ଏଥର ଆଉ ହେବନି ଦୁର୍ଘଟଣା, ଭାରତୀୟ ମାର୍କେଟକୁ ଆସିଲା ଅଟୋ ବାଲାନ୍ସିଂ ସ୍କୁଟର, ଦେଖନ୍ତୁ କଣ ରହିଛି ଫିଚର୍ସ

ରାସ୍ତା ଯେତେ ଖରାପ ହେଲେବି ଆଉ ଦୁର୍ଘଟଣା ଘଟିବନି । ଏଥିପାଇଁ ମାର୍କେଟକୁ ଆସୁଛି ସେଲ୍ଫ ବାଲାନ୍ସିଂ ସ୍କୁଟର । ଆଜ୍ଞା ହଁ, ରାସ୍ତା ଖରାପ ହେଉ କି କେଉଁଠି ଧକ୍କା ହେଉ ଏହି ସ୍କୁଟର ନିଜକୁ ନିଜେ ବାଲାନ୍ସ କରିଦେବ ଓ ଚାଳକଙ୍କୁ ଏକଦମ ସୁରକ୍ଷିତ ରଖିବ । ଦୁଇଜଣ ଦକ୍ଷ ଯୁବକ ଏଭଳି ଏକ ଭିନ୍ନ ଧରଣର ସ୍କୁଟର ଲଞ୍ଚ କରିବାକୁ ଯାଉଛନ୍ତି । ଆଇଆଇଟି ତ ଏହି ଦୁଇ ଗ୍ରାଜୁଏଟ ଯୁବକ ମିଶି ମୁମ୍ବାଇ ବେସ୍ ଲିଗର ମୋବିଲିଟି ନାଁରେ ଏକ ଘରୋଇ କମ୍ପାନୀ ଆରମ୍ଭ କରିଛନ୍ତି ।

ଆଉ ସେମାନେ ନିଜର ପ୍ରଥମ ଉତ୍ପାଦ ଭାବେ ଦେଶକୁ ଏପରି ଏକ ସ୍କୁଟର ଭେଟି ଦେବାକୁ ଯାଉଛନ୍ତି ଯାହା ସମସ୍ତଙ୍କ ପାଇଁ ଏକଦମ ନୂଆ । ଦିଲ୍ଲୀ ନୋଏଡାରେ ଆୟୋଜିତ ହେବାକୁ ଯାଉଛି ଅଟୋ ଏକ୍ସପୋ ଶୋ’ । ଏଥିରେ ଦେଶ ବିଦେଶର ବିଭିନ୍ନ ଜ୍ଞାନ କୌଶଳରେ ନିର୍ମିତ ଯାନବାହାନ ପ୍ରଦର୍ଶନ କରାଯିବ । ତେବେ ଇଲେକ୍ଟ୍ରିକ ଭାଇକେଲ ଏଥରର ବିଶେଷ ଆକର୍ଷଣ କରିବ ବୋଲି କୁହା ଯାଉଥିବା ବେଳେ ସେଲ୍ଫ ବାଲାନ୍ସିଂ ଯୁବକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଏହି ଦୁଇ ଆଇଆଇଟି ଯୁବକ ଆଶା କରିଛନ୍ତି ।

ଏମାନେ ନିଜ ନାଁ ମଧ୍ୟ ଏ ଯାଏଁ ଗଣମାଧ୍ୟମରେ ପ୍ରକାଶ କରିନାହାନ୍ତି । ହେଲେ ଅଟୋ ଏକ୍ସପୋ ଶୋ’ରେ ସେମାନଙ୍କ ନାଁ ପ୍ରକାଶ ପାଇବ । ଦୁଇ ବର୍ଷ ଧରି କରୋନା ଯୋଗୁଁ ଏହି ଶୋ’ ଆୟୋଜିତ ହୋଇ ପାରି ନଥିବା ବେଳେ ଚଳିତ ବର୍ଷ ପୁଣି ଥରେ ଏହା ଆୟୋଜିତ ହେବାକୁ ଯାଉଛି । ଆଉ ଏହି ଶୋ’ ଉପରେ ପ୍ରତିଟି ବାଇକ ଏବଂ କ୍ୟାବ ଲଭରଙ୍କ ନଜର ରହିଛି ।

ଏହି ବାଲାନ୍ସ ସ୍କୁଟରର ସବୁଠୁ ବଡ ସ୍ଵତନ୍ତ୍ରତା ହେଉଛି ଏଥିରେ କୌଣସି ଷ୍ଟାଣ୍ଡ ନାହିଁ । ଚାଳକ ଗାଡିରୁ ଓହ୍ଲାଇବା ପରେ ବି ଏହା ଆପେ ଆପେ ସେହିପରି ଛିଡା ହୋଇ ରହିବ । ଆଉ ରାସ୍ତାରେ କୌଣସି ଜାଗାରେ ଖାଲଢିପ ଥିଲେ ଏହା ନିଜେ ନିଜକୁ ବାଲାନ୍ସ କରିନେବ । ଏ ଯାଏଁ ଏହାର ମଲ୍ଟିପଲ ଫିଚର ବିଷୟରେ ବିଶେଷ ଘୋଷଣା କରା ଯାଇ ନଥିଲେ ମଧ୍ୟ ଏହି ସ୍କୁଟରରେ ନିଓ ରେଟର ଷ୍ଟାଇଲ ସହ ଏଲଇଡ଼ି ହେଡଲାଇଟ ସଂଯୋଗ କରାଯାଇଛି ।

ଏହାକୁ ବନେଇଥିବା ଦୁଇ ଯୁବକ ଦୀର୍ଘ ଦିନ ଧରି ଅଟୋ ବାଲାନ୍ସିଂ ଟେକ୍ନୋଲୋଜି ଉପରେ ଗବେଷଣା କରି ଆସୁଛି । ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ସ୍କୁଟର ତିଆରି କରିଛନ୍ତି ଏହି ଦୁଇ ଯୁବକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।