ଓଡିଶା ଆକାଶରେ ବିରଳ ଦୃଶ୍ୟ ! ଆକାଶରୁ ଆଲୋକ ମାଡି ଆସିବା ଦେଖି ଛାନିଆ ଲୋକେ, ପ୍ରକୃତରେ କଣ ଥିଲା ଏହି ଆଲୋକ ? ଦେଖନ୍ତୁ video

ଗତକାଲି ଓଡିଶା ଆକାଶରେ ଦେଖିବାକୁ ମିଳିଛି ବିରଳ ଉଜ୍ଵଳ ଲାଇଟ । ରାଜ୍ୟର ଅନେକ ଗୁଡିଏ ଜିଲ୍ଲାରେ ସମାନ ସମୟରେ ସମାନ ଭାବେ ଦେଖା ଯାଇଥିଲା ଏହି ବିରଳ ଆଲୋକ । ଯାହାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା । ଏହି ଲାଇଟ କଣ, କେଉଁଠୁ ଆସିଛି ଏନେଇ ସମସ୍ତଙ୍କ ମନରେ ନାନା ପ୍ରକାର କଥା ଉଙ୍କି ମାରିଥିଲା । ପ୍ଲାନେଟୋରିୟମ ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ ଏହି ଆଲୋକ ଦେଖାଯିବା ନେଇ କୌଣସି ତଥ୍ୟ ନଥିବା କହିଥିଲେ ।

ଏହି ଲାଇଟ ଦେଖାଯିବା ପରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । ଏହା କେଉଁ ବିପଦର ସଂକେତ ହୋଇଥାଇ ପାରେ ବୋଲି ଲୋକେ ଅନୁମାନ କରିଥିଲେ । ଆଉ କିଛି ଲୋକଙ୍କ ମତରେ ଏହା ମହାକାଶର କିଛି ଜାଗତିକ ଦୃଶ୍ୟ ଥିଲା । ତେବେ ପୂର୍ବରୁ ଆକାଶରେ ଏଭଳି ଦୃଶ୍ୟ କେହି ଦେଖି ନଥିବା କହିଥିବା ବେଳେ ଏହା କୌଣସି ବଡ ଉଲକାପିଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଲୋକମାନେ ଏହି ତାରାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା କରୁଥିବା ବେଳେ ଅସଲରେ ଏହି ତାରାଟି କଣ ତାହା ସାମ୍ନାକୁ ଆସିଛି ।

ତେବେ ସୀମାରେ ଭାରତ ଓ ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ଅଗ୍ନି-V କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ମାଧ୍ୟମରେ ଭାରତ ଚୀନକୁ ଚେତାବନୀ ଦେଇଥିବା ବେଳେ ଏହି ପରୀକ୍ଷଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶରେ ଏକ ଆଲୋକ ଦେଖିବାକୁ ମିଳିଛି ।

ଓଡିଶାର 10ରୁ ଉର୍ଦ୍ଧ ଜିଲ୍ଲାରେ ଏହି ବିରଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଏହି ଆଲୋକକୁ ନେଇ ଲୋକଙ୍କ ମନରେ ନାନା ପ୍ରକାରର ଉତ୍ସୁକତା ଭରି ଯାଇଛି । ଏହା କଣ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ଅଗ୍ନି-V ପରୀକ୍ଷଣ ହେବାର ଖବର ସାମ୍ନାକୁ ଆସିଥିଲା । ତେବେ ଏହି ଆଲୋକ ଅଗ୍ନି-V ପରୀକ୍ଷଣ ସମୟର ହୋଇଥାଇ ପାରେ ବୋଲି ଲୋକେ ଅନୁମାନ କରୁଛନ୍ତି ।

ଓଡିଶାର କଟକ, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ପୁରୀ, ସୁନ୍ଦରଗଡ ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାରେ ଆକାଶରେ ଦେଖିବାକୁ ମିଳିଥିଲା ଏଭଳି ବିରଳ ଆଲୋକ । ତେବେ ଆପଣ ଏହି ଆଲୋକ ଦେଖିଥିଲେ କି ନାହିଁ ଓ ଏହା କଣ ହୋଇଥାଇ ପାରେ ବୋଲି ଆପଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।