ମାଛକାତି ବନାଉଛି ଲକ୍ଷପତି, ଅଦରକାରୀ ଭାବି ଫୋପାଡି ଦିଆ ଯାଉଥିବା ମାଛକାତି ଲୋକଙ୍କୁ ଦେଉଛି ରୋଜଗାର, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମାଛକାତି ଭଳି ଅଦରକାରୀ ଜିନିଷ ବି ରୋଜଗାର ଯୋଗାଉଛି । ଚିଲିକାର ମାଛକାତି ଲୋକଙ୍କୁ ରୋଜଗାର ଦେଉଛି । ଅପରିଷ୍କାର ଓ ଅଦରକାରୀ ମାଛକାତିରୁ ବିଭିନ୍ନ ପ୍ରକାରର ଚୁମକି ଓ ଔଷଧ ତିଆରି ହେଉଛି । ଚିଲିକାର ବାଲୁଗାଁକୁ ନିୟମିତ କୋଲକାତାକୁ ଚାଲାଣ ହେଉଛି ଏହି ମାଛକାତି । ଆଉ ଏହି ମାଛକାତିକୁ ବିକ୍ରି କରି ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିଲିକା କୁଳ ତଥା ବାଲୁଗାଁ ମାଛ ପେଣ୍ଠ ଠାରେ କିଛି ମହିଳା ମାଛ ବ୍ୟବସାୟୀ ରୋହି, ଭାକୁର ଆଦି ବଡ ବଡ ମାଛକାତିକୁ ଭଲଭାବେ ସଫା କରିଥାନ୍ତି ।

ତା’ପରେ ଏହାକୁ ଦୁଇ ତିନିଦିନ ଖରାରେ ଶୁଖାଇଥାନ୍ତି । ଏହାପରେ କୋଲକାତାର କିଛି ବ୍ୟବସାୟୀଙ୍କୁ କିଲୋ ପ୍ରତି 20 ରୁ 30 ଟଙ୍କା ଦେଇ ଏହାକୁ ବିକ୍ରି କରନ୍ତି । କୋଲକତାରୁ ଏହି ମାଛକାତିକୁ ପ୍ରୋସେସିଂ କରାଯାଇ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ବିଦେଶକୁ ପଠା ଯାଇଥାଏ । ତେବେ ମାଛ ଖାଉଥିବା ଲୋକେ ରହି ମାଛକାତିକୁ ଅଦରକାରୀ ଭାବି ଫୋପାଡି ଦେଇଥାନ୍ତି ।

ହେଲେ ଏହି ମହିଳା ବ୍ୟବସାୟୀ ମାନେ ଏହି ଅଦରକାରୀ ମାଛକାତିକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଏହି ମାଛକାତିରୁ ବିଭିନ୍ନ ପ୍ରକାରର ଚୁମକି ଓ ଔଷଧ ତିଆରି ହେବାସହ ଏଥିରୁ ସାର ମଧ୍ୟ ପ୍ରସ୍ତୁତ କରାଯାଉଛି । ବ୍ୟବସାୟୀ ଏନେଇ କହିଛନ୍ତି କି, ସେମାନେ କୋଲକତାକୁ ମାଛକାତି ପଠାଇବା ବେଳେ ସେମାନେ ଏହାକୁ ଗ୍ରାଇଣ୍ଡିଂ କରି ଗୁଣ୍ଡ କରନ୍ତି । ଆଉ ଚୀନକୁ ଏହି ମାଛକାତି ଗୁଣ୍ଡ ରପ୍ତାନି କରାଯାଏ । ସେଠାକାର ଲୋକେ ଏହି ଗୁଣ୍ଡକୁ ଖାଇଥାନ୍ତି ।

କେଜି ପ୍ରତି 20ରୁ 30 ଟଙ୍କା ଲେଖାଁରେ ବିକ୍ରି ହେଉଥିବା ଏହି ମାଛକାତି ପ୍ରତି ମାସରେ 2ରୁ 3 କ୍ଵିଣ୍ଟାଲ ସେମାନେ ବିକ୍ରି କରନ୍ତି । ଡାକ୍ତର ମଧ୍ୟ କହିଛନ୍ତି କି, ଏହି ମାଛକାତିରୁ ବିଭିନ୍ନ ପ୍ରକାରର ଔଷଧ ତିଆରି ହୋଇଥାଏ । ବିଜ୍ଞାନ ଆଗେଇବା ସହ ମଣିଷ ଅନେକ ଅଦରକାରୀ ଭାବି ଫୋପାଡି ଦେଉଥିବା ଜିନିଷର ମୂଲ୍ୟ ମଧ୍ୟ ବୁଝି ପାରୁଛି । ଏହି ମାଛକାତିରୁ ବିଜ୍ଞାନଗାରରେ ମାଛଙ୍କ ପାଇଁ ଖାଦ୍ୟ ତିଆରି ହେଉଛି ଓ ଆମେ ଖାଉଥିବା ତେଲରେ ମଧ୍ୟ ମିଶାଯାଉଛି ।

ଗଛପତ୍ରଙ୍କ ପାଇଁ ଏହି ମାଛକାତିରୁ ପ୍ଳାଣ୍ଟ ହରମୋନ ମଧ୍ୟ ତିଆରି କରାଯାଉଛି । ଖାସ୍ ଏଥିପାଇଁ ଅଦରକାରୀରୁ ବେଶ ଦରକାରୀ ପାଲଟି ଯାଇଛି ମାଛକାତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।