“ମାଆ ସ୍ଵର୍ଗରେ ଆମର ଭେଟ ହେବ, ମୁଁ ବି ସ୍ଵର୍ଗକୁ…” ରୁଷିଆ-ୟୁକ୍ରେନ ଯୁଦ୍ଧରେ ମୃତ ମା’ କୁ କୁନି ଝିଅ ଲେଖିଥିବା ଏହି ଚିଠି ପଢି କାନ୍ଦୁଛି ସାରା ବିଶ୍ଵ

ସ୍ବର୍ଗରେ ଆମର ଭେଟ ହେବ । ମୁଁ ଭଲ ପିଲା ହେବାକୁ ଚେଷ୍ଟା କରିବି । ୟୁକ୍ରେନ ଯୁଦ୍ଧରେ ଏହି ସାନ ଝିଅଟି ତା’ ମାଆକୁ ହରାଇ ଦେଇଛି । ଆଉ ଏହାପରେ ମା’ ଉଦ୍ଦେଶ୍ୟରେ ଏକ ଆବେଗ ଭରା ଚିଠିରେ ଏମିତି କିଛି ଶବ୍ଦ ଲେଖିଯାଇଛି ୯ ବର୍ଷର ଏହି କୁନି ଝିଅଟି । ଏହି ଚିଠିକୁ ପଢିବା ପରେ ସାରା ବିଶ୍ଵବାସୀଙ୍କ ଆଖିରେ ଲୁହ ଭରି ଯାଉଛି । ୟୁକ୍ରେନର ଆଭ୍ଯନ୍ତରୀଣ ବେପାର ମନ୍ତ୍ରୀଙ୍କ ଉପଦେଷ୍ଟା ଆଣ୍ଟୋନ ଗେରାଶ୍ଚେଙ୍କୋ ଟ୍ବିଟ କରି ଦେଖାଇଥିବା ଏହି କୁନି ଝିଅର ହାତଲେଖା ଚିଠିରେ ଅନେକ ହୃଦୟ ବିଦାରକ କଥା ରହିଛି ।

ରୁଷ-ୟୁକ୍ରେନ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମାଆ ପ୍ରତି ୯ ବର୍ଷର ଝିଅ ଲେଖିଥିବା ଏହି ଚିଠିରେ ଲେଖାହୋଇଛି, “ମୁଁ ଦୁନିଆର ସବୁଠୁ ଭଲ ପିଲା ହେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ସ୍ବର୍ଗରେ ଆମର ପୁଣି ଭେଟଘାଟ ହେବ । “ଦି ନିୟର” ର ପୋଷ୍ଟ ରିପୋର୍ଟ ଅନୁସାରେ ଏକ କାର୍ ଉପରେ ଋଷ ସେନାର ଆକ୍ରମଣ ଯୋଗୁଁ ଏହି ୯ ବର୍ଷୀୟ ଝିଅର ମା’ଙ୍କର ମୃତ୍ୟୁ ହୋଇଥିଲା । ନିଜ ଡାଏରୀରେ ଲେଖିଥିବା ଏହି ଚିଠିରେ ଝିଅଟି ଲେଖିଛି, “ମା ଏ ଚିଠିଟି ମାର୍ଚ୍ଚ ୮ ତାରିଖ ଉପଲକ୍ଷେ ତୋ ପାଇଁ ଏକ ଉପହାର ।

ମୋ ଜୀବନର ସବୁଠୁ ଭଲ ୯ ବର୍ଷ ପାଇଁ ତୋ ନିକଟରେ ମୁଁ କୃତଜ୍ଞ । ମୋର ବାଲ୍ୟକାଳ ପାଇଁ ତୋ ନିକଟରେ ମୁଁ ଖୁବ କୃତଜ୍ଞ । ତୁ ହେଉଛୁ ଦୁନିଆର ସବୁଠୁ ବଢିଆ ମାଆ । ମୁଁ ତୋତେ ହେବେ ହେଲେ ଭୁଲି ପାରିବି ନାହିଁ । ମୋର ଇଚ୍ଛା ତୁ ଆକାଶରେ ଖୁସିରେ ରହ ।

ମୋର ଆଶା କି ତୁ ସ୍ଵର୍ଗକୁ ଯାଆ । ସ୍ବର୍ଗରେ ଆମର ଭେଟ ହେବ । ମୁଁ ବି ସ୍ଵର୍ଗକୁ ଯିବା ପାଇଁ ଭଲ ପିଲାଟିଏ ହେବାକୁ ଆପ୍ରାଣ ଉଦ୍ୟମ କରିବି ।” ଏମିତି ଚିଠି ଲେଖି ସାରିବା ପରେ ଚିଠିଟିରେ ଦସ୍ତଖତ କରିବା ଆଗରୁ ଲେଖାଯାଇଛି, କିସ୍ ୟୁ କାଲିଆ । ଗୋଟିଏ ପିଲା ପାଇଁ ମାଆ ତା’ର ସବୁକିଛି ।

ଶୋଇବା ଠାରୁ ଖେଳିବା ପର୍ଯ୍ୟନ୍ତ ତା’ ମାଆ ସାଙ୍ଗରେ ଥାଉ ବୋଲି ସବୁ ପିଲା ଇଚ୍ଛା କରନ୍ତି । ଏମିତିରେ ମା’ର ମୃତ୍ୟୁ ପିଲା ପାଇଁ ସବୁଠୁ ବଡ କ୍ଷତି ହୋଇଥାଏ । ଯାହାକୁ କେହି କେବେ ହେଲେ ପୂରଣ କରିପାରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।