେ ଭରାଳ ହେବାରେ ଲାଗିଛି । ଆପଣ ବି ଏହି ଦୃଶ୍ୟ ଦେଖିଲେ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ପିଲାମାନେ ଆକାଶରେ ଉଡୁଥିବା ଏୟାର ପ୍ଳେନକୁ ଦେଖିବାକୁ ବେଶ ଭଲପାଆନ୍ତି । ପିଲାଦିନ କଥା ଛାଡନ୍ତୁ, ଆଜି ବି ଆକାଶରେ ଏୟାର ପ୍ଳେନ ଟିଏ ଉଡିଗଲେ ତାକୁ ଦେଖିବା ପାଇଁ ମୁଣ୍ଡ ଉପରକୁ ଉଠିଯାଏ ।

ପିଲାଦିନେ ତ ଏହାର ମଜା ଆହୁରି ନିଆରା । ପିଲାମାନେ ଆକାଶରେ ଉଡି ଯାଉଥିବା ଏୟାର ପ୍ଳେନର ଶବ୍ଦ ଶୁଣିବାକୁ ଏବଂ ତା’ ପଛେ ପଛେ ଦୌଡି ଯାଇ ଦେଖିବାକୁ ବେଶ ପସନ୍ଦ କରନ୍ତି । ଏବେ ଆପଣଙ୍କ ମଧ୍ୟରୁ ଅନେକ ଲୋକ ପିଲାଦିନେ ଆଶ୍ଚର୍ଯ୍ୟ ହୋଇ ଚାହୁଁଥିବା ସେଇ ଏୟାର ପ୍ଳେନରେ ବସି ସାରିବେଣି ମଧ୍ୟ । ଆଉ ଆପଣ ନିଶ୍ଚୟ ଜାଣିଥିବେ କି ବିମାନ ଉଡାଣ ଏବଂ ଅବତରଣ ପାଇଁ ଆବଶ୍ୟକ ହୋଇଥାଏ ସ୍ବତନର ରନୱେ । ଏହା ବ୍ଯତୀତ ପଡିଆ କିମ୍ବା ଛାତ ଉପରେ ନିର୍ମିତ ହେଲିପ୍ୟାଡରେ ମଧ୍ୟ ଆବଶ୍ୟକ ତଳେ ବିମାନ ଅବତରଣ କରିଥାଏ ।

କିନ୍ତୁ ଏକ ସାଧାରଣ ଛାତ ଉପରେ ଏକ ବିମାନ ଅବତରଣ କରିବା ନିହାତି ଭାବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଉ ଏହାକୁ କେହି ହାତରେ ଧରିନେବା ଏହା ସବୁଠୁ ଅଧିକ ଆଶ୍ଚର୍ଯ୍ୟଜନକ ବିଷୟ । ଉଡୁଥିବା ଏକ ଏୟାର ପ୍ଳେନକୁ ଅବତରଣ କରୁଥିବା ଦେଖି ଏକ ଛୋଟ ପିଲାଟିଏ ଏହି ଏୟାର ପ୍ଳେନକୁ ହାତ ବଢାଇ ଧରିନେବାର ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ତେବେ ଏହି ଘଟଣାର ଭିଡିଓ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହା ଖୁବ ଜୋରରେ ଭାଇରାଇ ହେଉଛି । ଆନନ୍ଦ ମହିନ୍ଦ୍ରା ଏହି ପୋଷ୍ଟର କ୍ୟାପସନ ରେ ଲେଖିଛନ୍ତି, ମୋତେ ଏହି ଭିଡିଓଟି ବୋକା ବନେଇ ଦେଲା । ଆମେ ଆମ ସମସ୍ଯାକୁ ସବୁବେଳେ ବଡ ଭାବିଥାଉ, କିନ୍ତୁ ସମାଧାନ ସବୁବେଳେ ଆମ ହାତରେ ଥାଏ ।”  ସବୁଠୁ ଅଧିକ ମଜା ଲାଗିବ ଯେତେବେଳେ ଆପଣ ପୁରା ଭିଡିଓଟିକୁ ଦେଖିବେ ।

ଏୟାର ପ୍ଳେନର ଗତିବିଧିକୁ ଦେଖି ଆପଣ ଭାବିବେ ଏହା ନିୟନ୍ତ୍ରଣ ହରାଇଛି ଏବଂ କୌଣସି ଏକ ବଡ ଦୁର୍ଘଟଣା ଘଟିପାରେ । ଏହା କୌଣସି ଘରକୁ ଧକ୍କା ଦେବ କିମ୍ବା ଖସିପଡିବ । ଏହାକୁ ତଳେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି । ଏହି ସମୟରେ ଜଣେ ପିଲା ହାତରେ ବିମାନକୁ ଧରି ପକାଉଛି । ପ୍ରଥମେ ଭୟଭୀତ କରୁଥିବା ଏହି 11 ସେକେଣ୍ଡର ଭିଡିଓକୁ ପୁରା ଦେଖିବା ପରେ ଆପଣ ହସିବା ବନ୍ଦ କରି ପାରିବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।