ଠାକୁରଙ୍କ ପଛପଟେ କେଉଁ ଜିନିଷ ରଖିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ସମସ୍ଯା ବହୁଳ ଜୀବନରେ ସର୍ବଦା ସୁଖଶାନ୍ତିରେ ରହିବା ପାଇଁ ପ୍ରୟାସ କରିବା ଉଚିତ । ଏହାସହ କିଛି ବାସ୍ତୁ ଉପାୟ ପାଳନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଘରେ କେବେବି କୌଣସି ସଦସ୍ୟଙ୍କୁ ଖରାପ ଶବ୍ଦ କିମ୍ବା ଅପଶବ୍ଦ କହିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଘରକୁ ଆସିଥିବା ଭିକାରିଙ୍କୁ କେବେବି ଖାଲି ହାତରେ ଫେରାଇବା କିମ୍ବା ଅପମାନିତ କରିବା ଉଚିତ ନୁହେଁ, ଏହାଦ୍ବାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

ମହିଳାମାନେ କେବେବି ଘରର ମୁଖ୍ୟଦ୍ଵାରରେ ବସିବା ଉଚିତ ନୁହେଁ କିମ୍ବା ମୁଖ୍ୟଦ୍ଵାରରେ ବସି ଖାଦ୍ଯ ଖାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ମହିଳାମାନେ ସନ୍ଧ୍ୟା ସମୟରେ କେବେବି ବାଳ ମୁକୁଳା କରିବା ଉଚିତ ନୁହେଁ, ଏହା ମଧ୍ୟ ଅଶୁଭ ହେବାସହ ଅମଙ୍ଗଳକାରୀ ହୋଇଥାଏ । ଅଭାବଗ୍ରସ୍ତ ଲୋକଙ୍କୁ ବସ୍ତ୍ର ଦାନ କରିବା ଉଚିତ, ଏହା କଲ୍ୟାଣକାରୀ ହେବାସହ ଆୟୁଷ ବୃଦ୍ଧି ହୋଇଥାଏ ।

କୌଣସି ଲୋକ ଦୀର୍ଘ ସମୟ ଧରି ପୀଡିତ ଥିଲେ ତାଙ୍କ ହାତରେ ସ୍ପର୍ଶ କରାଇ ବସ୍ତ୍ର ଦାନ କରିବା ଦ୍ଵାରା ଶୀଘ୍ର ରୋଗରୁ ମୁକ୍ତି ମିଳିଥାଏ । ଅଭାବଗ୍ରସ୍ତ ଥିବା ଲୋକଙ୍କୁ ଅନ୍ନ କିମ୍ବା ଖାଦ୍ଯଶସ୍ଯ ଦାନ କରିବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ ଓ ଘରେ କେବେବି ଅନ୍ନର ଅଭାବ ହୋଇ ନଥାଏ ।

ଯଦି ପିଲାମାନେ ଅଧିକାଂଶ ସମୟ ରୋଗଗ୍ରସ୍ତ ରହୁଥାନ୍ତି ତେବେ ସେମାନଙ୍କ ହାତରେ ଶୁଦ୍ଧ ଗାଈ ଘିଅ ଦାନ କରିବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି ଜ୍ଞାନ, ଗୁଣ ଥାଇ ବି ଭାଗ୍ୟ ସାଥ୍ ଦେଉ ନଥାଏ କିମ୍ବା ଅନୁକୂଳ ହେଉ ନଥାଏ ତେବେ ଶନିବାର ଦିନ କଳା ଖସା ଦାନ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଉଥାଏ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ସହ ଝଗଡା ହେଉଥାଏ ତେବେ ସୋମବାର ଦିନ ମହାଦେବଙ୍କୁ ଗୁଡ ଅର୍ପଣ କଲେ ତାହା ଦୂର ହୋଇଥାଏ ।

ସୋମବାର ଦିନ କୌଣସି ପାତ୍ରରେ ଲୁଣ ରଖି ଦାନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଦୁଃଖ କଷ୍ଟ ଲାଘବ ହୋଇଥାଏ । ମନୁଷ୍ୟ ଅନ୍ୟମାନଙ୍କ ପାଇଁ କରିଥିବା ସେବା ଧର୍ମ ଦ୍ଵାରା ଉତ୍ତମ ସନ୍ତାନ ପ୍ରାପ୍ତି କରିଥାଏ । ଯିଏ ବାପାମା’ଙ୍କ ସେବା କରିବା ସହ ସୁଖଶାନ୍ତିର କାରଣ ହୋଇଥାଏ ।

ମଣିଷ ନିଜ ଖରାପ କାର୍ଯ୍ୟ ପାଇଁ ପଶୁ ତୁଲ୍ୟ ଉଦାସୀନ ପୁତ୍ର ପ୍ରାପ୍ତ କରିଥାଏ, ଯିଏ ବିବାହ କରିବା ପରେ ବାପାମା’ଙ୍କୁ କଷ୍ଟ ଦେଇ ତ୍ୟାଗ କରି ଦେଇଥାଏ । ଯଦି କୌଣସି ଲୋକ ବିନା କାରଣରେ କାହା ସହ ଶତ୍ରୁତା କରିଥାଏ ତେବେ ତାଙ୍କୁ ଶତ୍ରୁ ଆଚରଣ କରୁଥିବା ପୁତ୍ର ପ୍ରାପ୍ତ ହୋଇଥାଏ, ଯାହା ଦୁଃଖ ଏବଂ ଅଶାନ୍ତିର କାରଣ ହୋଇଥାଏ ।

ଯଦି କୌଣସି ମନୋସ୍କାମନା ପୂରଣ ହେଉ ନଥାଏ ଗୁରୁବାର ଦିନ ଖଣ୍ଡେ କାଗଜରେ ଟିକେ ହଳଦୀ ରଖି ପୁଡିଆ କରି ଠାକୁରଙ୍କ ପଛପଟେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।