ଟ୍ୟୁସନ ଦିଦିଙ୍କୁ ପାଗଳ କଲା ପ୍ରେମ, ନାବାଳକ ଛାତ୍ର ଧରି ହେଲେ ଫେରାର, ନାବାଳକଙ୍କ ପରିବାର ଯାହା କହୁଛନ୍ତି ନା’ ଥରେ ଶୁଣନ୍ତୁ, ଦେଖନ୍ତୁ video

ଟ୍ୟୁସନ ଦିଦି ପ୍ରେମରେ ଏମିତି ବୁଡିଗଲେ ଯେ ବୟସ, ସ୍ଥାନ, ପାତ୍ର ସବୁକିଛିକୁ ନଜରଅନ୍ଦାଜ କରିଦେଲେ । ନିଜେ ଟ୍ୟୁସନ କରୁଥିବା ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ନେଇ ଫେରାର ହେଇଗଲେ ଦିଦି । ନୟାଗଡ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଛାତ୍ରଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ତାଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ଟ୍ୟୁସନ ଦିଦି ।

ଏହାପରେ ଛାତ୍ରଙ୍କ ପରିବାର ଲୋକେ ଟ୍ଯୁସନ ଦିଦିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଦଶପଡା ନାହକ ଅଞ୍ଚଳର ଜଣେ ଛାତ୍ରଙ୍କ ସହ ସ୍ଥାନୀୟ ଜଣେ ଟ୍ୟୁସନ ଦିଦିଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନାବାଳକ ଜଣକ 2020 ରେ ସ୍ଥାନୀୟ ଏକ କଲେଜରେ ନାମ ଲେଖାଇଥିଲେ । କଲେଜ ଯିବା ସହ ସେଠାକାର ଜଣେ ଟ୍ୟୁସନ ଦିଦିଙ୍କୁ ନିୟମିତ ପଢିବା ପାଇଁ ଯାଉଥିଲେ ନାବାଳକ ଛାତ୍ରଜଣକ ।

ହେଲେ ଟ୍ୟୁସନ ହେଉ ହେଉ ସମ୍ପୃକ୍ତ ଶିକ୍ଷୟତ୍ରୀ ଏବଂ ଉକ୍ତ ନାବାଳକ ଛାତ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କ ଧୀରେ ଧୀରେ ନିବିଡ ହେବାକୁ ଲାଗିବା ପରେ ପ୍ରେମରେ ପାଗଳ ଭଳି ହୋଇଥିଲେ ଉଭୟ ଦିଦି ଏବଂ ଛାତ୍ର । ଶିକ୍ଷୟତ୍ରୀଙ୍କ ସହ ପୁଅର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପରିବାର ଲୋକେ ଏହାକୁ ବାରଣ କରିଥିଲେ ।

ଶିକ୍ଷୟତ୍ରୀ ଜଣକ ଯେପରି ତାଙ୍କ ପୁଅ ସହ କୌଣସି ଯୋଗାଯୋଗ ରଖି ପାରିବେନି ସେନେଇ କଲେଜ କତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରିଥିଲେ ପରିବାର ଲୋକେ । ହେଲେ ସବୁ କଟକଣା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିଥିଲା । ନାବାଳକଙ୍କ ବୟସ ମାତ୍ର 17 ବର୍ଷ ହୋଇଥିବା ବେଳେ ଶିକ୍ଷୟତ୍ରୀ ବୟସ 30 ବର୍ଷ ହେବ । ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢି ଯାଇଥିଲା ଯେ ସବୁକିଛି ଭୁଲି ଉଭୟ ଫେରାର ହୋଇ ଯାଇଛନ୍ତି ।

ଆଉ ଏବେ ପୁଅ ଫେରାର ହେବା ଘଟଣା ନେଇ ଉକ୍ତ ଶିକ୍ଷୟତ୍ରୀ ଓ ତାଙ୍କ ପରିବାରକୁ ଦୋଷ ଦେଉଛନ୍ତି ନାବାଳକଙ୍କ ପରିବାର ଲୋକେ । ଜଣେ ଶିକ୍ଷୟତ୍ରୀ ହୋଇ ନିଜ ଛାତ୍ରଙ୍କ ସହ କିପରି ପ୍ରେମ ସମ୍ପର୍କ ରଖିଲେ ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ ଜୋରରେ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।